ETV Bharat / bharat

ହାଇଦ୍ରାବାଦ ଗସ୍ତ କରିବେ ମୋଦି, କୋଭାକ୍ସିନ ଟୀକାର କରିବେ ସମୀକ୍ଷା

author img

By

Published : Nov 26, 2020, 9:47 PM IST

ନଭେମ୍ବର 28 ତାରିଖରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ବାୟୋଟେକରେ ବିକଶିତ ହେଉଥିବା କୋରୋନା ଟିକା କୋଭାକ୍ସିନ ଅଗ୍ରଗତି ବିଷୟରେ ଜାଣିବାକୁ ଏହି ଗସ୍ତ କରିବେ ମୋଦି । ଅଧିକ ପଢ଼ନ୍ତୁ...

ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, କୋଭାକ୍ସିନ ଟିକାର କରିବେ ସମୀକ୍ଷା

ନୂଆଦିଲ୍ଲୀ: ଆସନ୍ତା 28 ତାରିଖରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ବାୟୋଟେକରେ ବିକଶିତ ହେଉଥିବା କୋରୋନା ଟିକା କୋଭାକ୍ସିନର ଅଗ୍ରଗତି ବିଷୟରେ ଜାଣିବାକୁ ଏହି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଓ ଭାରତ ବାୟୋଟେକର ମିଳିତ ଉଦ୍ୟମରେ କୋଭାକ୍ସିନ ଟିକା ବିକଶିତ କରାଯାଉଛି । ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ । ଏହି ଅବସରରେ କୋରୋନା ଭାଇରସର ମୁକାବିଲା କରିବା ପାଇଁ କୋଭାକ୍ସିନ ଟୀକାର ସ୍ଥିତି ସମୀକ୍ଷା କରିବେ । ଏହାର ବିତରଣ ଓ ଉତ୍ପାଦନ ପ୍ରଣାଳୀ ଉପରେ ମଧ୍ୟ ସେଠାକାର ଅଧିକାରୀଙ୍କ ସହ ଆଲୋଚନା କରିବେ।

ରବିବାର ଅପରାହ୍ନ 4.10ରେ ହାକିମପେଟ ବିମାନ ବନ୍ଦରରେ ଏକ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦରେ ପହଞ୍ଚିବେ ମୋଦି। ସେଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ଭାରତ ବାୟୋଟେକରେ ପହଞ୍ଚିବେ। ସେଠାରେ ସମସ୍ତ ଆଲୋଚନା ଓ ସ୍ଥିତି ସମୀକ୍ଷା ଶେଷ ହେବା ପରେ 5.10ରେ ମୋଦି ହାଇଦ୍ରାବାଦରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିବା କାର୍ଯ୍ୟକ୍ରମ ରହିଛି ।

2021 ମସିହା ପ୍ରଥମ 6 ମାସ ଭିତରେ କୋଭାକ୍ସିନ ଟିକା ବିକଶିତ ହୋଇଯିବା ନେଇ ଆଶା ରଖାଯାଇଛି। ଭାରତ ବାୟୋଟେକ ବର୍ତ୍ତମାନ ସୁଦ୍ଧା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରି ସାରିଛି। ଏନେଇ ଭାରତ ବାୟୋଟେକ ନିର୍ଦ୍ଦେଶକ ସାଇ ପ୍ରସାଦ ସୂଚନା ଦେଇଛନ୍ତି।

ଡିସେମ୍ବର 1 ତାରିଖରେ ଗ୍ରେଟର ହାଇଦ୍ରାବାଦରେ ମ୍ୟୁନିସିପାଲ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ କେତେକ ରାଜନୀତିଜ୍ଞ ରାଜନୈତିକ ଗସ୍ତ ବୋଲି ମଧ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.