ETV Bharat / bharat

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ଶ୍ରଦ୍ଧାଞ୍ଜଳି ହେଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

author img

By ETV Bharat Odisha Team

Published : Oct 31, 2023, 8:35 AM IST

Updated : Oct 31, 2023, 8:48 AM IST

ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ନୂଆଦିଲ୍ଲୀ ପଟେଲ ଚୌକରେ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

Sardar Vallabhbhai Patel birth anniversary
ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ

ନୂଆଦିଲ୍ଲୀ: ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ । ଭାରତର ସ୍ବାଧୀନତା ସଂଗ୍ରାମୀ ଓ ମହାନ ରାଜନେତା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ । ଦେଶୀୟ ରାଜ୍ୟଗୁଡିକର ମିଶ୍ରଣ, ସୋମନାଥ ମନ୍ଦିର ପୁନଃନିର୍ମାଣ, ଗାନ୍ଧୀ ସ୍ମାରକୀ ନିଧିର ସ୍ଥାପନା ଭଳି ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ ସର୍ଦ୍ଦାର ପଟେଲ । ଭାରତକୁ ଏକତାର ସୁତ୍ରରେ ବାନ୍ଧି ରଖିବାରେ ତାଙ୍କର ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଜୟନ୍ତୀଙ୍କୁ ରାଷ୍ଟ୍ରୀୟ ଏକଦା ଦିବସ ରୂପେ ପାଳନ କରାଯାଏ । ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ପଟେଲ ଚୌକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସେଠାରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି,"ଦେଶକୁ ଏକତାର ସୁତ୍ରରେ ବାନ୍ଧି ଭାରତମାତାର ମାନଚିତ୍ର ବନାଇବାର ଏହି ବିରାଟ କାମ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କରିଥିଲେ । ସେ ନଥିଲେ ହୁଏତ ଭାରତମାତର ଆଜିର ମାନଚିତ୍ର ଆମ ସାମ୍ନାରେ ନଥାନ୍ତା । ତାଙ୍କର ଦୃଢ଼ ନିଶ୍ଚିନ୍ତତା, ରାଷ୍ଟ୍ରପ୍ରତି କର୍ତ୍ତବ୍ୟ ପରାୟଣତା ଓ ଲୁହା ଭଲି ଚିନ୍ତାଧାର ପାଇଁ ଭାରତ 75 ବର୍ଷ ସ୍ୱାଧୀନତା ପରେ ଦୁନିଆ ଆଗରେ ସମ୍ମାନର ସହ ଛିଡ଼ା ହୋଇଛି । ଏହି ଦେଶକୁ ଏକ କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଅବିସ୍ମରଣୀୟ ଅବଦାନ ଥିଲା । ତାଙ୍କ ଋଣ ସୁଝି ହେବ ନାହିଁ ।"

କେନ୍ଦ୍ର ଗୃହମନ୍ତ୍ରୀ ଆହୁରି କହିଛନ୍ତି,"ଦୁନିଆରେ ଭାରତ ସର୍ବପ୍ରଥମ ହେବ ଏହି ଭାରତର ନିର୍ମାଣ ଆମକୁ କରିବାକୁ ହେବ । ଏହି ସଂକଳ୍ପ ଦେଶର 130କୋଟି ଲୋକଙ୍କୁ ନେବାକୁ ହେବ । ଆମେ ସମସ୍ତ ମିଶି ଆଗାମୀ 25 ବର୍ଷ ରାଷ୍ଟ୍ରକୁ ବିଶ୍ବରେ ପ୍ରଥମ କରିବା ଓ ସର୍ଦ୍ଦାର ପଟେଲଙ୍କ ସ୍ବପ୍ନକୁ ସାକାର କରିବାକୁ ମନଯୋଗ ଦେଇ ଆଗେଇବା ।"

ରାଷ୍ଟ୍ରୀୟ ଏକତାର ନେଲେ ଶପଥ: ସତ୍ୟ ନିଷ୍ଠାରେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବାକୁ ନିଜକୁ ସମର୍ପିତ କରିବି । ଦେଶବାସୀଙ୍କ ମଧ୍ୟରେ ଏହି ସନ୍ଦେଶ ପହଞ୍ଚାଇବାକୁ ପ୍ରୟାସ କରିବୁ । ଦେଶର ଏକତା ଭାବନାରେ ଏହି ଶପଥ ନେଉଛି ଯେଉଁଥିରେ ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟ ଦ୍ବାରା ସମ୍ଭବ ହୋଇଛି । ଦେଶର ଆନ୍ତରିକ ସୁରକ୍ଷା ସୁନିଶ୍ଚିନ୍ତ କରିବାକୁ ନିଜର ଯୋଗଦାନ ଦେବି ।

ଏହା ବି ପଢନ୍ତୁ...National Unity Day: କେଭଡିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଏ । ଏକତାକୁ ସୁଦୃଢ କରିବା ସହ ବିବିଧତା ମଧ୍ୟେ ଏକାତାର ଭାବନାକୁ ପ୍ରୋତ୍ସାହିତ କରେ ଏବଂ ଜାତୀୟ ଅଖଣ୍ଡତା ବଜାୟ ଦିଗରେ ଗୁରୁତ୍ବ ଦିଏ । ଭାରତର ଏକତାକାରୀ ଭାବେ ପରିଚିତ ସର୍ଦ୍ଦାର ପଟେଲ ଦେଶ ସ୍ବାଧୀନ ହେବା ପରେ 565ଟି ଦେଶୀୟ ରାଜ୍ୟରୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବେ ଦେଶ ଓ ଜାତି ପାଇଁ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । 1991ରେ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । 1875 ଅକ୍ଟୋବର 31 ତାରିଖରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ।

Last Updated : Oct 31, 2023, 8:48 AM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.