ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହୋଇଛି କୋରୋନା ଗ୍ରାଫ । ହୁ ହୁ ହୋଇ ବଢୁଛି ସଂକ୍ରମଣ । କୋରୋନା ଉପରେ ନିୟନ୍ତ୍ରଣ ପାଇବା ପାଇଁ ସମସ୍ତ ସ୍ତରରେ ପ୍ରୟାସ ଚଳାଇଛନ୍ତି ସରକାର । ଏହାରି ମଧ୍ୟରେ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 14ରେ କୋଭିଡ ସ୍ଥିତିର ସମୀକ୍ଷା ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।
କିଛି ଦିନ ପୂର୍ବେ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ମହାମାରୀର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ରାଜ୍ୟରେ କଠୋର ହୋଇଛି ଗାଇଡଲାଇନ ।