ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ । ଏହି ଗସ୍ତକାଳରେ ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦ୍ଘାଟନ କରିବେ । ପରେ ୧୧.୩ଠରେ ଭିରାସତ ଭ୍ୟାନ ପରିଦର୍ଶନ କରିବେ । ପୁଣି ଦିନ ୧୨.୩ଠରେ ଭଦୋଦରା ଠାରେ ଗୁଜରାର ବିକାଶ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊଦ୍ଧ୍ବ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାବାଦ ଭଦୋଦରାରରେ ଗୁଜରାଟ ଗୌରବ ଅଭିଯାନରେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଅଂଶ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ । ଏଥିରେ ୩୫୭ କିଲୋମିଟର ଦୀର୍ଘ ନିଉ ପାଲାନପୁର- ମଦର ସେକ୍ସନର ରହିଥିବାବେଳେ, ୧୬୬ କିଲୋମିଟର ଦୀର୍ଘ ଅହମ୍ମଦାବାଦ - ବୋଟାଜ ସେକ୍ସନର ରେଳପଥ ପ୍ରଶସ୍ତିକରଣ, ୮୧ କିଲୋମିଟର ଦୀର୍ଘ ପାଲାନପୁର-ମିଥା ସେକ୍ସନର ବିଦୁତକରଣ ଇତ୍ୟାଦି ରହିଛି । ଏହାବାଦ ପ୍ରଧାନମନ୍ତ୍ରୀ ସୁରତ, ଉଦାନା, ସୋମନାଥ ଓ ସାବରମତି ଷ୍ଟେସନର ପୁନର୍ବିନ୍ୟାସ କାର୍ଯ୍ୟର ଶିଳାନ୍ୟାସ ସହ ରେଳ ସେକ୍ଟରର ଆଉ ଏକ କେତେକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ ।
ଏହି ପ୍ରକଳ୍ପ ଗୁଡିକ ଯୋଗୁଁ ବିଭିନ୍ନ ବ୍ୟବସ୍ଥାଗତ ଖର୍ଚ୍ଚ ହ୍ରାସ ପାଇବା ସହ ସେ ଅଞ୍ଚଳର କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶ ହେବ । ଏହା ଦ୍ବାରା ସେ ଅଞ୍ଚଳର ସଂଯୋଗୀକରଣ ବୃଦ୍ଧି ପାଇବା ସହ ଯାତ୍ରା ସୁବିଧାରେ ମଧ୍ୟ ହେବ । ସେହିଭଳି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ମୋଟ ୧.୩୮ ଲକ୍ଷ ନିର୍ମାଣ ଘର ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରଦାନ କରିବେ । ସେଥିରୁ ୧ ହଜାର ୮୦୦ କୋଟି ଟଙ୍କାର ଘର ସହରାଞ୍ଚଳରେ ଥିବାବେଳେ ୧୫୩ଠ କୋଟି ଘର ଗ୍ରାମାଞ୍ଚଳରେ ରହିଛି । ଏଥିସହ ପ୍ରାୟ ୩୧ଠ କୋଟି ଟଙ୍କା ବ୍ୟୟରେ ପ୍ରାୟ ୩ଠଠଠ ଘର ଖତ ମହୁରତ ମଧ୍ୟ କରାଯିବ ।