ETV Bharat / bharat

ତାଉ'ତେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପିଏମ ମୋଦି

author img

By

Published : May 19, 2021, 4:05 PM IST

ସାମୁଦ୍ରିକ ବାତ୍ୟା ତାଉ'ତେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଅହମଦାବାଦରେ ବାତ୍ୟାର କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିବେ । ଅଧିକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/19-May-2021/11817302_modi13.JPG
ତଉ'ତେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପିଏମ ମୋଦି

ଗାନ୍ଧୀନଗର: ସାମୁଦ୍ରିକ ବାତ୍ୟା ତାଉ'ତେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପିଏମ ମୋଦି । ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଅହମଦାବାଦରେ ପହଞ୍ଚି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ନୀରିକ୍ଷଣ କରିଛନ୍ତି ।

ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ନୀରିକ୍ଷଣ କରିଛନ୍ତି । ଗୁଜୁରାଟ ଉପକୂଳର ଖାସକରି ପୋରବନ୍ଦର ଓ ସୌରାଷ୍ଟ୍ର ଅଞ୍ଚଳର ଊନା, ଡିଉ, ଜାଫ୍ରାବାଦ ଓ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ମହୁଭା ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ଅହମଦାବାଦରେ ବାତ୍ୟାର କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିବେ ।

ସୂଚନାଥାଉକି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତାଉ'ତେ ପାଞ୍ଚଟି ରାଜ୍ୟରେ ପ୍ରବଳ କ୍ଷୟକ୍ଷତି କରିଛି । ବିଶେଷ କରି ମହାରାଷ୍ଟ୍ର ଓ ଗୁଜୁରାଟରେ ବିପୁଳ ପରିମାଣରେ କ୍ଷୟକ୍ଷତି କରିଛି । ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟଙ୍କର ପବନ ଯୋଗୁଁ ବ୍ୟାପକ ପରିମାଣରେ ଗଛ ସହ ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଯାଇଛି । ବାତ୍ୟାର ପ୍ରଭାବରେ ଗୁଜୁରାଟରେ 45 ଜଣ ମୃତ୍ୟୁବରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.