ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ସୋମବାର) ସଂଧ୍ୟା 5ଟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ମହାମାରୀ କୋରୋନା ତଥା ସମ୍ଭାବିତ ତୃତୀୟ ଲହର ନେଇ ଦେଇପରାନ୍ତି ବଡ ବାର୍ତ୍ତା ।
ମହାମାରୀ କୋରୋନାର ଦ୍ବିତୀୟ ଲହରୀ ହ୍ରାସ ସହିତ ଦେଶରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ସୋମବାର ସଂଧ୍ୟା 5ଟାରେ ଦେଶକୁ ସମ୍ବୋଦିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରାଯାଇ ଏହାର ସୂଚନା ଦିଆଯାଇଛି ।
ଅନଲକ ପ୍ରକ୍ରିୟା ମଧ୍ୟରେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅପିଲ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଭ୍ୟାକ୍ସିନେସନକୁ ନେଇ ମୋଦି ଦେଇପାରନ୍ତି ବାର୍ତ୍ତା ।
ଦେଶରେ କୋରୋନାର ଦ୍ବିତୀୟ ଲହରୀରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା ମହାମାରୀ କୋରୋନା । ଗୋଟିଏ ଦିନରେ 4 ଲକ୍ଷରୁ ଅଧିକ ମାମଲା ରେକର୍ଡ କରାଯାଇଛି । ହେଲେ ବର୍ତ୍ତମାନ କିଛିମାତ୍ରାରେ ସ୍ଥିତି ସୁଧୁରୁଥିବା ଅନୁମାନ କରାଯାଉଛି । ଏବେ ନୂଆ ମାମଲା ସଂଖ୍ୟା 1 ଲକ୍ଷକୁ ଖସିଛି । ଅନ୍ୟପକ୍ଷେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା 15 ଲକ୍ଷରୁ ତଳକୁ ଖସିଛି ।