ETV Bharat / bharat

ସେଲ୍ଫି ନେବାକୁ ମନା କଲେ ପୃଥ୍ବୀ ଶ’ ଆକ୍ରମଣ କଲେ ଫ୍ୟାନ୍ସ

ସେଲ୍ଫି ନେବାକୁ ମନା କରିବାରୁ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ ଓ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ । ସାନ୍ତାକ୍ରୁଜସ୍ଥିତ ଏକ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରେ ଖାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହେଲେ ପୃଥ୍ବୀ ଶ’ ।

author img

By

Published : Feb 16, 2023, 10:48 PM IST

ସେଲ୍ଫି ନେବାକୁ ମନା କରିବାରୁ ପୃଥ୍ବୀ ଶୋଙ୍କୁ ଆକ୍ରମଣ

ମୁମ୍ବାଇ: ସେଲ୍ଫି ନେବାକୁ ମନା କରିବାରୁ ଭାରତୀୟ କ୍ରିକେଟର ପୃଥ୍ବୀ ଶଙ୍କୁ ଆକ୍ରମଣ । ମୁମ୍ବାଇ ନିକଟ ସାନ୍ତାକ୍ରୁଜସ୍ଥିତ ଏକ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରେ ଖାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହେଲେ ପୃଥ୍ବୀ ଶ । ଜଣେ ଯୁବତୀ ତାଙ୍କୁ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଉକ୍ତ ଯୁବତୀ ହେଉଛନ୍ତି ସ୍ବପ୍ନା ଗିଲ, ଏବଂ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ସମୁଦାୟ ୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ନିକଟ ସାନ୍ତାକ୍ରୁଜସ୍ଥିତ ଏକ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରେ ଖାଇବା ପାଇଁ ପୃଥ୍ବୀ ଶ ନିଜର ବନ୍ଧୁ ଆଶିଷ ଯାଦବଙ୍କ ସହ ଯାଇଥିଲେ । ତେବେ ସେଠାରେ ଦୁଇଜଣ ଯୁବକ ପୃଥ୍ବୀ ଶଙ୍କ ପାଖକୁ ସେଲ୍ଫି ନେବା ପାଇଁ ଆସିଥିଲେ । ତେବେ ପ୍ରଥମେ ପୃଥ୍ବୀ ସେମାନଙ୍କ ସହ ସେଲ୍ଫି ନେଇଥିଲେ । କିନ୍ତୁ ସେମାନେ ବାରମ୍ବାର ସେଲ୍ଫି ନେବାକୁ ଜିଦି କରିଥିଲେ । ଏହାପରେ ପୃଥ୍ବୀ ସେମାନଙ୍କୁ ମନା କରିଦେଇଥିଲେ । ଏଥିରେ ଦୁଇ ଯୁବକ ଉତ୍ତ୍ୟକ୍ତ ହୋଇ ସେମାନଙ୍କ ସହିତ ଯୁକ୍ତି ଆରମ୍ଭ କରିଦେଇଥିଲେ ।

ଏହା ଦେଖିବା ପରେ ସେହି ହୋଟେଲର ମ୍ୟାନେଜର ଏହି ମାମେରେ ହସ୍ତକ୍ଷେପ କରିଥିଲେ । ପୃଥ୍ବୀଙ୍କ ସହ ପାଟିତୁଣ୍ଡ କରୁଥିବା ଯୁବକଙ୍କୁ ହୋଟେଲ ପରିସରରୁ ବାହାରି ଯିବାକୁ କହିଥିଲେ । ଏହାପରେ ଉଭୟ ବନ୍ଧୁ ହୋଟେଲରେ ରାତ୍ରୀ ଭୋଜନ କରିଥିଲେ । କିନ୍ତୁ ଏହାପରେ ଯେତେବେଳେ ସେମାନେ ହୋଟେଲରୁ ବାହାରକୁ ବାହାରୁଥିଲେ, ସେହି ସମୟରେ ସେବି ଯୁବକ ହୋଟେଲ ବାହାରେ ବେସବଲ ଖେଳାଯାଉଥିବା ବ୍ୟାଟ୍‌ ଧରି ଛିଡ଼ା ହୋଇଥିଲେ । ପୃଥ୍ବୀ ଓ ତାଙ୍କ ବନ୍ଧୁ ଆଶିଷ କାରରେ ବସି ଯିବାପରେ କିଛି ବାଟ ପିଛାକରି ସେ ଏହି କାରର କାଚକୁ ମାରି ଭାଙ୍ଗି ଦେଇଥିଲେ । ଏହାପରେ ପୃଥ୍ବୀଙ୍କୁ ଅନ୍ୟ ଏକ କାରରେ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ବନ୍ଧୁ ଆଶିଷ ଓ ତାଙ୍କର ଅନ୍ୟ ସହଯୋଗୀ ଆଶିଷଙ୍କ କାରକୁ ନେଇ ଓସିବାରା ଯାଇଥିଲେ ।

ତେବେ ଏନେଇ ଆଶିଷ ପୋଲିସକୁ ଦେଇଥିବା ସୂଚନା ଅନୁସାରେ ସେମାନେ ୩ଟି ମୋଟର ସାଇକେଲ ଓ ଗୋଟିଏ ଧଳା ରଙ୍ଗର କାରରେ ସେମାନଙ୍କୁ ପିଛା କରିଥିଲେ । କିଛି ବାଟ ଯିବାପରେ ଲିଙ୍କ ରୋଡ଼ ନିକଟରେ ୟୁ ଟର୍ଣ୍ଣ ନେବା ସମୟରେ ସେମାନେ ଆକ୍ରମଣ କରିଥିଲେ । ମୋଟର ସାଇକେଲରେ ଯାଉଥିବା ୬ ଜଣ ଯୁବକ ଓ କାରରେ ଯାଉଥିବା ଜଣେ ଯୁବତୀଙ୍କ ସହ ଅନ୍ୟ ୨ ବ୍ୟକ୍ତି ପୃଥ୍ବୀ ଓ ଆଶିଷଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାପରେ ଆଶିଷ ନିଜ କାରକୁ ଚଳାଇ ଓସିବାରା ଥାନା ପର୍ଯ୍ୟନ୍ତ ନେଇଯାଇଥିଲେ । ତେବେ ୮ ଜଣ ଅଭିଯୁକ୍ତ ତାଙ୍କୁ ପିଛା କରି କରି ଥାନା ନିକଟରେ ପହଞ୍ଚି ଯାଇଥିଲେ । ଏହି ସମୟରେ ଯୁବତୀ ଜଣକ ଆଶିଷଙ୍କ ସହ ଯୁକ୍ତିତର୍କ କରିବା ସହ ମାମଲା ରଫାଦଫା କରିବା ପାଇଁ ୫୦ ହଜାର ଟଙ୍କା ମାଗିଥିଲେ । ନଦେଲେ ଥାନାରେ ମିଛ ଅଭିଯୋଗ କରିବା ପାଇଁ ମଧ୍ୟ ଧମକ ଦେଇଥିଲେ । ତେବେ ଏହାପରେ ଥାନାରେ ପହଞ୍ଚି ଆଶିଷ ଲିଖିତ ଅଭିଯୋଗ କରିବା ପରେ ୮ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ଉକ୍ତ ଯୁବତୀ ,ସ୍ବପ୍ନା ଗିଲଙ୍କୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.