ETV Bharat / bharat

ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ବିବୃତ୍ତି ରଖନ୍ତୁ ପ୍ରଧାନମନ୍ତ୍ରୀ: ଅଧୀର ରଞ୍ଜନ

Parliament security breach: ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଏହି ପ୍ରସଙ୍ଗରେ ସଂସଦରେ ଉପସ୍ଥିତ ରହି ବିବୃତ୍ତି ଦିଅନ୍ତୁ ବୋଲି ଦାବି କଲେ ଅଧୀର ରଞ୍ଜନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 18, 2023, 9:03 AM IST

Parliament security breach
ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଘଟଣାର 4 ଦିନ ପରେ ପ୍ରତିକ୍ରିୟା ରଖିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ଅଧୀର ରଞ୍ଜନ । ବିରୋଧୀ ଦଳ ତଥା ଦେଶବାସୀଙ୍କ ଚାପ ଯୋଗୁଁ ମୋଦି ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ଉପସ୍ଥିତ ରହି ବିବୃତ୍ତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । 'ମୋଦି ହେ ତୋ ମୁମୁକିନ ହେ ନାରା'କୁ ମୋଦି ହେ ତୋ ମୁସକିଲ ହେ ନାରାରେ ପରିବର୍ତ୍ତନ କରାଯାଉ ବୋଲି କଟାକ୍ଷ କରିଛନ୍ତି ଅଧୀର ରଞ୍ଜନ ।

ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଅଧୀର ରଞ୍ଜନ କହିଛନ୍ତି, "ଯେତେବେଳେ ବିଶ୍ବର ଯେକୌଣସି ସ୍ଥାନରେ କିଛି ବଡ଼ ଘଟଣା ଘଟେ ସେତେବେଳେ ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ଟ୍ବିଟରରେ ତାହା ସେୟାର କରିଥାଆନ୍ତି । କିନ୍ତୁ ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିବାକୁ ସେ 4 ଦିନ ସମୟ ନେଲେ । ସେ ଘଟଣାର ପରଦିନ ଗୃହକୁ ଆସି ଲୋକଙ୍କୁ ଚିନ୍ତା ନକରିବା ପାଇଁ ଆଶ୍ବସନା ଦେବା ଆବଶ୍ୟକ ଥିଲା । ଯେଉଁ ବ୍ୟକ୍ତି ଦେଶକୁ ସୁରକ୍ଷା ଦେବା ପାଇଁ ଗ୍ୟାରେଣ୍ଟି ଦେଇଥାଏ, ସେ ଅସୁବିଧାର ଅନ୍ୟ ଏକ ନାମ ପାଲଟିଛି । ପୂର୍ବରୁ ମୋଦି ହେ ତୋ ମୁମୁକିନ ହେ କୁହାଯାଉଥିଲା । ବର୍ତ୍ତମାନ ମୋଦି ହେ ତୋ ମୁସକିଲ ହେ ବୋଲି ଏହାକୁ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।

ଏହା ମଧ୍ୟ ପଢନ୍ତୁ-ସଂସଦ ସୁରକ୍ଷା ଭଙ୍ଗ ମାମଲା: ଅଭିଯୁକ୍ତ ନୀଲମ ଘରେ ପୋଲିସର ତନାଘନା, ସାଗର ଜୋତା କିଣିଥିବା ଦୋକାନରେ ଯାଞ୍ଚ

ରବିବାର ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ । ଏହି ଘଟଣାକୁ ଦୁଃଖଦ ଓ ଚିନ୍ତାଜନକ ବ୍ୟକ୍ତ କରିବା ସହ ଏହା ପଛରେ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ନିହାତି ଆବଶ୍ୟକ ବୋଲି କହିଥିଲେ ମୋଦି । ଏହି ମାମଲାରେ ବାଦ ବିବାଦ ନକରି ଏହା ପଛରେ କିଏ ରହିଛି ସେ ବିଷୟରେ ଜାଣିବାର ନିହାତି ଆବଶ୍ୟକତା ରହିଛି । ଘଟଣା ପଛରେ ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ କଣ ଥିଲା ସେ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମୋଦିଙ୍କ ପ୍ରତିକ୍ରିୟା ପରେ ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍‌ କରିଥିଲେ । କେବଳ ତଦନ୍ତ କଥା କହି ସରକାର ଚର୍ଚ୍ଚାକୁ ଏଡାଇ ଯାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ମୋଦିଙ୍କ ପ୍ରତିକ୍ରିୟା ପରେ ସିଧା ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ମାମଲାରେ ଦଳୀୟ ସାଂସଦଙ୍କ ଭୂମିକା ଥିବା କାରଣରୁ ପ୍ରଧାନମନ୍ତ୍ରୀ ତଦନ୍ତ ଆଳରେ ଚର୍ଚ୍ଚାକୁ ଏଡ଼ାଇ ଯାଉଛନ୍ତି ବୋଲି ସେ ମତ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.