ETV Bharat / bharat

Himachal election: ପାଖଉଛି ହିମାଚଳ ନିର୍ବାଚନ, ପ୍ରଚାର ପାଇଁ ଶିମଲା ପହଞ୍ଚିଲେ ପ୍ରିୟଙ୍କା

author img

By

Published : Oct 30, 2022, 12:09 PM IST

Updated : Oct 30, 2022, 12:29 PM IST

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତାକାଲି କୁଲ୍ଲୁରେ ରୋଡ ଶୋ' କରିବେ କଂଗ୍ରେସ ନେତ୍ରୀ । ଅଧିକ ପଢନ୍ତୁ

Himachal election: ପାଖଉଛି ହିମାଚଳ ନିର୍ବାଚନ, ପ୍ରଚାର ପାଇଁ ଶିମଲା ପହଞ୍ଚିଲେ ପ୍ରିୟଙ୍କା
Himachal election: ପାଖଉଛି ହିମାଚଳ ନିର୍ବାଚନ, ପ୍ରଚାର ପାଇଁ ଶିମଲା ପହଞ୍ଚିଲେ ପ୍ରିୟଙ୍କା

ଶିମଲା: ପାଖଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ପ୍ରଚାର ମୈଦାଇକୁ ଓହ୍ଲାଇଲେଣି ହେଭିୱେଟ ନେତା । ଆଜିଠୁ ହିମାଚଳରେ ନିର୍ବାଚନୀ ପ୍ରଚାର ଜୋରଦାର ହେବ । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନେ ରାଜ୍ୟରେ ପହଞ୍ଚି ସାରିଛନ୍ତି । ଏହି କ୍ରମରେ ଆଜି ସକାଳୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ରାଜଧାନୀ ଶିମଲାର ଚରବରା ସ୍ଥିତ ନିଜ ବାସଭବନରେ ପହଞ୍ଚିଛନ୍ତି(Priyanka Gandhi Vadra reached Shimla) । କଂଗ୍ରେସ ନେତ୍ରୀ ଦିଲ୍ଲୀରୁ ବିମାନ ଯୋଗେ ଚଣ୍ଡୀଗଡରେ ପହଞ୍ଚିବା ପରେ ସେଠାରୁ ସଡକପଥରେ ଶିମଲା ଆସିଛନ୍ତି । ହିମାଚଳରେ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ପ୍ରିୟଙ୍କା ।

କଂଗ୍ରେସ ପକ୍ଷରୁ ହିମାଚଳ ବିଧାନସଭା ନିର୍ବାଚନର ଗୁରୁଦାୟିତ୍ବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ରହିବ । ସେ ରାଜ୍ୟର ପର୍ଯ୍ୟବେକ୍ଷକଙ୍କ ଠାରୁ ଫିଡବ୍ୟାକ୍ ନେବେ । ଆସନ୍ତା ୩୧ରେ ପ୍ରିୟଙ୍କା ମଣ୍ଡି ସଂସଦୀୟ କ୍ଷେତ୍ରର କୁଲ୍ଲରେ ଏକ ରୋଡ ଶୋ' କରିବେ(Priyanka Gandhi rally schedule in Himachal) । ରୋଡ ଶୋ'ପରେ କଂଗ୍ରେସ ନେତ୍ରୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଜିଲ୍ଲା ମଣ୍ଡିରେ ରାଲି କରି ରଣହୁଙ୍କାର ଦେବେ । ଏହାପରେ ସେ ନଭେମ୍ବର ୩ରେ କଂଗଡା ସଂସଦୀୟ କ୍ଷେତ୍ରର ନଗରୋଟା ଠାରେ ପୁଣି ଏକ ରୋଡ ଶୋ' କରିବାର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ନଭେମ୍ବର ୭ରେ ସେ ହମୀରପୁରରେ ପୁଣି ରୋଡ ଶୋ' କରିବା ସହ ଶେଷରେ ଉନା ଠାରେ ଏକ ରାଲିକୁ ସମ୍ବୋଧିକ କରିବେ ।

ଏହାମଧ୍ୟ ପଢନ୍ତୁ: ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ଡାକ୍ତର ଜନକ ରାଜ ଦେଖିଲେ MRI ରିପୋର୍ଟ

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୨ ତାରିଖରେ ହିମାଚଳର ୬୮ ବିଧାନସଭା ଆସନ ପାଇଁ ମତଦାନ ହେବ । ନିର୍ବାଚଳ ଫଳାଫଳ ୮ ତାରିଖରେ ପ୍ରକାଶ ପାଇବ । ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ରାଜ୍ୟରେ ୫୫ ଲକ୍ଷ ୯୨ ହଜାରରୁ ଅଧିକ ମତଦାତା ସେମାନଙ୍କ ମତସାବ୍ୟସ୍ତ କରିବେ । ତେବେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ପୁନର୍ବାର ରାଜ୍ୟରେ ସରକାର ଗଠନ କରିବ ବୋଲି ଦାବି କରୁଥିବା ବେଳେ କଂଗ୍ରେସ ମଧ୍ୟ ନିଜର ବିଜୟ ନେଇ ଆଶାବାଦୀ ରହିଛି ।

Last Updated : Oct 30, 2022, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.