ETV Bharat / bharat

ପୋଲିସକୁ ମଦ ପିଆଇ କଏଦୀ ଚମ୍ପଟ, ମଦ୍ଯପ କନଷ୍ଟେବଳ ନିଲମ୍ବିତ - କନଷ୍ଟେବଳଙ୍କୁ ନିଲମ୍ବିତ କଲେ ASP

କଏଦୀ କନଷ୍ଟେବଳଙ୍କୁ ମଦ ପିଆଇ ଆଗ୍ରାର ସୀତାପୁର ଜେଲରୁ ଚମ୍ପଟ ମାରିଲା କଏଦୀ । କନଷ୍ଟେବଳଙ୍କୁ ନିଲମ୍ବିତ କଲେ ASP । କଏଦୀଙ୍କ ସନ୍ଧାନରେ 3ଟି ଟିମ୍ ଗଠନ । ଅଧିକ ପଢନ୍ତୁ

ମଦ୍ଯପ କନଷ୍ଟେବଳ ସସ୍‌ପେଣ୍ଡ
ମଦ୍ଯପ କନଷ୍ଟେବଳ ସସ୍‌ପେଣ୍ଡ
author img

By

Published : Aug 6, 2023, 5:21 PM IST

ଲକ୍ଷ୍ନୌ: ପୋଲିସ କଷ୍ଟଡିରୁ ଚମ୍ପଟ ମାରିଲା କଏଦୀ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୀତାପୁର ଜେଲରେ । ଶୁକ୍ରବାର ଅପରାହ୍ନରେ କଏଦୀଙ୍କୁ ଶୁଣାଣି ପାଇଁ ଜିଲ୍ଲା ଜେଲରୁ କୋର୍ଟକୁ ଅଣାଯାଇଥିଲା । ଶୁଣାଣି ପରେ କଏଦୀ ଦାୟିତ୍ବରେ ଥିବା କନେଷ୍ଟବଳ ଏବଂ କଏଦୀ ଉଭୟ ଥାନାକୁ ଫେରି ନଥିଲେ । ସୀତାପୁର ପୋଲିସ ଉଭୟଙ୍କୁ ଖୋଜିବାକୁ ଆରମ୍ଭ କରିଥିଲା । ହେଲେ ଉଭୟଙ୍କ କୌଣସି ସନ୍ଧାନ ମିଳିନଥିଲା ।ଏହାକୁ ନେଇ ବରିଷ୍ଠ ପୋଲିସ ଅଧିକ କନେଷ୍ଟବଳଙ୍କୁ ହେପାଜତକୁ ନେବା ସହ କଏଦୀକୁ ଖୋଜିବା ପାଇଁ 3ଟି ଟିମ୍ ଗଠନ କରିଥିଲେ । ପରେ ପୋଲିସ କନେଷ୍ଟବଳଙ୍କୁ ତାଙ୍କ ଭଡା ଘରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।

ସୂଚନା ଅନୁଯାୟୀ, 2018 ମସିହାରେ ଉତ୍ତର ପ୍ରଦେଶର କୋତୱାଲି ଜିଲ୍ଲାର ସୀତପୁର ଥାନା ଅଞ୍ଚଳର ରାମପୁର ଗାଁର ଫୁରକାନ ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ । ଏହି ଘଟଣା ପରେ ଫୁରକାନ୍‌ କାରାଗାରରେ ରହି ନିଜର ସଜା କାଟୁଥିଲା । ଅଗଷ୍ଟ 4 ଅର୍ଥାତ୍ ଶୁକ୍ରବାର ଏହି ମାମଲାର ଶୁଣାଣି ପାଇଁ ଫୁରକାନକୁ କୋର୍ଟରେ ହାଜର କରାଯାଇଥିଲା । କନେଷ୍ଟବଳ ଉମାନାଥ ଶ୍ରୀବାସ୍ତବଙ୍କ ସହ କଏଦୀ ଫୁରକାନର କୋର୍ଟରେ ହାଜର ହୋଇଥିଲା । ପରେ ଉଭୟ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାକୁ ଫେରି ନଥିବାରୁ ଥାନା ଅଧିକାରୀ ଉଭୟଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ପୋଲିସ ଏକ ଟିମ୍‌ ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲେ । ପରେ ସେମାନେ କନେଷ୍ଟବଳ ଉମାନାଥ ଶ୍ରୀବାସ୍ତବ ରହୁଥିବା ଭଡ଼ାଘରେ ଖୋଜିବା ସମୟରେ ଉମାନାଥଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ପାଇଥିଲେ । ହେଲେ କଏଦୀ ଫୁରକାନର କୌଣସି ଚିହ୍ନବର୍ଣ୍ଣ ନଥିଲା । ପୋଲିସ ଉମାନାଥଙ୍କୁ ଏହି ଘଟଣା ସମ୍ପର୍କରେ ପଚାରଉଚରା କରିଥିଲେ ମଧ୍ୟ କିଛି ସୁଫଳ ପାଇ ପାରି ନଥିଲେ । ପରେ ପୋଲିସ ଉମାନାଥଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ସହ ତାଙ୍କର ଡାକ୍ତରୀମାଇନା କରିଥିଲେ । ଡାକ୍ତର ପ୍ରଦାନ କରିଥିବା ରିପୋର୍ଟ ଅନୁଯାୟୀ ଅତ୍ୟଧିକ ମଦ୍ୟପାନ କରିବା କାରଣରୁ ଉମାନାଥ ଅଚେତ ହୋଇ ପଡ଼ିଥିଲେ । ଉମାନାଥଙ୍କ ଚେତା ଅସାବା ପରେ ସେ ଓ ଫୁରକାନ ତାଙ୍କ ଘରେ ମଦ୍ୟପାନ କରିଥିବା କଥା ସ୍ବୀକାର କରିଥିଲେ । ଅତିରିକ୍ତ ପୋଲିସ ଅଧିକ୍ଷକ ତୁରନ୍ତ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ କଏଦୀ ଫୁରକାନକୁ ଖୋଜିବା ପାଇଁ 3ଟି ଟିମ୍ ଗଠନ କରିଥିଲେ । ଯଥାଶୀଘ୍ର ପୋଲିସ କଏଦୀକୁ ଗିରଫ କରିବ ବୋଲି ସୀତାପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.