ETV Bharat / bharat

Kashi Vishwanath Corridor ଉଦଘାଟିତ, ୩ଟି ସଂକଳ୍ପ ଦେଶବାସୀଙ୍କୁ ମାଗିଲେ ମୋଦି

author img

By

Published : Dec 13, 2021, 5:57 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀ କାଶୀ ବିଶ୍ବନାଥ ଧାମ (Kashi Vishwanath corridor) ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି । ମୋଟ ୩୩୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଏଥିପାଇଁ ଦିବ୍ୟ କାଶୀ ଭବ୍ୟ କାଶୀରେ ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି । ଅଧିକ ପଢନ୍ତୁ

Kashi Vishwanath corridor
Kashi Vishwanath corridor

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi On Kashi visit ) ଆଜି ଶ୍ରୀ କାଶୀ ବିଶ୍ବନାଥ ଧାମ (Kashi Vishwanath corridor) ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି । ମୋଟ ୩୩୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଏଥିପାଇଁ ଦିବ୍ୟ କାଶୀ ଭବ୍ୟ କାଶୀରେ ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି ।

Photo
Kashi Vishwanath corridor ଉଦଘାଟିତ, ୩ ଟି ସଂକଳ୍ପ ଦେଶବାସୀଙ୍କୁ ମାଗିଲେ ମୋଦି

ଲଳିତା ଘାଟରେ ପକାଇଲେ ବୁଡ...

ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି କାଶୀରେ ପହଞ୍ଚିବା ପରେ କାଶୀ କାଳ ଭୈରବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ସେହିଠାରୁ ସିଧା ଗଙ୍ଗାକୂଳ (ଲଳିତା ଘାଟ) ଯାଇ ବୁଡ ପକାଇ (Pm Modi takes a holy dip in Ganga river Lalita Ghat) ମା ଗଙ୍ଗାଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲ ।

ବାବା ବିଶ୍ବନାଥଙ୍କୁ କଲେ ଜଳାଭିଷେକ

ପରେ ବାବା ବିଶ୍ବନାଥଙ୍କ ନିମନ୍ତେ କଳସ ଉଠାଇ ଚଲାପଥରେ ବାବାଙ୍କ ଚରଣକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେହି ଠାରେ ଡମ୍ବରୁ ବଜାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ପରେ ମୋଦି ମନ୍ଦିରକୁ ଯାଇ ବାବାଙ୍କ ନିକଟରେ ଜଳାଭିଷେକ କରିଥିଲେ । ପୂଜାର୍ଚ୍ଚନା ଶେଷ ପରେ ମନ୍ଦିର ପରିସରେ ଏକ ବୃକ୍ଷ ରୋପଣ କରିଥିଲେ ।

ନିର୍ମାଣରେ ସାମିଲ ଶ୍ରମିକଙ୍କୁ ସମ୍ମାନ...

କାଶୀ ବିଶ୍ବନାଥ ଧାମ ନିର୍ମାଣରେ ସାମିଲ ହୋଇଥିବା ଶ୍ରମିକକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କଲେ ସମ୍ମାନ । ବାବାଙ୍କ ଜଳାଭିଷେକ ପରେ, ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ କରି ଉଦଘାଟନ ସ୍ଥଳକୁ ଯିବା ପୂର୍ବରୁ ‘କାଶୀ ବିଶ୍ବନାଥ ଧାମ’ ନିର୍ମାଣରେ ସାମିଲ ହୋଇଥିବା ଶ୍ରମିକକଙ୍କୁ ସମ୍ମାନ କରିଥିଲେ ମୋଦି । ସେମାନଙ୍କ ଗହକୁ ଯାଇ ସାଙ୍ଗରେ ବସିଥିଲେ । ଫଟୋ ଉଠାଇଥିଲେ । ଏହାସହ ପୁଷ୍ପ ବର୍ଷା କରି ସେମାନଙ୍କ ଶ୍ରମଦାନକୁ ସମ୍ମାନ ଜଣାଇଥିଲେ ।

ମାହେନ୍ଦ୍ର ବେଳାରେ କଲେ ଉଦଘାଟନ...

ପରେ ଉଦଘାଟନ ସଭାସ୍ଥଳକୁ ଆସି ପ୍ରଧାନମନ୍ତ୍ରୀ ନିର୍ଦ୍ଧାରିତ ହୋଇଥିବା ମାହେନ୍ଦ୍ରବେଳା ରେବତୀ ନକ୍ଷତ୍ର ଦ୍ବିପ୍ରହର ୧ ଘଟିକା ୩୭ ମିନିଟରୁ ଆରମ୍ଭ ହୋଇଥିବା ୨୦ ମିନିଟର ଶୁଭ ମୁହୂର୍ତ୍ତରେ ହିଁ ‘ଶ୍ରୀ କାଶୀ ବିଶ୍ବନାଥ ଧାମର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ’ କରିଥିଲେ । ପରେ ଆୟୋଜିତ ସଭାସ୍ଥଳକୁ ଆସି ଉଦବୋଧନ ଦେଇଥିଲେ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ...

ଶ୍ରୀ କାଶୀ ବିଶ୍ବନାଥ ଧାମର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଉତ୍ସବରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ହଜାର ବର୍ଷର ପ୍ରତୀକ୍ଷା ଆଜି ପୂର୍ଣ୍ଣ ହୋଇଛି । ଭାରତ ମା ର ମହାନ ସୁ-ପୁତ୍ର ଏହି ପ୍ରତିକ୍ଷାର ଅନ୍ତ ଘଟାଇଛନ୍ତି । ପୁରା କାଶୀ, ସମଗ୍ରଦେଶବାସୀ, ଦୁନିଆ ସାରା ଓ ଭାରତୀୟ ସନାତନ ସଂସ୍କୃତିର ଅନୁଗାମୀ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛନ୍ତି । ଗତ ଏକ ହଜାର ବର୍ଷ ଧରି କାଶୀ ଅନେକ ବିପରୀତ ସ୍ଥିତି ଦେଇ ଗତି କରୁଥିଲା । ସେହିପରି ଯୋଗୀ କହିଥିଲେ, ରାଷ୍ଟ୍ରପିତା ଗାନ୍ଧୀଜୀଙ୍କ ୧୦୦ ବର୍ଷର ଯନ୍ତ୍ରଣା ମଧ୍ୟ ଆଜି ଦୂର ହୋଇଛି । ଏକ ଶହ ବର୍ଷ ପୂର୍ବେ ଯେବେ ଗାନ୍ଧୀ କାଶୀ ଆସିଥିଲେ ଏଠାକାର ସଂକୀର୍ଣ୍ଣ ଗଳି ରାସ୍ତା ଅପରିଷ୍କାର ଦେଖି ବହୁତ ଦୁଃଖି ହୋଇଥିଲେ । ଅନେକ ଦଳ ତାଙ୍କ ନା ଓ ସେହି ଦୁଃଖ ଲାଘବ ପ୍ରଚାର କରି ସରକାର କୁ ଆସିଲେ ହେଲେ କରିପାରିଲେ ନାହିଁ । ହେଲେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଇଚ୍ଛା ଓ ବାବାଙ୍କ ଆର୍ଶିବାଦରେ ଆଜି ହୋଇଛି ବୋଲି କହିଥିଲେ ।

ଉଦବୋଧନରେ କଣ କହିଲେ ମୋଦି...

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ହର ହର ମହାଦେବ ଉଦଘୋଷରୁ ଆରମ୍ଭ କରି କହିଥିଲେ ବାବା ବିଶ୍ବନାଥଙ୍କ ଚରଣରେ ମୁଁ ନତମସ୍ତକ । କାଶୀ ପାଇଁ କିଛି ଚିନ୍ତା କଲେ ପ୍ରଥମେ କାଳ ଭୈରବଙ୍କ ଶରଣରେ ନିଜକୁ ସମର୍ପିତ କରିଦିଏ । ଆଜି ମଧ୍ୟ ମୁଁ କାଳ ଭୈରବଙ୍କ ଦର୍ଶନ କରିଛି । ପରେ ମୋଦି କହିଥିଲେ ଏମିତି ଲାଗୁଛି କି ଆଜି ଆମର ପୁରା ଚେତନ ବ୍ରହ୍ମାଣ୍ଡ ଯୋଡି ହୋଇଛି । ବିଶ୍ବନାଥଙ୍କ ଧାମରେ ଏହି ଆୟୋଜନରେ ପୁରା ବିଶ୍ବ ଯୋଡି ହୋଇଛି । ଆଜି ଭଗବାନ ଶିବଙ୍କ ପ୍ରିୟ ବାର ସୋମବାର । ଆଜି ଏକ ନୂଆ ଇତିହାସ ରଚନା ହେଉଛି । ଏଠାରେ ଯେଉଁ ପ୍ରାଚୀନ ମନ୍ଦିର ବିଲୁପ୍ତ ଅବସ୍ଥାରେ ଥିଲା ତାହା ଆଜି ପୁନଃରୁଦ୍ଧାର କରାଯାଇଛି । ବିଶ୍ବନାଥ ଧାମର ପୁରା ପରିସର ଏକ ଭବନ ନୁହେଁ, ଏହା ଭାରତର ପ୍ରାଚୀନ ପରମ୍ପରାର ପ୍ରତୀକ । ଏଣିକି ଏଠାରେ ଆମର ଅତୀତ ଓ ଭୈବଶାଳୀ ଗୌରବ ଅନୁଭବ ହେବ ।

ଆଗକୁ ମୋଦି କହିଥିଲେ ଆମ ପୁରାଣ କୁହେ, କେହି ଯଦି କାଶୀରେ ପ୍ରବେଶ କରେ ସାରା ବାଧା ବନ୍ଧନରୁ ମୁକ୍ତ ହୋଇଯାଏ । ଭଗବାନ ବିଶେଶ୍ବରଙ୍କ ଆର୍ଶିବାଦ ଏକ ଅଲୌକିକ ଶକ୍ତି ଆମ ଅନ୍ତର ଆତ୍ମାରେ ଅନୁଭୁତ ହୁଏ । ପୁଣି ମୋଦି କହିଥିଲେ ଏଣିକି ଆପଣ ମାନେ ଦର୍ଶନରେ ଆସିଲେ ଖାଲି ଆସ୍ଥାର ଦର୍ଶନ କରିବେ ନାହିଁ । କେମିତି ପ୍ରାଚୀନ ଓ ଆଧୁନିକ ଏକ ମିଳିତ ଭାବେ ଏକାଠି ହୋଇଛନ୍ତି, କେମିତି ପୁରାତନର ପ୍ରେରଣା ଭବିଷ୍ୟତକୁ ଦିଶା ଦିଗଦର୍ଶନ ଦେଉଛି ତାହାର ସାକ୍ଷାତ ଦର୍ଶନ ବିଶ୍ବନାଥ ଧାମ ପରିସରରେ ପାଇପାରିବେ ।

ସେହିପରି ଆଗକୁ ମୋଦି କହିଥିଲେ, ଯେବେ ମୁଁ ରାଜନୀତି ଜୀବନରେ ନଥାଇ କାଶୀ ଆସୁଥିଲି, ମୋର ଅନୁଭବ ହୁଏ କାଶୀ ପାଇଁ କିଛି କରିହେବ । କାଶୀ ପାଇଁ କିଛି କରିବାର ସମ୍ଭାବନା ଥିବା ମନେ ହୁଏ । ସେଥିପାଇଁ ଯେବେ ଯେବେ କାଶୀ ଆସିଛି ମତେ ବିଶ୍ବାସ ଥିଲା, ନିଜ ପ୍ରତି ଯେତେକି ନଥିଲା ବନାରସ ବାସୀଙ୍କ ପ୍ରତି ମୋର ବିଶ୍ବାସ ଥିଲା । କିଛି ଲୋକ କହୁଥିଲେ କେମିତି ହେବ ? କଣ ହେବ ? କେତେ ଲୋକ କହି ଗଲେଣି । ଏଥର ବି ହେବ ନାହିଁ । ନିଜ ସ୍ବାର୍ଥ ପାଇଁ କିଛି ଲୋକ ବାବା ବିଶ୍ବନାଥଙ୍କ ବନାରସକୁ ବଦନାମ କରିବାକୁ ଉଦ୍ୟମ କଲେ । କିନ୍ତୁ କାଶୀରେ କେବଳ ଆଉ କେବଳ ଗୋଟିଏ ସରକାର ଅଛି । ଯାହାଙ୍କ ହାତରେ ଡମ୍ବୁରୁ ଅଛି କାଶୀରେ ତାହାଙ୍କର ସରକାର ଅଛି । ତାଙ୍କ ବିନା କାଶୀରେ ପତ୍ର ହଲିବ ନାହିଁ । ଯେଉଁଠି ଗଙ୍ଗା ନିଜ ଗତିପଥ ବଦଳାଇ ବହୁଛି, ସେହି କାଶୀର ମଙ୍ଗଳତା ଭବ୍ୟତା ଦିବ୍ୟତା କିଏ ବା ରୋକିପାରିବ ? ଏଠାରେ ସବୁ କିଛି ବାବା ମହାଦେବଙ୍କ ଇଚ୍ଛା ଅନୁସାରେ ଚାଲେ । ଯାହା ବି ହୋଇଛି ସବୁ ମହାଦେବ ହିଁ କରିଛନ୍ତି ବୋଲି ମୋଦି କହିଥିଲେ ।

ଶ୍ରମିକଙ୍କୁ ଦେଲେ ଧନ୍ୟବାଦ...

ସେହିଭଳି ମୋଦି ନିଦ ଉଦବୋଧନରେ କହିଥିଲେ, ଯଦି ବାବାଙ୍କ ନଗରୀର କାଶୀର କିଛି ହେଉଛି, ବାବାଙ୍କ ପରେ ଆଉ କାହାର ଯୋଗଦାନ ଥାଏ, ତାହା ହେଉଛି ବାବାଙ୍କ ଗୋଣଙ୍କ । ଅର୍ଥାତ ବନାରସବାସୀ, ଯେଉଁମାନେ ସ୍ବୟଂ ମହାଦେବଙ୍କ ରୂପରେ ଅଛନ୍ତି । କାଶୀ ବିଶ୍ବନାଥ ଧାମ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ମୋଦି । ଯେଉଁମାନେ କି ମହାମାରୀ ସତ୍ତ୍ବେ ନିର୍ମାଣ ବନ୍ଦ ରଖିନଥିଲେ । ଏହାବାଦ ୟୁପି ମୁଖ୍ୟମନ୍ତ୍ରୀ ୟୁପି ସରକାରଙ୍କୁ ମଧ୍ୟ ମୋଦି ପ୍ରଶଂସା କରିଥିଲେ ।

କାଶୀର ପ୍ରତ୍ୟେକ ପଥରରେ ଶଙ୍କର ବିରାଜମାନ...

ଅନ୍ୟପଟେ ମୋଦି କହିଥିଲେ କାଶୀରେ ସତ୍ୟ ହିଁ ସଂସ୍କାର । କାଶୀ ତାହା ଯ ଯେଉଁଠାରେ ପ୍ରେମ ହିଁ ପରମ୍ପରା । କାଶୀ କୁ ନେଇ ଯେତେ କହିଲେ ମଧ୍ୟ କମ ହେବ । ଏହି କାଶୀ ଶିବମୟୀ, ଜ୍ଞାନମୟୀ । ଭଗବାନ ଶିବ କହିଛନ୍ତି, ମର୍ତ୍ତମଣ୍ଡଳରେ କାଶୀ କ୍ଷେତ୍ର ହିଁ ମୋର ସାକ୍ଷାତ ଶରୀର । ତେଣୁ ଏଠାକାର ପ୍ରତ୍ୟେକ ପଥର ମଧ୍ୟ ଭଗବାନ ଶଙ୍କରଙ୍କ ରୂପରେ ବିରାଜ ମାନ । ଏହି କାଶୀରେ ଗୋସ୍ବାମୀ ତୁଳସୀଦାସ ବାବା ବିଶ୍ବନାଥଙ୍କ ଆର୍ଶିବାଦରେ ରାମଚରିତମାନସ ରଚନା କରିଥିଲେ । ଏହି ଠାରେ ମହାକବି ତୁଳସୀଦାସ ଜନ୍ମ ନେଇଥିଲେ । କେତେଯେ ଆଚାର୍ଯ୍ୟ, ସାଧୁ ସନ୍ଥଙ୍କ କର୍ମଭୂମି ଜନ୍ମଭୂମି କାଶୀ ତାହାର ପଟ୍ଟାନ୍ତର ନାହିଁ । କାଶୀର ବିକାଶରେ ଏହି ସମସ୍ତ ପୁଜ୍ୟ ସନ୍ଥଙ୍କ ଆର୍ଶିବାଦ ଶକ୍ତି ସାମିଲ ହୋଇଛି । ଏଥିପାଇଁ ସବୁ ବର୍ଗର ଲୋକେ କାଶୀ ଆସିଲେ ତାହା ଅନୁଭବ କରିପାରିବେ

ଗରିବଙ୍କ ପକ୍କା ଘର ବି ହେଉଛି ନିର୍ମାଣ...

ଶେଷରେ ମୋଦି କହିଥିଲେ ଆଜିର ନୂଆ ଭାରତ ଅଯୋଧ୍ୟାରେ ଖାଲି ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରୁନାହିଁ, ଦେଶର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ମଧ୍ୟ ନିର୍ମାଣ କରୁଛି । ଏହାସହ କାଶୀରେ ଖାଲି ଭବ୍ୟ ଦିବ୍ୟ କାଶୀ ଧାମ ନିର୍ମାଣ ହେଉନାହିଁ ସାରା ଦେଶରେ ଥିବା ଗରିବ ଲୋକଙ୍କ ପକ୍କା ଘର ମଧ୍ୟ ନିର୍ମାଣ ହେଉଛି । ମନ୍ଦିର ଆମେ ଗଲେ ଭଗବାନଙ୍କୁ କିଛି ନା କିଛି ମାଗିଥାଉ । ମୋ ପାଇଁ ଜନତା ହେଉଛନ୍ତି ଇଶ୍ବରଙ୍କ ରୂପ । ତେଣୁ ମୁଁ ଆପଣଙ୍କୁ କିଛି ମାଗୁଛି । ଆପଣ ମାନେ ଦେଶ ପାଇଁ ୩ ଟି ସଂକଳ୍ପ କରନ୍ତୁ । ପ୍ରଥମ ସଂକଳ୍ପ ସ୍ବଚ୍ଛତା, ଦ୍ବିତୀୟ ସଂକଳ୍ପ ସୃଜନ ଓ ତୃତୀୟ ସଂକଳ୍ପ ଆତ୍ମ ନିର୍ଭର ଭାରତର ନିରନ୍ତର ପ୍ରୟାସ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.