ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ଷ 2020 ଶେଷ ହେବାକୁ ଯାଉଛି । ବିଦାୟୀ ବର୍ଷରେ ଦେଶର ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତୀୟ ବ୍ୟାପାର ବିଷୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଲୋଚନା କରିଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଏହାସହ 2021 ପାଇଁ ଦୁହେଁ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। 2020ରେ କୋରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ସହ ଏହି ମହାମାରୀ ପାଇଁ ପ୍ରଣୟନ ହୋଇଥିବା ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଏହାସହ ଦେଶରେ ପ୍ରଣୟନ ହୋଇଥିବା ନୂତନ କୃଷି ଆଇନ ଓ ଏହାକୁ ନେଇ ଜାରି ରହିଥିବା ଆନ୍ଦୋଳନକୁ ନେଇ ମଧ୍ୟ ଆଲୋଚନା ହୋଇଛି। ଖୁବଶୀଘ୍ର ଏହାର ସମାଧାନର ବାଟ ବାହାରିବା ନେଇ ପ୍ରଧାନମନ୍ତ୍ରୀ ଆଶାବାଦୀ ରହିଛନ୍ତି।
ବିଦାୟୀ ବର୍ଷରେ ଦେଶବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ତେବେ 2021ରେ ଦେଶବାସୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
@ani