ETV Bharat / bharat

ପାର୍ବଣରେ ସଂକ୍ରମଣ ବୃଦ୍ଧି ଭୟ ! ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ - ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ

କୋଭିଡ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କୋରୋନାର ସାମ୍ପ୍ରତିକ ସ୍ଥିତି ଓ ଟୀକାକରଣ ଉପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ...

ପାର୍ବଣରେ ସଂକ୍ରମଣ ବୃଦ୍ଧି ଭୟ ! ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

author img

By

Published : Sep 10, 2021, 6:04 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ମାତ ଦେବାକୁ ବଢାଇ ଦିଆଯାଇଛି ଟୀକାକରଣର ଗତି । ଦେଶରେ ରେକର୍ଡ ଭାଙ୍ଗୁଛି ଦୈନିକ ଟୀକାକରଣ । ଏପଟେ ପାର୍ବଣ ଆରମ୍ଭ ହୋଇଥିବାବେଳେ ଆଗକୁ ତୃତୀୟ ଲହରୀର ଆଶଙ୍କା ଭୟ ବଢାଉଛି । ଏହାରି ମଧ୍ୟରେ କୋଭିଡ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶରେ କୋରୋନାର ସାମ୍ପ୍ରତିକ ସ୍ଥିତି ଓ ଟୀକାକରଣ ଉପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୁରୁବାରସୁଦ୍ଧା ଦେଶରେ ୭୨ ହଜାର କୋଟିରୁ ଅଧିକ କୋରୋନା ଡୋଜ ଦିଆସରିଲାଣି ।

ସେପଟେ କୋରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହେଉଛି । ଦେଶରେ ଗୋଟିଏ ଦିନରେ ୩୪ ହଜାର ୯୭୩ ମାମଲା ସାମ୍ନାକୁ ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢି 3 କୋଟି 31 ଲକ୍ଷ 74 ହଜାର 954 ହୋଇଯାଇଛି । ଶୁକ୍ରବାର ଜାରି ରିପୋର୍ଟ ଆଧାରରେ ସଂକ୍ରମଣ କାରଣରୁ ୨୬୦ ଜଣଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ଏବେ 4 ଲକ୍ଷ 42 ହଜାର ୯ରେ ପହଁଞ୍ଚିଛି ।

ଦେଶରେ ଗଣେଶ ପୂଜା ପାଇଁ ଚାରିଆଡେ ଉତ୍ସବ ମୁଖର ହୋଇପଡିଛି । କୋଭିଡ କଟକଣାରେ ଚାଲିଛି ପୂଜା । ତେବେ ଆଗକୁ ଯେଭଳି ସ୍ଥିତି ନ ବିଗିଡେ ସେଥିପାଇଁ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.