ETV Bharat / bharat

Omicron Spread: ଡରାଉଛି ଓମିକ୍ରନ, ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

author img

By

Published : Dec 23, 2021, 7:44 AM IST

ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ୨୦ ଦିନରେ ୧୫ ରଜ୍ୟକୁ ବ୍ୟାପିଲାଣି ଏହି ଭାରିଆଣ୍ଟ । ଦେଶରେ ଦୁଇଶହ ପାର କଲାଣି ସଂକ୍ରମିତଙ୍କ ସଂଖ୍ୟା । ଏ ନେଇ ଆଜି(ଗୁରୁବାର) ଏକ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Modi to hold Covid review meeting)। ଅଧିକ ପଢନ୍ତୁ

ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ
ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିଦ ଉଡାଇଲାଣି ଓମିକ୍ରନ ଭାରିଆଣ୍ଟ । ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ୨୦ ଦିନରେ ୧୫ ରଜ୍ୟକୁ ବ୍ୟାପିଲାଣି ଏହି ଭାରିଆଣ୍ଟ । ଦେଶରେ ଦୁଇଶହ ପାର କଲାଣି ସଂକ୍ରମିତଙ୍କ ସଂଖ୍ୟା । ଏନେଇ ଆଜି(ଗୁରୁବାର) ଏକ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Covid review meeting)।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଲର୍ଟ ରହିବାକୁ କହିଥିଲେ । ଓମିକ୍ରନ ଭାରିଆଣ୍ଟ ଡେଲଟା ଭାରିଏଣ୍ଟଠୁ ତିନିଗୁଣା ସଂକ୍ରାମକ ବୋଲି କହିଥିଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ନିଜକୁ ସୁରକ୍ଷିତ ରଖିବାକୁ ୨ଟି ଜିନିଷ ଉପରେ ଗୁରୁତ୍ବ ଦେବାକୁ ପଡିବ ପ୍ରଥମ ଟୀକାକରଣ ଦ୍ବିତୀୟ କୋରୋନା ନିୟମ ମାନିବାକୁ ପଡିବ ବୋଲି କହିଥିଲେ ଏମ୍ସ ନିର୍ଦ୍ଦେଶକ ।

ପୂର୍ବରୁ ଦେଶରେ କୋରୋନା ସ୍ଥିତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି । ନଭେମ୍ବରରେ ଶେଷ ସମୀକ୍ଷା ବୈଠକ ହୋଇଥିଲା । ନଭେମ୍ବର ୨୫ରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ଯାତ୍ରାକୁ ହ୍ରାସ କରିବାକୁ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ କହିଥିଲେ ମୋଦି ଏହା ସହ ନୂଆ ଭାରିଏଣ୍ଟକୁ ନେଇ ପ୍ରୋ ଆକ୍ଟିଭ ରହିବାକୁ ଅଧିକାରୀମାନଙ୍କୁ କହିଥିଲେ ।

ସଂସଦ ଶୀତ ଅଧିବେଶନରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ ପ୍ରାଥମିକତା ହେଉଛି ଦେଶବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚିକିତ୍ସା ପ୍ରଦାନ । ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ସମୟସୀମା ୨୦୨୨ ମାର୍ଚ୍ଚକୁ ବୃଦ୍ଧି କରାଯାଇଛି । ଆଗକୁ ନୂଆବର୍ଷ ଏବଂ ଖ୍ରୀଷ୍ଟମାସ ଥିବାବେଳେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.