ETV Bharat / bharat

National Teachers Award 2023: ଓଡିଶାର 4 ଜଣ ଶିକ୍ଷକଙ୍କ ସମେତ 75 ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି - ଓଡିଶାର 4 ଜଣ ଶିକ୍ଷକ ପାଇଲେ ରାଷ୍ଟ୍ରପତି ପୁରସ୍କାର

ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା 75 ଜଣିଆ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଓଡିଶାରୁ 4 ଜଣ ମଧ୍ୟ ରହିଛନ୍ତି । ଓଡିଶାରୁ ସମ୍ମାନିତ ହୋଇଥିବା 4 ଜଣ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ । ଅଧିକ ପଢନ୍ତୁ

ଓଡିଶାର 4 ଜଣ ଶିକ୍ଷକଙ୍କ ସମେତ 75 ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

author img

By ETV Bharat Odisha Team

Published : Sep 5, 2023, 8:55 PM IST

ଓଡିଶାର 4 ଜଣ ଶିକ୍ଷକଙ୍କ ସମେତ 75 ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ଓଡିଶାର 4 ଜଣ ଶିକ୍ଷକଙ୍କ ସମେତ 75 ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ଦିବସ 2023 ଅବସରରେ ଆଜି ଦେଶର 75 ଜଣ ଶିକ୍ଷକ/ ପ୍ରଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସମସ୍ତ ଶିକ୍ଷକଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରିଛନ୍ତି । ଏହି ଉତ୍ସୋବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷାରାଷ୍ଟ୍ର ମନ୍ତ୍ରୀ ସୁଭାସ ସରକାର, ଶିକ୍ଷାରାଜ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

  • A most crucial pillar of our education system, our teaching fraternity will drive India’s transformation as a 21st century knowledge society.

    May our educators establish new paradigms in teaching and learning and in fulfilling the vision of a Shikshit, Viksit Bharat. pic.twitter.com/DnrkROPC2Y

    — Dharmendra Pradhan (@dpradhanbjp) September 5, 2023 " class="align-text-top noRightClick twitterSection" data=" ">

ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା 75 ଜଣିଆ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଓଡିଶାରୁ 4 ଜଣ ମଧ୍ୟ ରହିଛନ୍ତି । ଓଡିଶାରୁ ସମ୍ମାନିତ ହୋଇଥିବା 4 ଜଣ ଶିକ୍ଷକ/ପ୍ରଶିକ୍ଷକଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ । ସେହିପରି ଦୁଇ ପ୍ରଶିକ୍ଷକ ହେଉଛନ୍ତି କଟକ ଜିଲ୍ଲା ଆଠଗଡରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠା ହୋଇଥିବା ଆଇଟିଆଇର ପ୍ରଶିକ୍ଷକ ରବିନାରାୟଣ ସାହୁ ଓ ଭୁବନେଶ୍ବର ସରକାରୀ ଆଇଟିଆଇର ପ୍ରଶିକ୍ଷକ ସୁନୀତା ସିଂହ । ଏତତ ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟର ସରକାରୀ ଶିକ୍ଷକ, ଶିକ୍ଷୟନ୍ତ୍ରୀ ଓ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି ।

  • Heartiest congratulations to all our 75 talented educators who have been honoured with the National Awards by Hon’ble President of Bharat Smt. Droupadi Murmu.

    Their passion to improve learning outcomes and innovative efforts to enrich lives of students is an inspiration.… pic.twitter.com/QGK8bUE07n

ଏହାବି ପଢନ୍ତୁ- PM Meet Teachers: ଜାତୀୟ ଶିକ୍ଷକ ପୁରସ୍କାର ବିଜୟୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହୋଇଥିବା ସମସ୍ତ ଶିକ୍ଷକ/ପ୍ରଶିକ୍ଷକ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଶିକ୍ଷକଙ୍କ ସହିତ ମନଖୋଲା ଆଲୋଚନା କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ସମସ୍ତ ଶିକ୍ଷକଙ୍କୁ ଶିକ୍ଷାକ୍ଷେତ୍ରେ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଦେବା ସହ ମୁଲ୍ୟବାନ ପରାମର୍ଶ ଦେଇଥିଲେ ।

ଏହାବି ପଢନ୍ତୁ- Teachers Day 2023: ଆଜି ଦେଶର 75 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ସୂଚନାଯୋଗ୍ୟଯେ ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଦିବସକୁ ଜାତୀୟ ଶିକ୍ଷକ ଦିବସ ଭାବେ ରୂପେ ପାଳନ କରାଯାଉଛି । ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ବୀକୃତି ପ୍ରଦାନ କରିବା । ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ସେହି ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା । ପୁରସ୍କାର ବାବଦକୁ ମାନପତ୍ର ସହ ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.