ETV Bharat / bharat

Assembly Result: ଏହି ବିଜୟ ୨୦୨୪ ଫଳାଫଳ ପାଇଁ ସଂକେତ କହିଲେ ମୋଦି - ବମ୍ପର ବିଜୟ ପରେ ଭୋଟରଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ବିଜେପିର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ମତାଦାତାଙ୍କୁ ଅଭିନନ୍ଦନ । ଆଜିର ଦିନ ଉତ୍ସାହର ଦିନ, ଆଜିର ଦିନ ଉତ୍ସବର ଦିନ । ଦଳୀୟ କାର୍ଯ୍ୟକର୍ତ୍ତା ମତେ କଥା ଦେଇଥିଲେ, ମାର୍ଚ୍ଚ ୧୦ରୁ ହୋଲି ପାଳନ କରିବାକୁ । ଆଜି ତାହା ହୋଇଛି । ଅଧିକ ପଢନ୍ତୁ

ମୋଦି
ମୋଦି
author img

By

Published : Mar 10, 2022, 10:29 PM IST

Updated : Mar 10, 2022, 10:55 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ (Assembly Election Results) ର ଫଳାଫଳ ଆସିସାରିଛି । କେବଳ ପଞ୍ଜାବ ଛାଡି ଗୈରିକ ଦଳ ବିଜେପି ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରରେ ଦଳ କ୍ଷମତା ବଜାୟ ରଖିଛି । ଏଥିସହ ଗୁରୁତ୍ବପୂର୍ଣ୍ଣ ୟୁପିରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ଯାହାକୁ ନେଇ ଏବେ ବିଜେପି ଶିବିରରେ ଉତ୍ସବର ମାହୋଲ। ଆଉ ଏହି ଉତ୍ସବରେ ସାମିଲ ହୋଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି।

  • आज भाजपा को चार राज्यों की जनता का आशीर्वाद मिला है।

    प्रधानमंत्री जी द्वारा चलाए गए गरीब कल्याण के कार्यक्रमों और नीतियों पर जनता ने मुहर लगाई है।

    37 साल बाद उत्तर प्रदेश में पहली बार हो रहा है कि किसी पार्टी की लगातार दूसरी बार सरकार बनी है।

    - श्री @JPNadda pic.twitter.com/1cWk4TjeFF

    — BJP (@BJP4India) March 10, 2022 " class="align-text-top noRightClick twitterSection" data=" ">

ଆଜି ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଆୟୋଜିତ ବିଜେପିର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ମତାଦାତାଙ୍କୁ ଅଭିନନ୍ଦନ । ଆଜିର ଦିନ ଉତ୍ସାହର ଦିନ, ଆଜିର ଦିନ ଉତ୍ସବର ଦିନ । ଦଳୀୟ କାର୍ଯ୍ୟକର୍ତ୍ତା ମତେ କଥା ଦେଇଥିଲେ, ମାର୍ଚ୍ଚ ୧୦ ରୁ ହୋଲି ପାଳନ କରିବାକୁ । ଆଜି ତାହା ହୋଇଛି । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ, ନିଷ୍ଠା ଓ ତପସ୍ୟାକୁ ମୁଁ ପ୍ରଣାମ କରୁଛି । ସମସ୍ତ କାର୍ଯ୍ୟକର୍ତ୍ତା ଦଳୀୟ ଅଧ୍ୟକ୍ଷଙ୍କ ମାର୍ଗ ଦର୍ଶନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପାଇଁ ବିଜୟର ଚୌକା ମାରିଛନ୍ତି । ଏହି ବିଜୟ ଭାରତୀୟ ଲୋକତନ୍ତ୍ର ପାଇଁ ଅନେକ ଗୁରୁତ୍ବବହନ କରୁଛି ।

  • हमें जुट जाना है, एक पल भी गंवाना नहीं है, चुनौतियां कितनी ही कठिन क्यों न हों, लेकिन जीतने का संकल्प उससे भी बड़ा होता है।

    बड़े संकल्पों के साथ, बड़े सपनों के साथ, हर ऊंचाई को पार करने के इरादों के साथ देश को आगे बढ़ाना है।

    ये भव्य विजय, भारत के उज्ज्वल भविष्य की गारंटी है। pic.twitter.com/zxqGgdoXRi

ସେହିପରି ୫ ଟି ରାଜ୍ୟରେ ମହିଳାଙ୍କ ଭୂମିକା, ମତଦାନକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ମହିଳାଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୋଦି କହିଛନ୍ତି 36 ବର୍ଷ ପରେ ୟପିରେ କୌଣସି ସରକାର କ୍ଷମତା ବଜାୟ ରଖିଛି । ଗୋଆରେ ଦଳ ହ୍ୟାଟ୍ରିକ ମାରିଛି । ଉତ୍ତରାଖଣ୍ଡରେ ମଧ୍ୟ କୌଣସି ସରକାର ଲଗାତାର କ୍ଷମତା ବଜାୟ ରଖିଛି । ପାହାଡି ରାଜ୍ୟ ମଣିପୁରରେ ମଧ୍ୟ ଦଳ ବମ୍ପର ବିଜୟ ହାସଲ କରିଛି । ପଞ୍ଜାବ ଫଳାଫଳକୁ ନେଇ ମୋଦି ମଧ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରି କହିଛନ୍ତି ଆମର କାର୍ଯ୍ୟକର୍ତ୍ତା ପ୍ରତିକୂଳ ସ୍ଥିତିରେ ମଧ୍ୟ ସଂଗ୍ରାମ ଜାରି ରଖିଛନ୍ତି । ଆମେ କୌଣସି ସ୍ଥିତିରେ ପଞ୍ଜାବ ଲୋକଙ୍କ ଆସ୍ଥା ଜିତିବୁ । ପଞ୍ଜାବର ବିକାଶ, ସୁରକ୍ଷା ଆମର ଦାୟିତ୍ବ । ତେଣୁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଏହି ଜନାଦେଶ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ସ୍ଥିର କରିଛି ।

  • विधानसभा चुनाव 2022 में भारतीय जनता पार्टी को मिले अभूतपूर्व जनसमर्थन के लिए जनता का आभार एवं अभिनंदन। pic.twitter.com/w5EKFVxNxe

ସେହିଭଳି ମୋଦି ନିଜ ସମ୍ବୋଧନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ଅର୍ଥନୈତି, ସୁରକ୍ଷା ସମ୍ପର୍କରେ ସରକାର କରିଥିବା କାମ ଉଲ୍ଲେଖ କରଛନ୍ତି । ଏହାସହ ବିନା କୌଣସି ଭେଦଭାବରେ ବିଜେପି ସରକାର ଲୋକଙ୍କ ପାଇଁ କାମ କରିବ ବୋଲି କହିଛନ୍ତି ।

  • एक न एक दिन ऐसा आएगा जब भारत में परिवारवादी राजनीति का सूर्यास्त देश के नागरिक करके रहेंगे।

    इस चुनाव में देश के मतदाताओं ने अपनी सूझबूझ का परिचय देते हुए, आगे क्या होने वाला है, इसका इशारा कर दिया है।

    - पीएम @narendramodi pic.twitter.com/3exkQ46riy

ସେହିପରି ନିଜ ସମ୍ବୋଧନରେ ପରିବାରବାଦକୁ ନେଇ ପୁଣି ଥରେ ବର୍ଷିଛନ୍ତି ମୋଦି । କହିଛନ୍ତି ମୁଁ କୌଣସି ପରିବାର ବିରୋଧରେ ନୁହେଁ । କିନ୍ତୁ ଲୋକତନ୍ତ୍ରରେ ପରିବାରବାଦ ବିରୋଧୀ । ପରିବାରବାଦ ଦେଶପ୍ରତି କ୍ଷତି ପହଞ୍ଚାଇଛି । ମୁଁ ଆଜି କହୁଥିବା ବାକ୍ୟ ଲେଖି ରଖିଥାନ୍ତୁ...ମୋର ବିଶ୍ବାସ ଏମିତି ଏକ ଦିନ ଆସିବ ଜନତା ପରିବାରବାଦର ରାଜନୀତିକୁ ଅସ୍ତ କରିଦେବେ ।

  • BJP karyakartas had promised me that Holi would begin from 10th March this year, and they've kept their promise. These workers worked 24*7 and were successful in winning the trust of the people across states.

    - PM @narendramodi pic.twitter.com/H7LgoG1LYu

ଏହି ପରିବାରବାଦ ସରକାର ଭ୍ରଷ୍ଟାଚାର ବିରୋଧରେ କାମ କଲେ ତାଙ୍କର ଇକୋ ସିଷ୍ଟମ ବ୍ୟବହାର କରି ସାମ୍ବିଧାନିକ ସଂସ୍ଥାକୁ ବଦନାମ କରୁଛନ୍ତି । କିନ୍ତୁ ଆମର ଭ୍ରଷ୍ଟାଚାର ବିରୋଧରେ ଲଢେଇ ଜାରି ରହିବ । ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବା ପାଇଁ କୌଣସି ଶକ୍ତି ଆମକୁ ଅଟକାଇ ପାରିବ ନାହିଁ । ପ୍ରତ୍ୟେକ ଗିରବ ପରିବାରର ହକ ଘରେ ଘରେ ନପହଞ୍ଚାଇବା ଯାଏଁ ମୁଁ ଚୁପ ବସିବି ନାହିଁ ।

@ANI

Last Updated : Mar 10, 2022, 10:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.