ETV Bharat / bharat

ବନ୍ଧୁକ ମୁନରେ ହେଉ କି କଲମ ମୁନରେ, ହିଂସାକୁ ପ୍ରଶୟ ନାହିଁ: ପ୍ରଧାନମନ୍ତ୍ରୀ

author img

By

Published : Oct 28, 2022, 7:36 PM IST

Updated : Oct 28, 2022, 8:22 PM IST

ମିଥ୍ୟା ବା ଭିତ୍ତିହୀନ ଖବର ପ୍ରସାରଣ ବିସ୍ତାର କରାଇବାକୁ ନେଇ ଆଜି ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖବର ସେୟାର ପୂର୍ବରୁ ଦୁଇଥର ଭାବିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

Prime Minister Narendra Modi awareness regarding fake news spreading in Social Media
ବନ୍ଧୁକ ମୁନରେ ହେଉ କି କଲମ ମୁନରେ, ହିଂସାକୁ ପ୍ରସୟ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମିଥ୍ୟା ବା ଭିତ୍ତିହୀନ ଖବର ପ୍ରସାରଣ ବିସ୍ତାର କରାଇବାକୁ ନେଇ ଆଜି ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଣସି ଖବର ସେୟାର କରିବା ପୂର୍ବରୁ ଯାଞ୍ଚ କରିନେବାକୁ ପରାମର୍ଶ ଦେଇଛନ୍ତି ମୋଦି । କାରଣ ଗୋଟିଏ ମିଛ ଖବର ବଡ଼ ବିବାଦ ସୃଷ୍ଟି କରିବା ପାଇଁ ଯଥେଷ୍ଟ ଥାଏ । ଏଣୁ ଖବର ସେୟାର ପୂର୍ବରୁ ଦୁଇଥର ଭାବିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ଚିନ୍ତନ ଶିବିରକୁ ସମ୍ବୋଧିତ କରିଥିଲେ ନରେନ୍ଦ୍ର ମୋଦି । ଏହି ଅବସରରେ ସୋସିଆଲ ମିଡିଆରେ ପ୍ରସାର ହେଉଥିବା ମିଥ୍ୟା ଖବରକୁ ନେଇ ସଚେତନ କରିଛନ୍ତି ମୋଦି । ନରେନ୍ଦ୍ର ମୋଦି କହିଛନ୍ତି, "ଲୋକଙ୍କ ସୁରକ୍ଷା ଓ ଅଧିକାର ରକ୍ଷା କରିବା ପାଇଁ ନକରାତ୍ମକ ଚିନ୍ତାଧାରାର ବିରୋଧ ଆମ ସାମାଜିକ ଦାୟିତ୍ବ । ଏକ ଛୋଟ ଧରଣର ମିଥ୍ୟା ଖବର ସାରା ଦେଶରେ ଝଡ଼ ସୃଷ୍ଟି କରିପାରେ ।"

ସୋସିଆଲ ମିଡିଆରେ ସେୟାର ହେଉଥିବା ଖବରର ଯାଞ୍ଚ ପାଇଁ ଅନେକ ମେକାନିଜିନିମ୍‌ ରହିଛି । ୟୁଜର୍ସ ଏହି ସବୁ ମେକାନିଜିମ୍‌ ବିଷୟରେ ଜାଣିବା ଜରୁରୀ । କୌଣସି ମେସେଜ ଫରୱାର୍ଡ କରିବା ପୂର୍ବରୁ ଏହାକୁ ଅନ୍ୟୁନ ଯାଞ୍ଚ କରିନେବା ଆବଶ୍ୟକ । ସେହିଭଳି ସୋସିଆଲ ମିଡିଆକୁ ପୂର୍ଣ୍ଣକାଳୀନ ଭାବରେ ଏକ ସୂଚନା ମାଧ୍ୟମ ମାନିନେବା ଯଥାର୍ଥ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ମୁଦ୍ଦାକୁ ନେଇ ଅନେକ ମିଥ୍ୟା ସୂଚନା ଭାଇରାଲ ହୋଇଥାଏ । ଏଗୁଡ଼ିକ ବିନା ଯାଞ୍ଚରେ ପ୍ରସାରିତ ହେଲେ ଦେଶର ଶାନ୍ତି କ୍ଷୁର୍ଣ୍ଣ ହୋଇପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗତ କିଛି ବର୍ଷ ହେଲା ସମସ୍ତ ସରକାର ଦେଶରେ ଥିବା ସମସ୍ତ ଆତଙ୍କବାଦୀ ନେଟୱାର୍କକୁ ଧ୍ବଂସ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ଦେଶର ସେନା ବିଶେଷ ଭାବରେ କାର୍ଯ୍ୟ କରୁଛି । ବନ୍ଧୁକ ମୁନରେ ହେଉ କି କଲମ ମୁନରେ, ଦେଶରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

ଆଜିର ଦିନରେ ନିୟମ କେବଳ ଗୋଟିଏ ରାଜ୍ୟରେ ସୀମିତ ହୋଇ ରହିପାରିବ ନାହିଁ । ବର୍ତ୍ତମାନ ଅପରାଧ ଆନ୍ତଃରାଜ୍ୟରୁ ଆରମ୍ଭ ହୋଇ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିଲାଣି । ଟେକ୍ନୋଲୋଜି ମାଧ୍ୟମରେ ଅପରାଧୀ ସେମାନଙ୍କ ଶକ୍ତି ବୃଦ୍ଧି କରିଛନ୍ତି । ସୀମା ବାହାରେ ଅପରାଧୀ ଟେକ୍ନୋଲୋଜିର ଅପବ୍ୟବହାର କରୁଛନ୍ତି । ଏଥିପାଇଁ ନୂଆ ଟେକ୍ନୋଲୋଜି ଉପରେ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Oct 28, 2022, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.