ETV Bharat / bharat

Mann Ki Baat: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ମୋଦି - ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ଆଜି ପ୍ରଧାନମନ୍ତ୍ରୀଙ୍କ 98ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ମନ୍ କି ବାତ୍
Mann Ki Baat
author img

By

Published : Feb 26, 2023, 6:55 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଏହା ବର୍ଷ 2023ରେ ଦ୍ବିତୀୟ ମନ୍ କି ବାତ୍ । ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ର ଆଜି (ରବିବାର) 98ତମ ସଂସ୍କରଣ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଶୁଣିବାକୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

2023 ଜାନୁଆରୀ 29 ତାରିଖରେ ବର୍ଷର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ମୋଦି । ଓଡ଼ିଶାର ଚିଲିକା ହ୍ରଦ ବିଷୟରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଥିଲେ ପ୍ରଧାନମନ୍ତ୍ରୀ । ଏହାସହିତ ଓଡ଼ିଶାର ମିଲେଟ ପ୍ରିନିୟର୍ସଙ୍କ କଥା କହି ସୁନ୍ଦରଗଡ ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କଥା କହିଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ମିଲେଟ ମିଶନର ସଫଳତା ବିଷୟରେ ମଧ୍ୟ କାର୍ଯ୍ୟକ୍ରମରେ କହିଥିଲେ । 'India the mother of Democracy' ନାମକ ପୁସ୍ତକ ବିଷୟରେ ମଧ୍ୟ କହିଥିଲେ ।

ଏହା ବି ପଢନ୍ତୁ...ଅବସର ଆଡକୁ ସୋନିଆଙ୍କ ଇସାରା, ଭାରତ ଯୋଡୋ ଯାତ୍ରା ଶେଷ ରାଜନୈତିକ କାର୍ଯ୍ୟକ୍ରମ !

ପ୍ରଧାନମନ୍ତ୍ରୀଙ୍କ ଏହି ମାସିକ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌' ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଦେଶବାସୀ ସ୍ବାଧୀନତାର ୭୬ ବର୍ଷରେ ପାଦ ଥାପିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳୁଥିବାବେଳେ ମନ୍ କି ବାତ୍‌ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଖାଲି ଭାରତରେ ନୁହେଁ ବିଶ୍ବରେ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ବଢିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ବିଜେପି ।

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି ମନ କି ବାତ୍ ପ୍ରସାରଣ ପରେ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.