ETV Bharat / bharat

ନୌସେନା ଦିବସ 2023: ଉନ୍ମୋଚିତ ହେବ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି - ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି

ଦେଶରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ନୌସେନା ଦିବସ ପାଳନ କରାଯାଇଥାଏ। ଛତ୍ରପତି ଶିବାଜୀ ମହାରାଜଙ୍କ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ସିନ୍ଧୁଦୁର୍ଗ ଠାରେ ଜାତୀୟସ୍ତରୀୟ ‘ନୌସେନା ଦିବସ-୨୦୨୩’ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅଧିକ ପଢନ୍ତୁ

ଉନ୍ମୋଚିତ ହେବ  ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି

author img

By ETV Bharat Odisha Team

Published : Dec 3, 2023, 6:54 AM IST

ନୂଆଦିଲ୍ଲୀ: ଆସନ୍ତାକାଲି (4 ଡିସେମ୍ବର)ରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୪ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗରେ ପହଞ୍ଚି ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ପରେ ପ୍ରଧାନମନ୍ତ୍ରୀ ସିନ୍ଧୁଦୁର୍ଗ ଠାରେ ନୌସେନା ଦିବସ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ନୌସେନା ଜାହାଜ, ବୁଡାଜାହାଜ, ବିମାନ ଓ ସ୍ବତନ୍ତ୍ର ବାହିନୀର ପରୀକ୍ଷାମୂଳକ ପ୍ରଦର୍ଶନ ପ୍ରସ୍ତୁତିକୁ ସିନ୍ଧୁ ଦୁର୍ଗର ତାରକାର୍ଲ ବେଳାଭୂମିରୁ ଦେଖିବେ ।

ଦେଶରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ନୌସେନା ଦିବସ ପାଳନ କରାଯାଇଥାଏ । ଛତ୍ରପତି ଶିବାଜୀ ମହାରାଜଙ୍କ ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଜଣାଇ ସିନ୍ଧୁଦୁର୍ଗ ଠାରେ ଜାତୀୟସ୍ତରୀୟ ‘ନୌସେନା ଦିବସ-୨୦୨୩’ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଶିବାଜୀ ମହାରାଜାଙ୍କ ମୋହରକୁ ଗତବର୍ଷ ନୂତନ ନୌସେନା ପ୍ରତୀକ ଭାବେ ଗ୍ରହଣ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭାରତୀୟ ଏୟାର କ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇଥିଲେ ।

ଧିକ ପଢନ୍ତୁ- National Unity Day: କେଭଡିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରତିବର୍ଷ ନୌସେନା ଦିବସ କାର୍ଯ୍ୟକ୍ରମ ପାଳନ ବେଳେ, ନୌସେନା ଜାହାଜ, ବୁଡାଜାହାଜ, ଏୟାରକ୍ରାଫ୍ଟ ଓ ସ୍ବତନ୍ତ୍ର ବଳର ପରୀକ୍ଷାମୂଳକ ପ୍ରଦର୍ଶନ ପରମ୍ପରା ରହିଆସିଛି । ଏହି ପରୀକ୍ଷାମୂଳକ ପ୍ରଦର୍ଶନ ଜନସାଧାରଣଙ୍କୁ ଭାରତୀୟ ନୌସେନାର ବିଭିନ୍ନ ସମର କୌଶଳ ସମ୍ପର୍କରେ ଜାଣିବାକୁ ସୁଯୋଗ ପ୍ରଦାନ କରିଥାଏ । ଏହା ନୌସେନାର ଜାତୀୟ ସୁରକ୍ଷା ପ୍ରତି ଅବଦାନ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ସହ ସେମାନଙ୍କ ମଧ୍ୟରେ ସାମୁଦ୍ରିକ ସଚେତନତା ସମ୍ପର୍କରେ ସୂଚନା ଦେଇଥାଏ । ନୌସେନା ଦିବସ 2023 କୁ ଅଧିକ ସ୍ମରଣୀୟ ଓ ସମୃଦ୍ଧ କରିବା ପାଇଁ ନୌସେନା ସାରା ଦେଶରେ ଥିବା ନିଜ ବେସରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ମୁମ୍ବାଇ, କୋଚି, ବିଶାଖାପାଟଣା, ଚିଲିକା, କଚ୍ଛରେ ଆୟୋଜିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ଅନ୍ୟପଟେ ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ସରକାର 15 ରୁ ଅଧିକ ବିଲ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଶୀତ ଅଧିବେଶନକୁ ସରକାର ସଫଳ କରିବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି । ଆଜି ଏନେଇ ସର୍ବଦଳୀୟ ବୈଠକ ବସିଥିବା ବେଳେ ସରକାରଙ୍କ ପକ୍ଷରୁ ବୈଠକରେ ଏଜେଣ୍ଡା ସ୍ପଷ୍ଟ କରାଯାଇଛି । ଏହାସହ ବାଚସ୍ପତି ଓମ ବିର୍ଲା ସଂସଦ ପରିଚାଳନା ପାଇଁ ସମସଙ୍କ ସହଯୋଗ ଲୋଡିଛନ୍ତି । ସମ୍ଭବତଃ ଶୀତ ଅଧିବେଶନ ପରେ ଆଉ ଗୋଟିଏ ଅଧିବେଶନ ବସିବ । ଏହାପରେ ସରକାର ନିର୍ବାଚନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.