ETV Bharat / bharat

SEBCs ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦେଲେ ରାଷ୍ଟ୍ରପତି

ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗ(SEBCs)ଙ୍କ ଚିହ୍ନଟ ଲାଗି ରାଜ୍ୟମାନଙ୍କୁ କ୍ଷମତା ପ୍ରଦାନ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

SEBCs ଚିହ୍ନଟ ପାଇଁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦେଲେ ରାଷ୍ଟ୍ରପତି

author img

By

Published : Aug 20, 2021, 10:59 AM IST

Updated : Aug 20, 2021, 11:36 AM IST

ନୂଆଦିଲ୍ଲୀ: ପଛୁଆ ବର୍ଗ ଜାତିଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦେଲେ ରାଷ୍ଟ୍ରପତି । ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗ(SEBCs)ଙ୍କ ଚିହ୍ନଟ ଲାଗି ରାଜ୍ୟମାନଙ୍କୁ କ୍ଷମତା ଦେବା ଦାବି ଉପରେ ମୋହର ମାଚିଛନ୍ତି ରାଷ୍ଟ୍ରପତି । ଯାହା ସାମ୍ବିଧାନି 105ତମ ବିଲ୍ ଭାବେ ପାରିତ ହୋଇଛି ।

ଏନସିପି ସଭାପତି ଶରଦ ପାୱାର ସୋମବାର ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିତ 50% କ୍ୟାପକୁ ହଟାଇବା ଏବଂ ରାଜ୍ୟଗୁଡ଼ିକୁ କୋଟା ସୀମା ଅତିକ୍ରମ କରିବାକୁ ଏକ ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ । ଗତ ସପ୍ତାହରେ, ଲୋକସଭା ଏକ ଓବିସି ତାଲିକା ପ୍ରସ୍ତୁତ କରିବାର କ୍ଷମତାକୁ ପୁନଃସ୍ଥାପିତ କରିବା ପାଇଁ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ପାରିତ କରିଥିଲା । ​​କାରଣ ବିରୋଧୀ ଦଳ ଏହି ଆଇନକୁ ସମର୍ଥନ କରିଥିଲେ, କିନ୍ତୁ ସଂରକ୍ଷଣ ଉପରେ 50% କ୍ୟାପ୍ ହଟାଇବାକୁ ଦାବି ମଧ୍ୟ ରଖିଥିଲେ ବିରୋଧୀ ।

ସାମ୍ବିଧାନିକ ଭାବେ ସଂରକ୍ଷଣର କ୍ୟାପ୍ 50% ରୁ ଅଧିକ ବୃଦ୍ଧି ପାଇଁ ଅନେକ ଲୋକସଭା ସାଂସଦଙ୍କ ଦାବିକୁ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର କହିଥିଲେ । ପୁନଃଗଣନା ପରେ ଏହି ବିଲ୍ 105ତମ ସମ୍ବିଧାନ ସଂଶୋଧନ ବିଲ୍ ଭାବରେ ପାରିତ ହୋଇଛି ।

ରାଷ୍ଟ୍ରପତି ବିଲ ଉପରେ ମୋହର ମାରିବା ପରେ ସୁପ୍ରିମ କୋର୍ଟରେ ମରାଠା ସଂରକ୍ଷଣ ପାଇଁ ହୋଇଥିବା ଆବେଦନର ମଧ୍ୟ ପୂର୍ଣ୍ଣଛେଦ ପଡିଛି । କାରଣ ମରାଠା ସମ୍ପ୍ରଦାୟଙ୍କୁ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗ ମାନ୍ୟତା ଦେବା ସହ ସଂରକ୍ଷଣ ଦାବି କରିଥିଲା । ଏପରି ସୁ୍ପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । କିନ୍ତୁ ଏବେ ବିଲ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଦାବି ଆପେ ଆପେ ଅକାମୀ ହୋଇଯାଇଛି ।

@ANI

Last Updated : Aug 20, 2021, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.