ETV Bharat / bharat

Army Day 2023: ବୀର ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - ସେନା ଦିବସରେ ବୀର ଯବାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଆଜି ସେନା ଦିବସରେ ବୀର ଯବାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଯବାନଙ୍କ ସାହାସ ଓ ପରାକ୍ରମକୁ ମନେ ପକାଇଲେ ରାଷ୍ଟ୍ରପତି ଦୈପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Army Day 2023
Army Day 2023
author img

By

Published : Jan 15, 2023, 12:28 PM IST

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୫ ତମ ସେନା ଦିବସ । ସୀମାରେ ମୁତୟନ ଥିବା ବୀର ଯବାନଙ୍କ ବୀରତ୍ବ, ପରାକ୍ରମ ଓ ବଳିଦାନକୁ ସମ୍ମାନ ଜଣାଇ ପ୍ରତି ବର୍ଷ ଆଜିର ଦିନରେ ଏହି ଦିବସକୁ ପାଳନ କରାଯାଏ । ଏହି ଅବସରରେ ଆଜି ଭାରତୀୟ ସେନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ।

  • On Army Day, let us recall countless stories of Indian Army soldiers’ sacrifices! They have always pushed the frontiers of valour and courage, and also acted as saviours in times of calamities. I salute all brave soldiers of Indian Army and their families on this occasion.

    — President of India (@rashtrapatibhvn) January 15, 2023 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟ୍ବିଟ କରି ଲେଖିଛନ୍ତି ଯେ, ''ସେନା ଦିବସରେ, ଆସନ୍ତୁ ଭାରତୀୟ ସୈନିକଙ୍କ ବଳିଦାନର କାହାଣୀକୁ ମନେ ପକାଇବା । ସେମାନେ ସର୍ବଦା ବିରତ୍ବ ଓ ସାହସିକତା ଦେଖାଇ ବିପଦ ସମୟରେ ରକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ଆଜି ସେନା ଦିବସ ଅବସରରେ ମୁଁ ଭାରତୀୟ ସେନାର ସମସ୍ତ ସାହସୀ ଯୋଦ୍ଧାଙ୍କୁ ଏବଂ ସେମାନଙ୍କ ପରିବାରଙ୍କୁ ସମ୍ମାନ ଜଣାଉଛି । ''

  • On Army Day, I convey my best wishes to all army personnel, veterans and their families. Every Indian is proud of our Army and will always be grateful to our soldiers. They have always kept our nation safe and are widely admired for their service during times of crisis. pic.twitter.com/EJvbkb9bmD

    — Narendra Modi (@narendramodi) January 15, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଲେଖିଛନ୍ତି ଯେ, ''ଆର୍ମି ଦିବସରେ ମୁଁ ସମସ୍ତ ସେନା କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଆଜିର ଦିନରେ ପ୍ରତ୍ୟେକ ଭାରତୀୟ ଆମର ସେନା ପାଇଁ ଗର୍ବିତ । ସେମାନେ ସର୍ବଦା ଆମ ଦେଶକୁ ସୁରକ୍ଷିତ ରଖିଛନ୍ତି ଏବଂ ଦେଶରେ ସଙ୍କଟ ସମୟରେ ସେମାନଙ୍କ ସେବା ପ୍ରଶଂସନିୟ । ''

  • Salutations to our brave soldiers, veterans, ex-servicemen and gratitude to their families, on the occasion of Indian Army Day.

    We are forever indebted to your unflinching courage, utmost dedication and selfless sacrifice. pic.twitter.com/5aqhiR83M3

    — Mallikarjun Kharge (@kharge) January 15, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ବିଟ କରି କହିଛନ୍ତି ଯେ, ''ଭାରତୀୟ ସେନା ଦିବସ ଅବସରରେ ଆମ ସାହାସୀ ସୈନିକ, ଯେଉଁ ଯବାନ ମାନେ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ସହିଦ ହୋଇଛନ୍ତି ଓ ପୂର୍ବତନ ସୈନିକଙ୍କୁ ମୋର ସତସତ ପ୍ରଣାମ । ସେମାନଙ୍କ ପରିବାରକୁ ଆଜିର ଦିନରେ ମୁଁ କୃତଜ୍ଞତା ଜଣାଉଛି । ଯବାନଙ୍କ ସାହାସ, ନିଃସ୍ବାର୍ଥପର ସେବା ସବୁଦିନ ସ୍ମରଣୀୟ ହୋଇ ରହିବ । ''

ଚଳିତ ଥର ପ୍ରଥମ ଥର ପାଇଁ ଦିଲ୍ଲୀରେ ଥିବା ସେନା ମୁଖ୍ୟାଳୟ ବାହାରେ ବେଙ୍ଗାଲୁରୁରେ ୭୫ତମ ସେନା ଦିବସ ପାଳୁଛି ଭାରତୀୟ ସେନା । ସ୍ବାଧୀନ ଭାରତ ପରଠାରୁ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ କ୍ୟାଣ୍ଟନମେଣ୍ଟରେ ମୁଖ୍ୟ ପ୍ୟାରେଡ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । କିନ୍ତୁ ଚଳିତ ବର୍ଷ ଏହା ବେଙ୍ଗାଲୁରରେ ଆରମ୍ଭ ହୋଇଯାଇଛି । ଆର୍ମି ଡେ ଅବସରରେ ଦିଲ୍ଲୀ ସ୍ଥିତ ସେନା ମୁଖ୍ୟାଳୟ, ଜାତୀୟ ଯୁଦ୍ଧ ସ୍ମାରକୀ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସେନା କାର୍ଯ୍ୟାଳୟ, ଶହୀଦ ସ୍ମୃତିସ୍ଥଳରେ ପରେଡ, ଶ୍ରଦ୍ଧାଞ୍ଜଳି ସମେତ ଚିତାକର୍ଷକ ଷ୍ଟଣ୍ଟ ଓ ସେନାର ଶକ୍ତି ପ୍ରଦର୍ଶିତ ହେଉଛି । ଆଜିର ଦିନରେ ସେହି ବୀର ଯୋଦ୍ଧାଙ୍କୁ ଦେଶ ସ୍ମରଣ କରି ସେମାନଙ୍କର ବୀରତ୍ବକୁ ନେଇ ଗର୍ବ ଅନୁଭବ କରୁଛି ଭାରତ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.