ETV Bharat / bharat

ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ - ରଘୁନାଥ ମହାପାତ୍ର

ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

author img

By

Published : May 9, 2021, 9:17 PM IST

Updated : May 9, 2021, 10:51 PM IST

ହାଇଦ୍ରାବାଦ: ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

  • ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଦୁଃଖିତ। କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି ଦୁନିଆକୁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ପାରମ୍ପରିକ କଳାକୁ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କର ପରିବାର ଓ ପ୍ରଂଶସକ ମାନଙ୍କ ପାଇଁ ମୋର ସମବେଦନା। ଓଁ ଶାନ୍ତି

    — Narendra Modi (@narendramodi) May 9, 2021 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଲେଖିଛନ୍ତି, ରଘୁନାଥ ମହାପାତ୍ରଙ୍କ ବିୟୋଗ ସହିତ କଳା କ୍ଷେତ୍ର ଦରିଦ୍ର ହୋଇଯାଇଛି। ସେ ଥିଲେ ପାରମ୍ପରିକ କଳାକୃତିର ଜଣେ ପ୍ରତିଭାସମ୍ପନ୍ନ ସ୍ଥପତି , ଯାହାଙ୍କୁ ସମସ୍ତ ତିନୋଟି ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅନୁପସ୍ଥିତି ଏକ ଅପୂରଣୀୟ କ୍ଷତି। ମୁଁ ତାଙ୍କ ପରିବାର, ବନ୍ଧୁସ୍ୱଜନ ଓ ଅନୁଗାମୀମାନଙ୍କ ପ୍ରତି ସମବେଦନା ଜଣାଉଛି।

ସେହିପରି ଉପରାଷ୍ଟ୍ରପତି ନିଜ ଶୋକ ବାର୍ତ୍ତାରେ ଲେଖିଛନ୍ତି, ରାଜ୍ୟସଭା ସାଂସଦ ତଥା ପ୍ରଖ୍ୟାତ ଶିଳ୍ପୀ ରଘୁନାଥ ମହାପାତ୍ର ଦେହାନ୍ତ ହେବାର ଦୁଃଖଦ ଖବର ପାଇ ମୁଁ ଦୁଖିତ । ଶୋକସନ୍ତପ୍ତ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କୁ ହୃଦୟରୁ ସମବେଦନା ଜଣାଇଛନ୍ତି ଉପରାଷ୍ଟ୍ରପତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶୋକ ବାର୍ତ୍ତାରେ ଲେଖିଛନ୍ତି, କଳା ଓ ସ୍ଥାପତ୍ୟକୁ ଶୀର୍ଷରେ ପହଞ୍ଚାଇ ଥିଲେ ରଘୁନାଥ । ପାରମ୍ପରିକ ହସ୍ତକଳାର ଲୋକପ୍ରିୟତା ଲାଗି ସେ ସ୍ମରଣୀୟ ରହିବେ ବୋଲି କହିଛନ୍ତି ମୋଦି ।

ରବିବାର ଅପରାହ୍ନରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଛି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ରଘୁନାଥ । ଭୁବନେଶ୍ବର ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ମହାପାତ୍ର । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବରେ ପରିଚିତ ଥିଲେ ରଘୁନାଥ ମହାପାତ୍ର । ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ ।

Last Updated : May 9, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.