ETV Bharat / bharat

ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

author img

By

Published : May 12, 2022, 1:49 PM IST

Updated : May 15, 2022, 1:16 PM IST

ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ କୁମାରଙ୍କୁ (Rajiv Kumar) ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର
ରାଜୀବ କୁମାର ହେଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର (New Chief Election Commissioner) । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ କୁମାରଙ୍କୁ ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । 15 ମଇରୁ ସିଇସି ଭାବେ ଦାୟିତ୍ବ ଗ୍ରହଣ କରିବେ ରାଜୀବ କୁମାର । ଏବେ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ରାଜୀବ । ମଇ 14ରେ ଅବସର ନେବେ ସୁଶୀଲ ଚନ୍ଦ୍ରା ।

ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନ
ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନ

ବିହାର ଝାଡଖଣ୍ଡ କ୍ୟାଡର 1984 ବ୍ୟାଚ ଆଇଏସ ଅଧିକାରୀ ରାଜୀବ କୁମାର 2022 ମେ 15ରୁ 2025 ଫେବୃଆରୀ 18 ଯାଏଁ ମୁଖ୍ୟ ନିର୍ବାଚନ କମିଶନର ପଦ ସମ୍ଭାଳିବେ । ସମ୍ବିଧାନ ଅନୁସାରେ କମିଶନରଙ୍କ କାର୍ଯ୍ୟକାଳ 6 ବର୍ଷ କିମ୍ବା 65 ବର୍ଷ ବୟସ ପର୍ଯ୍ୟନ୍ତ ପରିପାରିବେ ।

କେନ୍ଦ୍ର ଆଇନ ମନ୍ତ୍ରୀ କରିନ ରିଜିଜୁ ଟ୍ବିଟ କରି କହିଛନ୍ତି ସମ୍ବିଧାନ ଧାରା 324ର ଖଣ୍ଡ (2) ଆଧାରରେ ରାଜୀବ କୁମାରଙ୍କୁ ରାଷ୍ଟ୍ରପତି ସିଇସି ଭାବେ ନିଯୁକ୍ତି କରିଛନ୍ତି । ଆସନ୍ତା ମେ 15ରେ ସେ କାର୍ଯ୍ୟଭାର ଗ୍ରହଣ କରିବେ । ଏହା ସହିତ ରାଜୀବ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ ।

  • In pursuance of clause (2) of article 324 of the Constitution, the President is pleased to appoint Shri Rajiv Kumar as the Chief Election Commissioner with effect from the 15th May, 2022.
    My best wishes to Shri Rajiv Kumar pic.twitter.com/QnFLRLiVPm

    — Kiren Rijiju (@KirenRijiju) May 12, 2022 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ କି, ଆଗାମି ଦିନରେ ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନକୁ ରାଜୀବ କୁମାର ପରିଚାଳନା କରିବେ । ରାଜୀବ କୁମାର 37 ବର୍ଷରୁ ଅଧିକ ଦିନ ସେବା ଯୋଗାଇ ଆସୁଛନ୍ତି । ସେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରରେ କାର୍ଯ୍ୟ କରିଛନ୍ତି । ବି.ଏସସି, ଏଲଏଲବି, ପିଡିଡିଏମ ଓ ଏମଏ ପବ୍ଲିକ ପଲିସି ଭଳି ଡିଗ୍ରୀ ହାସଲ କରିଥିବା ରାଜୀବଙ୍କର ସାମଜିକ କ୍ଷେତ୍ର, ମାନବ ସମ୍ବଳ, ଅର୍ଥ ଏବଂ ବ୍ୟାଙ୍କିଙ୍କ କ୍ଷେତ୍ରରେ ଅଭିଜ୍ଞତା ରହିଛି । ସେ 2020ରେ କେନ୍ଦ୍ର ଅର୍ଥ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । 2020 ସେପ୍ଟେମ୍ବର 1ରେ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

Last Updated : May 15, 2022, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.