ETV Bharat / bharat

Lok Sabha: ଦେଖୁଥିଲେ ବିଦେଶୀ ଅତିଥି, ମୋଦି ମୟ ହୋଇଗଲା ପୁରା ଲୋକସଭା - ଲୋକସଭାରେ ମୋଦିଙ୍କୁ ଭବ୍ୟ ସ୍ବାଗତ

ପ୍ରଧାନମନ୍ତ୍ରୀ ଲୋକସଭାକୁ ପ୍ରବେଶ କରୁଥିବା ବେଳେ ପୁରା ଲୋକସଭା ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା । ସମସ୍ତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସାଂସଦ ମାନେ ଟେବୁଲ ବାଡେଇ, ଜୟ ଶ୍ରୀରାମ ନାରା ଦେଇ ମୋଦି ମୋଦି ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଅଧିକ ପଢନ୍ତୁ

ମୋଦିଙ୍କୁ ଭବ୍ୟ ସ୍ବାଗତ
ମୋଦିଙ୍କୁ ଭବ୍ୟ ସ୍ବାଗତ
author img

By

Published : Mar 14, 2022, 9:06 PM IST

Updated : Mar 15, 2022, 7:30 PM IST

ନୂଆଦିଲ୍ଲୀ: ଦେଶର 4 ଟି ରାଜ୍ୟ ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ (Assembly Elections)ରେ ଭାରତୀୟ ଜନତା ପାର୍ଟି ବିଜେପି ବମ୍ପର ବିଜୟ ପରେ ଆଜି ଠାରୁ ଆରମ୍ଭ ହୋଇଛି ସଂସଦ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆଜି ସଂସଦ ଆରମ୍ଭ ହେବା ମାତ୍ରେ, ନିର୍ଦ୍ଧାରିତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଲୋକସଭାକୁ ଆସିଥିଲେ ।

ଦେଖୁଥିଲେ ବିଦେଶୀ ଅତିଥି, ମୋଦି ମୟ ହୋଇଗଲା ପୁରା ଲୋକସଭା

ପ୍ରଧାନମନ୍ତ୍ରୀ ଲୋକସଭାକୁ ପ୍ରବେଶ କରୁଥିବା ବେଳେ ପୁରା ଲୋକସଭା ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା । ସମସ୍ତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସାଂସଦ ମାନେ ଟେବୁଲ ବାଡେଇ, ଜୟ ଶ୍ରୀରାମ ନାରା ଦେଇ ମୋଦି ମୋଦି ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । 2 ମାସ ଧରି ହୋଇଥିବା ନିର୍ବାଚନରେ ଗତ ମାର୍ଚ୍ଚ 10 ରେ ଫଳାଫଳ ଆସିଛି । ଯେଉଁଥିରେ ବିଜେପି ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବମ୍ପର ବିଜୟ ପାଇଥିବା ବେଳେ, ପଞ୍ଜାବରେ କ୍ଷମତା ଦଖଲ କରିଛି ଆମ ଆଦମୀ ପାର୍ଟି ।

ପ୍ରଧାନମନ୍ତ୍ରୀ ଯେତେବେଳେ ସଂସଦରେ ପ୍ରବେଶ କରିଥିଲେ ସେତେବେଳେ ଲୋକସଭା ବାଚସ୍ପତି ଓମ ବିର୍ଲା ଅଷ୍ଟ୍ରିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଭାରତ ସଂସଦ ସମ୍ପର୍କରେ ଅବଗତ କରୁଥିଲେ । ଏହାସହ ତାଙ୍କର ଭାରତ ଗସ୍ତ ସମ୍ପର୍କରେ ଲୋକସଭାକୁ ଅବଗତ କରୁଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାକୁ ପ୍ରବେଶ କରିଥିବା ବେଳେ ପୁରା ସଂସଦ ମୋଦି ମୟ ହୋଇଯାଇଥିଲା । ସମସ୍ତ ବିଜେପି ଓ ସହଯୋଗୀ ଦଳର ସାଂସଦ ମାନେ ଟେବୁଲ ବାଡେଇ ଜୟ ଶ୍ରୀରାମ ନାରା ସହ ମୋଦି ମୋଦି ନାରା ଲଗାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହାତ ଯୋଡି ସମସ୍ତଙ୍କୁ ଅଭିବାଦନ ଜଣାଇ ନିଜ ଆସନରେ ବସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 15, 2022, 7:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.