ETV Bharat / bharat

Russia-Ukraine conflict: ପୁଟିନଙ୍କ ସହ କଥା ହେଲେ ମୋଦି - ଋଷ ଓ ୟୁକ୍ରେନ ବିବାଦ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Russia-ukraine conflict: ପୁଟିନଙ୍କ ସହ କଥା ହେଲେ  ପ୍ରଧାନମନ୍ତ୍ରୀ

author img

By

Published : Feb 24, 2022, 10:54 PM IST

Updated : Feb 24, 2022, 11:03 PM IST

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଚାଲିଥିବା ଯୁଦ୍ଧ ବିଷୟରେ ମୋଦିଙ୍କୁ ଜଣାଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ତାଙ୍କର ଦୀର୍ଘ ଦିନର ବିଶ୍ବାସକୁ ଦୋହରାଇ କହିଛନ୍ତି ଯେ, ଋଷିଆ ଏବଂ ନାଟୋ ମଧ୍ୟରେ ଥିବା ପାର୍ଥକ୍ୟ କେବଳ ସଚ୍ଚୋଟ ଏବଂ ଆନ୍ତରିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ ।

ଏହାସହିତ ମୋଦି, ପୁଟିନଙ୍କୁ, ୟୁକ୍ରେନରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କହିଥିବା ବେଳେ ପୁଟିନ ମଧ୍ୟ ସହଯୋଗ ନେଇ ପ୍ରତିଶୃତି ଦେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏକମତ ହେବା ସହ ଅଧିକାରୀ କୁଟନୀତି ଜରିଆରରେ ସମାଧାନ ପାଇଁ ଯୋଗାଯୋଗରେ ରହିବେ । ଏଥିସହ ଏହି ପ୍ରସଙ୍ଗରେ ନିୟମିତ ଯୋଗାଯୋଗ କରିବେ । ସେହିପରି ୟୁକ୍ରେନରେ ଫସି ରହିଥିବା ଭାରତୀୟ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ବାହାରିବା ଓ ସୁରକ୍ଷିତ ଫେରିବା ଉପରେ କହିଛନ୍ତି ମୋଦି ।

ସେହିଭଳି ଦ୍ବିପାକ୍ଷିକ କୁଟନୀତି ସ୍ତରରେ ଏହାର ସମଧାନ କରି ହେବ ବୋଲି ମୋଦି କହିଛନ୍ତି । ଏହି କଥା ବାର୍ତ୍ତା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2022, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.