ETV Bharat / bharat

ବିଜେପିକୁ ପରାଜିତ କରିବାକୁ କିଛି ବି କରିବୁ: ପ୍ରିୟଙ୍କା

author img

By

Published : Jul 19, 2021, 6:54 AM IST

୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଶାସକ ଦଳକୁ ପରାଜିତ କରିବାକୁ ନାନା ରଣନୀତି ଆପଣାଉଛନ୍ତି ବିରୋଧି । ଅଧିକ ପଢ଼ନ୍ତୁ...

ବିଜେପି ପରାଜିତ କରିବାକୁ କିଛି ବି କରିବୁ : ପ୍ରିୟଙ୍କା

ଲକ୍ଷ୍ନୌ: ୨୦୨୨ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଶାସକ ଦଳକୁ ପରାଜିତ କରିବାକୁ ନାନା ପନ୍ଥା ଆପଣାଉଛନ୍ତି ବିରୋଧି । ବିଜେପିକୁ ପରାଜିତ କରିବା ପାଇଁ ବିରୋଧିଙ୍କୁ ଏକାଠି ହେବାକୁ ଆମନ୍ତ୍ରଣ କରିଛି ଜାତୀୟ କଂଗ୍ରେସ । ୟୁପିରେ ବିଜେପିକୁ ପରାଜିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ ।

ବର୍ତ୍ତମାନ ଉତ୍ତର ପ୍ରଦେଶ ଗସ୍ତ କରି ସମସ୍ତ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ନେଇ ବୈଠକ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ବିଧାନସଭା ନିର୍ବାଚନ ବାଜି ମାରିବାକୁ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ଦଳ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଏଥିପାଇଁ ବର୍ତ୍ତମାନ ଠାରୁ ହିଁ ସେ ଉତ୍ତରପ୍ରଦେଶ ଗସ୍ତ କରି ଦଳକୁ ସଂଗଠିତ କରି ରଖିବା ଆରମ୍ଭ କରିଛନ୍ତି ।

ବିଜେପିକୁ ପରାଜିତ କରିବାକୁ କଂଗ୍ରେସ ମେଣ୍ଟ କରିବ କି ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେ କହିଛନ୍ତି ଯେ, ବର୍ତ୍ତମାନ ଏହାକୁ ନେଇ କିଛି କହିବା ଭୁଲ ହେବ । କେହି ଯଦି କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିବାକୁ ଚାହିଁବ, ତେବେ କଂଗ୍ରେସ ସବୁବେଳେ ଏହାକୁ ସ୍ବାଗତ କରି ଆସିଛି । ବିଜେପିକୁ ପରାଜିତ କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ଅଛୁ ଆମେ ।"

ଖାଲି ସେତିକି ନୁହେଁ ଏହି ଅବସରରେ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ପ୍ରିୟାଙ୍କା ଗାନ୍ଧୀ । ସେ କହିଛନ୍ତି ଯେ, "ମୋ ଭାଇ ରାହୁଲ ଗାନ୍ଧୀ ଓ ମୋତେ ଯେଉଁ ନେତା ରାଜନୀତି ଜଣାନାହିଁ ବୋଲି କହୁଛନ୍ତି ସେମାନଙ୍କୁ ଆମେ ଉଚିତ ଜବାବ ଦେବୁ । ଏଭଳି କହି ବିଜେପି ନେତା ଆମ ଉଦ୍ଦେଶ୍ୟ ବଦଳାଇ ଦେଇ ପାରିବେ ନାହିଁ । ବିଜେପି ସବୁବେଳେ ଆମର ଅସମ୍ମାନ କରି ଆସିଛି । ଏସବୁ କଥା କିଛି ଫରକ ପକାଇବ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.