ନୂଆଦିଲ୍ଲୀ: ଆଜି ଗୋଆ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଗୋଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ ତିନି ଦିନିଆ ଗୋଆ ଗସ୍ତର କାର୍ଯ୍ୟସୂଚୀ ଉପରେ ।
ଏହା ମଧ୍ୟ ପଢନ୍ତୁ-BRICS Summit: ଆଜି ଦଣିକ୍ଷ ଆଫ୍ରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ
ଆଜି ଗୋଆରେ ପହଞ୍ଚିବା ପରେ ପାନାଜୀର ଆଜାଦ ମଇଦାନରେ ଶହୀଦଙ୍କ ସ୍ମାରକସ୍ଥଳୀରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ସନ୍ଧ୍ୟା ସମୟରେ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କ ସମ୍ମାନଅର୍ଥେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଅଭିବାଦନ ଗ୍ରହଣ କରିବେ । ବୁଧବାର ଗୋଆ ବିଶ୍ୱବିଦ୍ୟାଳୟର 34 ତମ କନକ୍ଲେଭରେ ସାମିଲ ହେବେ। ଏହାପରେ ଏକ ଜନଜାତି ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ସମୟରେ ଗୋଆ ବିଧାନସଭାର ସମସ୍ତ ସଦ୍ୟସ୍ୟଙ୍କୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଗସ୍ତର ତୃତୀୟ ଦିନ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରାଯାଇନାହିଁ।
ଏହା ପୂର୍ବରୁ ଅଗଷ୍ଟ 5 ତାରିଖ ଦିନ 4 ଦିନିଆ ତାମିଲନାଡ଼ୁ ଓ ପୁଡୁଚେରୀ ଗସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ଅଗଷ୍ଟ 8 ତାରିଖରେ ଗସ୍ତ ଶେଷ ହେବା ପରେ ଦିଲ୍ଲୀ ଫେରିଆସିବେ ଦ୍ରୌପଦୀ ମୁର୍ମୁ ।
ତାମିଲନାଡ଼ୁରେ ପ୍ରଥମେ ମୁଡୁମାଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହାପରେ ଚେନ୍ନାଇରେ ମାଡ୍ରାସ ବିଶ୍ୱବିଦ୍ୟାଳୟର 165ତମ ସମାରୋହରେ ସାମିଲ ହୋଇ ସମ୍ବୋଧିତ କରିଥିଲେ । ପରେ ଚେନ୍ନାଇର ରାଜ ଭବନରେ ତାମିଲନାଡୁର ପିଭିଟିଜି ସଦସ୍ୟମାନଙ୍କୁ ଭେଟିଥିଲେ । ଏହାପରେ ରାଜଭବନର ଦୁର୍ବାର ହଲକୁ ଭାରତୀୟାର ମଣ୍ଡପମ୍ ନାମରେ ନାମକରଣ କରିଥିଲେ।
ସେହିପରି ପୁଡୁଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(JIPMER)ର ଲିନିୟର ଆସ୍କେଲେଟରର ଉଦଘାଟନ୍ କରିଥିଲେ ରାଷ୍ଟ୍ରପତି । ଜାତୀୟ ଆୟୁଷ ମିଶନ ଅନ୍ତର୍ଗତ ଭିଲିଆନୁରରେ ଏକ 50 ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଉଦଘାଟନ ମଧ୍ୟ କରିଥିଲେ । ଗସ୍ତର ଶେଷ ଦିନରେ ଅରୋଭିଲରେ ଥିବା ମାତ୍ରି ମନ୍ଦିର ପରିଦର୍ଶନ କରିଥିଲେ ରାଷ୍ଟ୍ରପତି ।