ETV Bharat / bharat

ସିଡିଏସ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ସମ୍ମାନ ଗ୍ରହଣ କଲେ ଦୁଇଝିଅ

author img

By

Published : Mar 22, 2022, 7:21 AM IST

ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat)ଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

ସିଡିଏସ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat)ଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦଂବଗତ ସେନାପତିଙ୍କ ଦୁଇ ଝିଅ କୃତିକା ରାୱତ ଓ ତାରୀଣି ରାୱତ । ଦେଶର ସୁରକ୍ଷା ପ୍ରତି ଜେନେରାଲ ବିପିନ ରାୱତଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଗତବର୍ଷ ଡିସେମ୍ବର ୮ ତାରଖରେ ତାମିଲନାଡୁରେ କୁନ୍ନୁର ସହରରେ ସେନା ହେଲିକପ୍ଟର Mi-17V5 ଦୁର୍ଘଟଣାରେ ସିଡିଏସ ରାୱତ ଏବଂ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ ଜଣଙ୍କ ନିଧନ ହୋଇଥିଲା । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ପ୍ରତିରକ୍ଷା ବିଭାଗର ପ୍ରଥମ ମୁଖ୍ୟ ତଥା ସଚିବ ଭାବରେ ସାମରିକ ବ୍ୟାପାର ବିଭାଗରେ ସେ ଭାରତୀୟ ସଶସ୍ତ୍ର ବାହିନୀରେ ପରିବର୍ତ୍ତନଶୀଳ ସଂସ୍କାର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସିଡିଏସ ବିପିନ ରାୱତଙ୍କ ସମେତ ଗୀତା ପ୍ରେସର ମୁଖ୍ୟ ଗଣାମାଧ୍ୟମ ଖେମକାଙ୍କୁ ମଧ୍ୟ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହିକ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନ ମିଳିଛି । କୋଭିସିଲ୍ଡ ଟିକା ନିର୍ମାତା ତଥା ସେରମ ଇଷ୍ଟିଚ୍ୟୁଟର ମୁଖ୍ୟ ସାଇରସ ପୁନୱାଲାଙ୍କୁ ପଦ୍ମ ଭୂଷଣ ସମ୍ମାନ ମିଳିଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.