ETV Bharat / bharat

Presidential Polls: ବିରୋଧୀଙ୍କ ବୈଠକକୁ ଯିବେନି ମମତା ! ଦଳକୁ ପ୍ରତିନିଧିତ୍ବ କରିବେ ଅଭିଷେକ - ବିରୋଧୀଙ୍କ ମିଟିଂରେ ଯୋଗ ଦେବେନି ମମତା

ରାଷ୍ଟ୍ରପତି ପ୍ରାର୍ଥୀ ନେଇ ବିରୋଧୀଙ୍କ ଆଗାମୀ ବୈଠକରେ ସାମିଲ ହୋଇ ନପାରନ୍ତି ମମତା ବାନାର୍ଜୀ । ଦଳକୁ ପ୍ରତିନିଧିତ୍ବ କରିବେ ପୁତୁରା ତଥା ମହାସଚିବ ଅଭିଷେକ ବାନାର୍ଜୀ । ଅଧିକ ପଢନ୍ତୁ

Presidential Polls: ବିରୋଧୀଙ୍କୁ ବୈଠକକୁ ଯିବେନି ମମତା ! ଦଳକୁ ପ୍ରତିନିଧିତ୍ବ କରିବେ ଅଭିଶେକ

author img

By

Published : Jun 19, 2022, 10:43 PM IST

କୋଲକାତା: ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ନେଇ ମେଳି ବାନ୍ଧିଛନ୍ତି ବିରୋଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ବରେ 18 ବିରୋଧୀ ଦଳ ଏକାଠି ହୋଇ ଆଲୋଚନା କରିଥିଲେ ସୁଦ୍ଧା ପ୍ରାର୍ଥୀ ନେଇ କୌଣସି ଚୂଡାନ୍ତ ନିର୍ଣ୍ଣୟ ହୋଇପାରି ନାହିଁ । ଏହାରି ମଧ୍ୟରେ ଚଳିତ 21 ତାରିଖରେ ପୁଣି ଥରେ ବିରୋଧୀ ଏକାଠି ହେବାକୁ ଥିବା ବେଳେ ଉକ୍ତ ବୈଠକରେ ସାମିଲ ହେବେ ନାହିଁ ମମତା ବାନାର୍ଜୀ । ମମତାଙ୍କ ଅନୁପସ୍ଥିତିରେ ଦଳର ମହାସଚିବ ତଥା ପୁତୁରା ଅଭିଷେକ ବାନାର୍ଜୀ । ବିଶେଷ ସୂତ୍ରରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି ।

ମମତା ସାମିଲ ନହେବା ନେଇ କୌଣସି କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗତ ବୈଠକର ଫଳାଫଳ, ପ୍ରାର୍ଥୀତ୍ବ ପାଇଁ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଅନିଚ୍ଛା ପ୍ରକାଶ ନେଇ ମମତା ସାମାନ୍ୟ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ତେବେ ମମତାଙ୍କ ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ଅଭିଷେକଙ୍କୁ ଏହି ଗୁରୁ ଦାୟିତ୍ବ ମିଳିଛି ।

ଦଳରେ ବରିଷ୍ଠ ତଥା ଜାତୀୟ ସ୍ତରର ଅନୁଭବି ନେତା ମଧ୍ୟ ରହିଛନ୍ତି । ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ, ଶୁଖେନ୍ଦୁ ଶେଖର ରୟ, ଡେରେକ ଓ ବ୍ରାଏନ ଓ ୟଶୋବନ୍ତ ସିହ୍ନା ପ୍ରମୁଖ ଥିବା ସତ୍ତ୍ବେ ଦଳକୁ ପ୍ରତିନିଧିତ୍ବ କରିବା ପାଇଁ ଯୁବ ଚେହେରା ଅଭିଷେକଙ୍କୁ ଚୟନ କରାଯାଇଛି ।

ମମତାଙ୍କ ଦ୍ବାରା ପ୍ରଥମେ ଏହି ମିଳିତ ବିରୋଧୀ ମଞ୍ଚର ଆହ୍ବାନ କରାଯାଇଥିଲା । 22 ଦଳକୁ ମମତା ନିୟନ୍ତ୍ରଣ କରିଥିଲେ ସୁଦ୍ଧା 18 ଦଳ ଦିଲ୍ଲୀରେ ଆୟୋଜିତ ବୈଠକରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ପ୍ରସ୍ତାବ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ନାମରେ ଥିବା ବେଳେ ଶରଦ ନିଜ ଆଡୁ ଓହରି ଯାଇଥିଲେ । ସେହିପରି ଫାରୁକ ଅବଦୁଲ୍ଲାଙ୍କ ନାମ ମଧ୍ୟ ସମ୍ଭାବିତ ତାଲିକାରେ ଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଫାରୁକ ମଧ୍ୟ ଅନିଚ୍ଛା ପ୍ରକାଶ କରିଥିଲେ । ତେବେ ମିଳିତ ପ୍ରାର୍ଥୀ ଦେବା ନେଇ ବିରୋଧୀ ସଙ୍କଳ୍ପ ପାରିତ କରିଛନ୍ତି । 21 ରେ ହେବାକୁ ଥିବା ମିଟିଂ ଉପରେ ସମସ୍ତଙ୍କ ନଜର ରହିଛି । ଏପରି ସ୍ଥଳେ ମମତାଙ୍କ ଅନୁପସ୍ଥିତ ରହିବା ମଧ୍ୟ ଏକାଧିକ ଚର୍ଚ୍ଚାକୁ ଜନ୍ମ ଦେବାରେ ଲାଗିଲାଣି ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.