ETV Bharat / bharat

G20 Summit: ସମ୍ମିଳନୀ ଉଦଯାପିତ, ନୂଆଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ - G20 Summit in bali

ଶେଷ ହେଲା ବାଲି ଜି20 (G20 Summit) ସମ୍ମିଳନୀ । ଅଧ୍ୟକ୍ଷତା ଭାର ଗ୍ରହଣ କରି ନୂଆଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି । ଆୟୋଜକ ରାଷ୍ଚ୍ରପତି ଓ ସମସ୍ତ ଦସସ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

G20 Summit: ସମ୍ମିଳନୀ ଉଦଜାପିତ, ନୂଆଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ

author img

By

Published : Nov 16, 2022, 6:15 PM IST

ନୂଆଦିଲ୍ଲୀ/ଜାକର୍ତା: ଇଣ୍ଡୋନେସିଆର ବାଲିରେ (G20 Summit in Bali) ଚାଲିଥିବା 17ତମ ଜି-20 ସମ୍ମିଳନୀର ଆଜି ଉଦଯାପିତ ହୋଇଛି । ସମ୍ମିଳନୀ ଶେଷରେ ନୂଆଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ଜି-୨୦ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ବାଲିରେ ଥିବା ହେନ୍ତାଳ ବଣ ବୁଲିବା ସହ ବୃକ୍ଷରୋପଣ କରିଥିଲେ । ଶେଷରେ ଅନ୍ତିମ ପ୍ରକ୍ରିୟା ଭାବେ ଚଳିତ ସମ୍ମିଳନୀର ଘୋଷଣାନାମା ମଧ୍ୟ ପ୍ରକାଶ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଜି-20 ସମ୍ମିଳନୀର ଦ୍ବିତୀୟ ଦିନ, ବଣ ବୁଲିଲେ ବୃଷରୋପଣ କଲେ ପ୍ରଧାନମନ୍ତ୍ରୀ

ଆଜି ଉଦଯାପନୀ ସମାରୋହରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ଆୟୋଜନ ପାଇଁ ଆୟୋଜକ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ରାଷ୍ଟ୍ରପତି ଓ୍ବିଡୋଡୋଙ୍କ କୁଶଳ ଓ ପ୍ରଭାବୀ ନେତୃତ୍ବରେ ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ସେହିପରି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ବାଲି ଘୋଷଣାନାମା (Bali Declaration) ପାଇଁ ମଧ୍ୟ ଧନ୍ୟବାଦ ଦେଇଥିଲେ ।

ସମ୍ମିଳନୀର ଦ୍ବିତୀୟ ତଥା ଅନ୍ତିମ ଦିବସରେ ସମସ୍ତ ସଦସ୍ୟ ରାଷ୍ଟ୍ରମୁଖ୍ୟମାନେ ମ୍ୟାନଗ୍ରୋଭ ଫରେଷ୍ଟ (ହେନ୍ତାଳ ବଣ) ବୁଲି ଦେଖିଥିଲେ । ସେଠାରେ ସେମାନେ ବୃକ୍ଷରୋପଣ ମଧ୍ୟ କରି ବିଶ୍ବକୁ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଉଦଜାପନୀ ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସନ୍ତା ସଂସ୍କରଣ ପାଇଁ ଅଧ୍ୟକ୍ଷତା ମଧ୍ୟ ହସ୍ତାନ୍ତର କରିଛନ୍ତି ।

17ତମ ଜି-20 ସମ୍ମିଳନୀରେ ସାମିଲ ହେବା ପାଇଁ ସୋମବାର ବାଲିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ସହ ଇଣ୍ଡୋନେସିଆ, ଫ୍ରାନ୍ସ, ସିଙ୍ଗାପୁର, ଜର୍ମାନୀ, ଇଟାଲୀ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ମୋଦି । ବହୁ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ସହ ଋଷ-ୟୁକ୍ରେନ ଯୁଦ୍ଧ ଓ ଏହାର ବିଶ୍ବବ୍ୟାପୀ ପ୍ରଭାବ ମଧ୍ୟ ସମ୍ମିଳନୀରେ ସ୍ଥାନ ପାଇଥିଲା । ଶେଷରେ ସମ୍ମିଳନୀର ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.