ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାହୁଲ ଗାନ୍ଧୀ ଓ ଅନ୍ୟାନ୍ୟ ନେତା - ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟାନ୍ୟ ବରିଷ୍ଠ ରାଜନେତା । ଅଧିକ ପଢନ୍ତୁ

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ
ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ
author img

By ETV Bharat Odisha Team

Published : Sep 17, 2023, 11:28 AM IST

ନୂଆଦିଲ୍ଲୀ: ଆଜି ଦେଶର ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ମନ୍ତ୍ରୀମାନେ ତାଙ୍କୁ ଜନ୍ମଦିନର ବଧେଇ ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ପୋଷ୍ଟ କରିଛନ୍ତି, ''ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆପଣଙ୍କ ଦୂରଦର୍ଶିତା ତଥା ସୁଦୃଢ ନେତୃତ୍ବରେ ଅମୃତ କାଳରେ ଭାରତର ସାମଗ୍ରିକ ବିକାଶର ମାର୍ଗ ପ୍ରଶସ୍ତ ହେଉ । ଆପଣ ସବୁବେଳେ ସୁସ୍ଥ ଓ ଆନନ୍ଦରେ ରହୁନ୍ତୁ ଏବଂ ନିଜର ଅପ୍ରତିମ ନେତୃତ୍ବ ବଳରେ ଦେଶବାସୀଙ୍କୁ ଲାଭାନ୍ବିତ କରୁଥାନ୍ତୁ ।''

  • भारत के प्रधानमंत्री श्री @narendramodi जी को जन्मदिन की हार्दिक बधाई और शुभकामनाएं। मेरी शुभेच्छा है कि अपनी दूरगामी दृष्टि तथा सुदृढ़ नेतृत्व से आप ‘अमृत काल’ में भारत के समग्र विकास का मार्ग प्रशस्त करें। मेरी ईश्वर से प्रार्थना है कि आप सदा स्वस्थ और सानंद रहें तथा देशवासियों…

    — President of India (@rashtrapatibhvn) September 17, 2023 " class="align-text-top noRightClick twitterSection" data=" ">
  • अपनी दूरदर्शिता, अथक परिश्रम और नि:स्वार्थ सेवाभाव से करोड़ों लोगों के जीवन में समृद्धि और विश्वास लाने वाले देश के लोकप्रिय प्रधानमंत्री श्री @narendramodi जी को जन्मदिन की हार्दिक शुभकामनाएं देता हूँ। साथ ही ईश्वर से आपकी दीर्घायु और उत्तम स्वास्थ्य की प्रार्थना करता हूँ।…

    — Amit Shah (@AmitShah) September 17, 2023 " class="align-text-top noRightClick twitterSection" data=" ">

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ କହିଛନ୍ତି ଯେ, ନିଜର ଦୂରଦର୍ଶିତା, ପରିଶ୍ରମ ଓ ନିସ୍ବାର୍ଥ ସେବାଭାବ ଜରିଆରେ କୋଟି କୋଟି ଲୋକଙ୍କ ଜୀବନରେ ସମୃଦ୍ଧି ଓ ବିଶ୍ବାସ ଆଣିଥିବା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ଇଶ୍ବରଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି ।

  • विश्व के सर्वाधिक लोकप्रिय नेता और हम सभी के प्रेरणास्रोत आदरणीय प्रधानमंत्री @narendramodi जी को जन्मदिन की ढेरों शुभकामनाएं।

    आपके सेवा और समर्पण से देशवासियों के जीवन में जो बदलाव पिछले 9 वर्षों में हुआ है उसे पूरे विश्व ने अनुभव किया है।भारत माँ के वैभव को आप और अधिक… pic.twitter.com/RaOhz3hAtK

    — Dharmendra Pradhan (@dpradhanbjp) September 17, 2023 " class="align-text-top noRightClick twitterSection" data=" ">

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ଆପଣଙ୍କ ସେବା ଓ ସମର୍ପଣ ଯୋଗୁଁ ଗତ ୯ ବର୍ଷ ଭିତରେ ଦେଶବାସୀଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାହା ସମଗ୍ର ବିଶ୍ବ ଅନୁଭବ କରିଛି । ଭାରତ ମାଆର ବୈଭବକୁ ଆପଣ ଆହୁରି ଶିଖରରେ ପହଞ୍ଚାନ୍ତୁ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ରହିଥାଉ ।

  • My best wishes to PM Shri Narendra Modi ji on his birthday. May he be blessed with good health and long life. @narendramodi

    — Mallikarjun Kharge (@kharge) September 17, 2023 " class="align-text-top noRightClick twitterSection" data=" ">
  • Wishing PM Narendra Modi a happy birthday.

    — Rahul Gandhi (@RahulGandhi) September 17, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ୍‌ଗେ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ ଇଶ୍ବରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଛନ୍ତି । ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ନୀତିଶ କୁମାର ମଧ୍ୟ ମୋଦିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ବିଶ୍ବରେ ଭାରତର ମାନ, ସମ୍ମାନ, ସ୍ବାଭିମାନ ବଢାଇଥିବା ସମର୍ଥ ଓ ଶକ୍ତିଶାଳୀ ଭାରତର ଶିଳ୍ପୀକାର, ସନାତନ ସଂସ୍କୃତିର ଧ୍ବଜବାହକ, ଗତ ୯ ବର୍ଷରେ ବିକାଶନ୍ମୁଖୀ ନୀତି ଗୁଡିକ ମାଧ୍ୟମରେ ଜନକଲ୍ୟାଣ ମାର୍ଗ ପ୍ରଶସ୍ତ କରିଥିବା ବିଶ୍ବର ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ମହାଦେବଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ, ସୁସ୍ଥ, ସୁଖମୟ ଜୀବନର ପ୍ରାର୍ଥନା କରୁଛି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.