ETV Bharat / bharat

ତାମିଲ ଭାଷା ଶିଖି ନଥିବାରୁ ଦୁଃଖ ପ୍ରକାଶ କଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ପୁରାତନ ତାମିଲ ଭାଷା ଶିଖିନଥିବାରୁ ମନ କି ବାତ କାର୍ଯ୍ୟକ୍ରମରେ ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 28, 2021, 1:05 PM IST

ମନ କି ବାତ କାର୍ଯ୍ୟକ୍ରମ: ତାମିଲ ଭାଷା ଶିଖିନଥିବାରୁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବର ପୁରାତନ, ଲୋକପ୍ରିୟ ଓ ସୁନ୍ଦର ତାମିଲ ଭାଷା ଶିଖି ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ । ମନ କି ବାତ କାର୍ଯ୍ୟକ୍ରମରେ ମୋଦି ଦୁଃଖ ପ୍ରକାଶ କରିଛନ୍ତି ।

ମୋଦି ଏହି କାର୍ଯ୍ୟକ୍ରମରେ ଦେଶବାସୀଙ୍କ ନିକଟରେ ବିଭିନ୍ନ ଆଲୋଚନା ସମ୍ପର୍କରେ ଆଲୋଚନା କରୁଥିବା ସମୟରେ ଏହି ପ୍ରସଙ୍ଗ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମର ଅପର୍ଣ୍ଣା ରେଡ୍ଡି ନାମକ ଜଣେ ଶ୍ରୋତା ମୋଦିଙ୍କୁ ଏହି ଭାଷା ଶିଖିବା ସମ୍ପର୍କରେ ପ୍ରଶ୍ନ କରିଥିଲେ । ମୋଦିଙ୍କ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ପଦବୀର ଏହି ଲମ୍ବା କାର୍ଯ୍ୟକାଳ ସମୟରେ ସେ ଏହି ଭାଷା ଶିଖିବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ କହିଥିଲେ ।

ଶ୍ରୋତାଙ୍କ ଏଭଳି ପ୍ରଶ୍ନକୁ ପରବର୍ତ୍ତୀ ସମୟରେ ମୋଦି ଭାବି ଅନୁଭବ କରିଥିଲେ ଯେ ସେ ବିଶ୍ବର ପୁରାତନ, ଲୋକପ୍ରିୟ ଏବଂ ସୁନ୍ଦର ଭାଷାକୁ ଶିଖିପାରିନାହାନ୍ତି । ଏହି ତାମିଲ ଭାଷା ବିଶ୍ବରେ ଲୋକପ୍ରିୟ । ତେବେ ତାମିଲ କବିତାର ଗମ୍ଭୀରତା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି କେତେକ ଲୋକ ମୋଦିଙ୍କୁ କହିଛନ୍ତି ବୋଲି ସେ କାର୍ଯ୍ୟକ୍ରମରେ କହିଥିଲେ । ଭାରତରେ ଅନେକ ଭାଷାର ବ୍ୟବହାର ହୋଇଥାଏ, ଯାହାକି ଭାରତର ସଂସ୍କୃତି ଓ ଗୌରବର ପ୍ରତୀକ ବୋଲି ମୋଦି କହିଛନ୍ତି ।

ଗୁଜୁରାଟର ଷ୍ଟାଚ୍ୟୁ ଅଫ କେଭାଦିଆର ଜଣେ ଟୁରିଷ୍ଟ ଗାଇଡ ସଂସ୍କୃତ ଭାଷାରେ ପର୍ଯ୍ୟଟକଙ୍କୁ ଏହା ସମ୍ପର୍କରେ ବୁଝାଉଥିବା ବେଳେ ବାରଣାସୀରେ ସଂସ୍କୃତ ଭାଷାରେ କ୍ରିକେଟ କମେଣ୍ଟ୍ରି ଦେଉଥିବାର ଭିଡିଓ ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶିତ କରିଥିଲେ । କେଭାଦିଆରେ ପ୍ରାୟ 15ଟି ଟୁରିଷ୍ଟ ଗାଇଡ଼ ସ୍ପଷ୍ଟ ସଂସ୍କୃତ ଭାଷାରେ ଏହି ସ୍ମାରକୀ ସମ୍ପର୍କରେ ପର୍ଯ୍ୟଟକଙ୍କୁ ବୁଝାଇଥାନ୍ତି ବୋଲି ମୋଦି କାର୍ଯ୍ୟକ୍ରମରେ କହିଥିଲେ ।

ବାରଣାସୀରେ ସଂସ୍କୃତ ଭାଷାରେ କ୍ରିକେଟ କମେଣ୍ଟ୍ରି ସଂସ୍କୃତ ମହାବିଦ୍ୟାଳୟରେ କରାଯାଇଥାଏ । ସେହି ମହାବିଦ୍ୟାଳୟଗୁଡିକ ହେଉଛି ସ୍ବାମୀ ବେଦାନ୍ତି ବେଦ ବିଦ୍ୟାପୀଠ, ଶ୍ରୀ ବ୍ରହ୍ମା ବେଦା ବିଦ୍ୟାଳୟ, ଜାତୀୟ ଚନ୍ଦ୍ରମୌଲୀ ଚାରିଟେବଲ ଟ୍ରଷ୍ଟ ଓ ଶାସ୍ତ୍ରାର୍ଥ ମହାବିଦ୍ୟାଳୟ । ମୋଦି ଏହି ବିଦ୍ୟାଳୟ ସମ୍ପର୍କରେ ନିଜ ମାସିକିଆ ମନ କି ବାତ କାର୍ଯ୍ୟକ୍ରମରେ କହିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.