ETV Bharat / bharat

ତୁର୍କମେନିସ୍ତାନରେ ପହଞ୍ଚିଲେ ରାଷ୍ଟ୍ରପତି, ସ୍ବାଗତ ସହ ଗାର୍ଡ ଅଫ ଅର୍ନର ପ୍ରଦାନ

ତୁର୍କମେନିସ୍ତାନରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏହା ସରକାରୀ ଗସ୍ତ ହୋଇଥିବା ବେଳେ ସେ ତୁର୍କମେନିସ୍ତାନରେ ରହିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

author img

By

Published : Apr 1, 2022, 8:59 PM IST

ତୁର୍କମେନିସ୍ତାନରେ ପହଞ୍ଚିଲେ ରାଷ୍ଟ୍ରପତି, ସ୍ବାଗତ ସହ ଗାର୍ଡ ଅଫ ଅର୍ନର ପ୍ରଦାନ
ତୁର୍କମେନିସ୍ତାନରେ ପହଞ୍ଚିଲେ ରାଷ୍ଟ୍ରପତି, ସ୍ବାଗତ ସହ ଗାର୍ଡ ଅଫ ଅର୍ନର ପ୍ରଦାନ

ନୂଆଦିଲ୍ଲୀ: ତୁର୍କମେନିସ୍ତାନରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏହା ସରକାରୀ ଗସ୍ତ ହୋଇଥିବା ବେଳେ ସେ ତୁର୍କମେନିସ୍ତାନରେ ରହିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି(ଶୁକ୍ରବାର) ଅପରାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୁର୍କମେନିସ୍ତାନର ଆସଗାବଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ ଓ ଗାର୍ଡ ଅଫ ଅର୍ନର ଦିଆଯାଇଛି ।

ଏପେଟ ରାଷ୍ଟ୍ରପତି କୋବିନ୍ଦ ବିମାନବନ୍ଦର ପହଞ୍ଚିବା ପରେ ତୁର୍କମେନିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗୁରୁବାଙ୍ଗୁଲ ଅତାୟେଭା ସ୍ବାଗତ କରିଥିଲେ । ଏହାପରେ ତୁର୍କମେନିସ୍ତାନର ରାଷ୍ଟ୍ରପତି ସରଦାର ବର୍ଡିମୁହାମେଡୋ ଲାଉଞ୍ଜ ରାଷ୍ଟ୍ରପତି କୋବିନ୍ଦଙ୍କୁ ସ୍ବାଗତ କରିଥିଲେ । ଏପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏହି ଗସ୍ତ ଏପ୍ରିଲ ୩ରେ ଶେଷ ହେବ ।

ସେହିଭଳି ଏହି ଗସ୍ତ ଶେଷ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ନେଦରଲାଣ୍ଡ ଗସ୍ତରେ ଯିବେ । ନେଦରଲାଣ୍ଡରେ ସେ ଏପ୍ରିଲ୍‌ ୪ରୁ ୭ ତାରିଖ ପର୍ଯନ୍ତ ରହିବା ପରେ ସ୍ବଦେଶ ଫେରିବେ । ତେବେ ରାଷ୍ଟ୍ରପତିଙ୍କ ନେଦରଲାଣ୍ଡ ଗସ୍ତ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ।

ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେଦରଲାଣ୍ଡ ଗସ୍ତ ସମୟରେ ରାଷ୍ଟ୍ରପତି ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେଙ୍କ ସହ ରୟାଲ ମଜେଜ୍ ନେଇ ଆଲୋଚନ କରିବେ । ଏଠାରେ ସେ ଏକ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ ଆୟୋଜନରେ ଯୋଗ ଦେବା ସହ କିଙ୍ଗ ୱିଲିମ୍ ଆଲେକ୍ସାଣ୍ଡର୍ ଏବଂ ରାଣୀ ମ୍ୟାକ୍ସିମା ଅନୁଗ୍ରହ ପ୍ରଦାନ କରିବେ ବୋଲି ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.