ETV Bharat / bharat

ଆଜି ମିଳିବ ପିଏମ-କିଷାନ ଅର୍ଥ; 9 କୋଟି ଚାଷୀ ସିଧାସଳଖ ହେବ ଉପକୃତ

author img

By

Published : Dec 25, 2020, 8:30 AM IST

ଆଜି ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦ୍ବାରା 9 କୋଟିରୁ ଅଧିକ ଚାଷୀଙ୍କୁ 18 ହଜାରରୁ କୋଟି ଟଙ୍କା ହସ୍ତାନ୍ତର କରାଯିବ ।ଅଧିକ ପଢନ୍ତୁ...

ଆଜି ମିଳିବ ପିଏମ-କିଷାନ ଅର୍ଥ
ଆଜି ମିଳିବ ପିଏମ-କିଷାନ ଅର୍ଥ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ କିଷାନ) ଯୋଜନାରେ ଆଜି 2020ର ଶେଷ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ-କିଷାନ ଯୋଜନା ଅଧିନରେ ପରବର୍ତ୍ତୀ ରାଶି ଜାରି କରିବେ । 9 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ 18 ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମ ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 6ଟି ରାଜ୍ୟର ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିବେ । ଉକ୍ତ କାର୍ଯ୍ୟକ୍ରମରେ ପିଏମ-କିଷାନ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କୃଷକମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବେ । ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ପିଏମ-କିଷାନ ଯୋଜନା ଅଧିନରେ, ଯୋଗ୍ୟ ହିତାଧିକରୀ ଚାଷୀଙ୍କୁ ବାର୍ଷିକ 6 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯାହା ପ୍ରତ୍ୟେକ ଚାରି ମାସରେ 2000 ଟଙ୍କାର କିସ୍ତି ଆକାରରେ ଦିଆଯାଇଥାଏ । ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ ।

ସୂଚନାଯୋଗ୍ୟ, 2020 ଆରମ୍ଭ ସମୟରେ ମୋଦି କୃଷକଙ୍କୁ ନବବର୍ଷ ଭେଟି ସୂରୂପ ପିଏମ କିଷାନର 3ୟ କିସ୍ତି ଦେଇଥିଲେ । 6ଟି ଚାଷୀଙ୍କ ଖାତାରେ 12 ହଜାର ଜମା ହୋଇଥିଲା । ଏହି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ- କିଷାନ) ଯୋଜନାରେ କୃଷକଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.