ETV Bharat / bharat

'ସଂସଦ ସୁରକ୍ଷାରେ ତ୍ରୁଟି ଚିନ୍ତାଜନକ, ବାଦ ବିବାଦ ନୁହେଁ ଅଭିଯୁକ୍ତର ଉଦ୍ଦେଶ୍ୟ ଜାଣିବା ଆବଶ୍ୟକ' - ରାମ ମନ୍ଦିର

Prime Minister reaction Parliament Security breach: ସଂସଦ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ଦୁଃଖଦ ଓ ଚିନ୍ତାଜନକ କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

Prime Minister reaction
ସଂସଦ ସୁରକ୍ଷାରେ ତ୍ରୁଟି ଦୁଃଖଦ ଓ ଚିନ୍ତାଜନକ
author img

By ETV Bharat Odisha Team

Published : Dec 17, 2023, 12:48 PM IST

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ଦୁଃଖଦ ଓ ଚିନ୍ତାଜନକ ବ୍ୟକ୍ତ କରିବା ସହ ଏହା ପଛରେ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ 370 ଧାରା ଉଚ୍ଛେଦ ଓ ରାମ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ମତବ୍ୟକ୍ତ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ସାକ୍ଷାତକାର ସମୟରେ ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମତ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏନେଇ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଘଟଣାଟି ଦୁଃଖଦ ଅଟେ ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, "ଏହି ମାମଲାରେ ବାଦ ବିବାଦ କରିବାର କୌଣସି ଆବଶ୍ୟକତା ନାହିଁ । ଘଟଣା ପଛରେ କିଏ ରହିଛି ସେ ବିଷୟରେ ଜାଣିବାର ନିହାତି ଆବଶ୍ୟକ ରହିଛି । ଏଭଳି ଘଟଣା ଘଟାଇବା ପଛରେ ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ କଣ ଥିଲା ସେ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ।"

ତେବେ ଡିସେମ୍ବର 13 ତାରିଖ ଦିନ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଯାଇଥିଲା । ସଂସଦ ମଧ୍ୟରେ 2 ଜଣ ବ୍ୟକ୍ତି ପ୍ରବେଶ କରିଥିଲେ । ଯାହାକୁ ନେଇ ଆତଙ୍କ ଖେଳି ଯାଇଥିଲା । ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..ସଂସଦ ସୁରକ୍ଷା ଭଙ୍ଗ ମାମଲା, ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ନୋଟିସ

ଆଉ ମଧ୍ୟ ଏହି ସାକ୍ଷାତକାର ସମୟରେ ରାମ ମନ୍ଦିର ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ମୋଦି । ସେ କହିଛନ୍ତି, 22 ଜାନୁଆରୀ 2024ରେ ରାମ ମନ୍ଦିରର ଉଦଘାଟନ ହେବ । ଏହି ଦିନ ବେଶ ମହତ୍ତ୍ୱପୂର୍ଣ୍ଣ ଅଟେ । 22 ଜାନୁଆରୀ ଦିନ 140 କୋଟି ହୃଦୟ ପାଇଁ ଖୁସିର ଦିନ ଅଟେ । ବର୍ଷ ବର୍ଷ ଧରି ଯେଉଁ ଦିନକୁ ଲୋକମାନେ ଅପେକ୍ଷା କରି ରହିଥିଲେ ଶେଷରେ ସେହି ଦିନ ଆସିବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ.. ରାମ ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି, ଅଯୋଧ୍ୟରେ ଜାନୁଆରୀ 20ରୁ 23 ହୋଟେଲର ଆଡଭାନ୍ସ ବୁକିଂ ମନା

ଅନ୍ୟପଟେ ନିକଟରେ ଜାମ୍ମୁ-କାଶ୍ମୀରରେ 370 ଧାରା ଉଚ୍ଛେଦକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିବା ପରେ ତମାମ ପ୍ରତିକ୍ରିୟାମାନ ସାମ୍ନାକୁ ଆସୁଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାକ୍ଷାତକାରରେ 370 ଧାରା ଉଚ୍ଛେଦ ପ୍ରସଙ୍ଗରେ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଧାରା 370 ଏବେ ପୂର୍ବ ସମୟର କଥା ଅଟେ । ଯାହା କେବେ ଫେରିପାରିବ ନାହିଁ । ବିଶ୍ବରେ ଏଭଳି କୌଣସି ଶକ୍ତି ନାହିଁ ଯାହା 370 ଧାରାକୁ ପୁନଃ ଆଣିପାରିବ ।"

ଏହାମଧ୍ୟ ପଢନ୍ତୁ.. ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଐତିହାସିକ: ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.