ETV Bharat / bharat

President Murmu in AP: ସମ୍ମାନିତ କଲେ ଆନ୍ଧ୍ର ସରକାର, ଦେଶର ପ୍ରଗତିରେ ରାଜ୍ୟର ଭୂମିକାକୁ ପ୍ରଶଂସା କଲେ ରାଷ୍ଟ୍ରପତି

author img

By

Published : Dec 4, 2022, 9:59 PM IST

ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନାଗରିକ ସମ୍ବର୍ଦ୍ଧନା ସମାରୋହରେ ସମ୍ମାନିତ କଲେ ଆନ୍ଧ୍ର ସରକାର (President Droupadi Murmu Andhra Pradesh visit)। ଦେଶର ପ୍ରଗତିରେ ଆନ୍ଧ୍ରର ଭୂମିକାକୁ କଲେ ପ୍ରଶଂସା । ଅପରାହ୍ନରେ ବିଶାଖାପାଟନମରେ ନୌସେନା ଦିବସରେ ହେଲେ ସାମିଲ । ଅଧିକ ପଢନ୍ତୁ

President Murmu in AP: ସମ୍ମାନିତ କଲେ ଆନ୍ଧ୍ର ସରକାର, ଦେଶର ପ୍ରଗତିରେ ରାଜ୍ୟର ଭୂମିକାକୁ ପ୍ରଶଂସା କଲେ ରାଷ୍ଟ୍ରପତି
President Murmu in AP: ସମ୍ମାନିତ କଲେ ଆନ୍ଧ୍ର ସରକାର, ଦେଶର ପ୍ରଗତିରେ ରାଜ୍ୟର ଭୂମିକାକୁ ପ୍ରଶଂସା କଲେ ରାଷ୍ଟ୍ରପତି

ହାଇଦ୍ରାବାଦ: ଦେଶର ବିକାଶରେ ଆନ୍ଧ୍ର ପ୍ରଦେଶର ଗୁରୁ ଭୂମିକା ରହିଛି । ରାଜ୍ୟରେ ବର୍ତ୍ତମାନର ଯୁବପିଢି ପରମ୍ପରାକୁ ଅନୁସରଣ କରିବା ଏବଂ ଆଧୁନିକତାକୁ ଗ୍ରହଣ କରିବା ମଧ୍ୟରେ ଭାରସାମ୍ୟ ରଖି ଆଗକୁ ବଢିବାର ସମୟ ଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନାଗରିକ ଅଭ୍ୟର୍ଥନା ସମାରୋହରେ ସମ୍ମାନିତ କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର (President Droupadi Murmu Andhra Pradesh visit)। ବିଜୟଓ୍ବାଡାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବା ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଦେଶର ପ୍ରଗତିରେ ଆନ୍ଧ୍ର ପ୍ରଦେଶର ଭୂମିକାକୁ ପ୍ରଂଶସା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

ସମ୍ବୋଧନରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, 'ଜାତୀୟ ଶିକ୍ଷା ନୀତି-2020 ଅନୁଯାୟୀ ଆମର ଛାତ୍ରଛାତ୍ରୀ ଆମର ସମୃଦ୍ଧ ପରମ୍ପରା ଅନୁସରଣ ଜାରି ରଖିବା ସହ ଆଧୁନିକ ବିଶ୍ବରେ ଏକ ଉଚ୍ଚ ସ୍ଥାନ ହାସଲ କରିବା ଉଚିତ୍ । ବିଶିଷ୍ଟ ବୈଜ୍ଞାନିକ ଡ.ୟାଲାପ୍ରାଗଦା ସୁବାରାଓଙ୍କ ଜୀବନୀକୁ ସ୍ମରଣ କରି, ସେ ହିଁ ଶତାବ୍ଦୀ ପୂର୍ବରୁ ଏହି ମନ୍ତ୍ର ଦେଇଥିଲେ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ ।

ଆହୁରି ମଧ୍ୟ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, 'ଆନ୍ଧ୍ର ପ୍ରଦେଶର ଲୋକମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ବିଶେଷ କରି ସୂଚନା ପ୍ରଯୁକ୍ତିବିଦ୍ୟାରେ ଦେଶ ପାଇଁ ପୁରସ୍କାର ଆଣିଛନ୍ତି । ତେଲୁଗୁ ସମ୍ପ୍ରଦାୟ ଆଜି ସମଗ୍ର ବିଶ୍ୱରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟେକ୍ନୋଲୋଜି ବିଶେଷଜ୍ଞ ଭାବେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ଆନ୍ଧ୍ର ପ୍ରଦେଶର ଲୋକମାନେ ଦେଶର ବିକାଶରେ ସେମାନଙ୍କ ଅସାଧାରଣ ଅବଦାନ ଜାରି ରଖିବା ନେଇ ରାଷ୍ଟ୍ରପତି ଆଶାବ୍ୟକ୍ତ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟ ଶାସନ ସଚିବ କେ.ଏସ ଜବାହର ପ୍ରମୁଖ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ଥର ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ଅପରାହ୍ନରେ ସେ ବିଜୟଓ୍ବାଡାରେ ପ୍ରଦେଶ ସରକାରଙ୍କ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ସାମିଲ ହୋଇଥିବା ବେଳେ ସଂଧ୍ୟାରେ ବିଶାଖାପାଟନମରେ ଭାରତୀୟ ନୌସେନା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.