ETV Bharat / bharat

ଧାରା 370 ଉଚ୍ଛେଦ ଓ ରାମ ମନ୍ଦିର ନିର୍ମାଣକୁ ରାଷ୍ଟ୍ରପତିଙ୍କ ପ୍ରଶଂସା - Prez lauds Article 370 move

ଧାରା 370 ହଟାଇବା ପରେ ଜମ୍ମୁ ଓ କାଶ୍ମୀରର ଲୋକଙ୍କୁ ନୂଆ ଅଧିକାର ମିଳିଛି । ଜମ୍ମୁ କାଶ୍ମୀରବାସୀଙ୍କୁ ନୂଆ ଆଶା ସୁଯୋଗ ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଅଧିକ ପଢନ୍ତୁ...

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ଓ  ରାମମନ୍ଦିର ନିର୍ମାଣକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

author img

By

Published : Jan 29, 2021, 2:08 PM IST

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ନିଜ ଅଭିଭାଷଣରେ ଧାରା 370 ଉଚ୍ଛେଦ କରାଯିବା ସହ ରାମମନ୍ଦିର ନିର୍ମାଣକୁ ପ୍ରଶଂସା କରିଥିଲେ ।

ଧାରା 370 ଉଚ୍ଛେଦ ଓ ରାମ ମନ୍ଦିର ନିର୍ମାଣକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ଗତ କିଛି ବର୍ଷ ହେବ ଦେଶ ଏପରି କାମ କରୁଛି ଯାହା ବହୁତ କଠିନ ବୋଲି ମନେ କରାଯାଏ । ଧାରା 370 ହଟାଇବା ପରେ ଜମ୍ମୁ ଓ କାଶ୍ମୀରର ଲୋକଙ୍କୁ ନୂଆ ଅଧିକାର ମିଳିଛି । ଜମ୍ମୁ କାଶ୍ମୀରବାସୀଙ୍କୁ ନୂଆ ଆଶା ସୁଯୋଗ ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ବର୍ଷ 2019 ଅଗଷ୍ଟ ମାସରେ ସଂସଦରେ ଜମ୍ମୁ-କାଶ୍ମୀରରୁ ଧାରା 370କୁ ଉଚ୍ଛେଦ କରାଯାଇଥିଲା । ଏହା ପରେ ଜମ୍ମୁ-କାଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି ।

ସେହିପରି ସର୍ବୋଚ୍ଚ ନ୍ୟାୟାଳୟର ଫୈସଲା ପରେ ରାମ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଛି । ବର୍ଷ 2019 ନଭେମ୍ବର 9 ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାମ ମନ୍ଦିର ନିର୍ମାଣ ଏବଂ ପରିଚାଳନା ପାଇଁ 2.77 ଏକର ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ମଧ୍ୟ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ପାଞ୍ଚ ଏକର ପରିମିତ ଏକ ଉପଯୁକ୍ତ ଜମିକୁ ସନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡକୁ ବିକଳ୍ପ ସ୍ଥାନ ଭାବେ ମସଜିଦ ନିର୍ମାଣ କରିବାର ସ୍ବାଧୀନତା ପ୍ରଦାନ କରିଥିଲେ ।

ସେହିପରି ଧାରା 370 ହଟିବା ପରେ ଜମ୍ମୁ-କାଶ୍ମୀରବାସୀ କେନ୍ଦ୍ର ସରକାରଙ୍କ ନୀତିକୁ ସମର୍ଥନ କରୁଛନ୍ତି । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ନୀତିକୁ ମଧ୍ୟ ଆପଣାଇଛନ୍ତି। ଦେଶର ସ୍ବାଧୀନତା ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ହୋଇଛି । ସଫଳତା ପୂର୍ବକ ନିର୍ବାଚନ ଶେଷ ହୋଇଛି । ଏବଂ ଯେଉଁଭଳି ଭାବରେ ନିର୍ବାଚନରେ ସାଧାରଣଲୋକେ ଭାଗ ନେଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଜମ୍ମୁ-କାଶ୍ମୀର ଏକ ନୂଆ ଗଣତାନ୍ତ୍ରିକ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛନ୍ତି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.