ନୂଆଦିଲ୍ଲୀ: ନୂଆ ଆଶା ସହ ଆସି ପହଁଞ୍ଚିଛି 2021। ଏହି ବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ଖୁସିର ବର୍ଷ ହେଉ । ଏହି ଅବସରରେ ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଭେଟି ଦେଉଛନ୍ତି। ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନେକ ନେତା।
ନୂତନ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡିର ସ୍ବେଚ୍ଛାସେବୀଙ୍କୁ କୋରୋନା କାଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ଗୁଜୁରାଟରେ AIIMS ରାଜକୋଟ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ 'ଦୱାଇ ନେହିଁ ଢିଲାଇ ନେହିଁ । ଏବଂ ବର୍ତ୍ତମାନ ମୁଁ କହୁଛି ଯେ ଦୱାଇ ଭୀ ହେ ଅର କଢାଇ ଭୀ '|
''ସମସ୍ତଙ୍କୁ ନବବର୍ଷର ହୃଦୟଭରା ଶୁଭେଚ୍ଛା। ଏହି ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେଉ। ଦେଶରେ ଓ ଦେଶ ବାହାରେ ରହୁଥିବା ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ''ବୋଲି ରାଷ୍ଟ୍ରପତି କୋବିନ୍ଦ ଟ୍ବିଟ କରିଛନ୍ତି ।
- — Shashi Tharoor (@ShashiTharoor) December 31, 2020 " class="align-text-top noRightClick twitterSection" data="
— Shashi Tharoor (@ShashiTharoor) December 31, 2020
">— Shashi Tharoor (@ShashiTharoor) December 31, 2020
କଂଗ୍ରେସ ନେତା ଶଶି ଥରୁର ଏକ ନୂତନ ଅଡିଓ ଭିଜୁଆଲ୍ କ୍ଲିପ୍ ସହିତ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି | ସେ କହିଛନ୍ତି ଯେ "ଆପଣ ସମସ୍ତଙ୍କୁ ଏକ ଚମତ୍କାର, ଖୁସିପୂର୍ଣ୍ଣ ଏବଂ ସୁସ୍ଥ ନୂତନ ବର୍ଷର ଶୁଭେଚ୍ଛା ।