ETV Bharat / bharat

ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ, ଓଡିଶାର ଈଶ୍ୱର ଚନ୍ଦ୍ର ନାୟକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର

author img

By

Published : Sep 5, 2022, 2:24 PM IST

Updated : Sep 6, 2022, 6:33 AM IST

ଆଜି ପବିତ୍ର ଗୁରୁ ଦିବସ ଅବସରରେ ଦେଶର 45 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଓଡିଶାର ଈଶ୍ୱର ଚନ୍ଦ୍ର ନାୟକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ: ଆଜି ପବିତ୍ର ଗୁରୁ ଦିବସରରେ ସମ୍ମାନିତ ହୋଇଛନ୍ତି ଗୁରୁ । ଦିଲ୍ଲୀର ବିଜ୍ଞାନ ଭବନରେ 45 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର କୋଣ ଅନୁକୋଣରୁ ଚୟନ ହୋଇଥିବା 45 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ସେମାନଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ବର୍ଗର ଶିକ୍ଷକ ଓ 18 ଜଣ ଶିକ୍ଷୟତ୍ରୀ ସମ୍ମାନିତ ହୋଇଛନ୍ତି । ଓଡ଼ିଶାର ଈଶ୍ବର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୨ ପାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ଇଶ୍ବର ।

  • मैं मानती हूं कि विज्ञान, साहित्य, अथवा सामाजिक शास्त्रों में मौलिक प्रतिभा का विकास मातृभाषा के द्वारा अधिक प्रभावी हो सकता है। pic.twitter.com/OZNljoxSOo

    — President of India (@rashtrapatibhvn) September 5, 2022 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ଆଜି ସମସ୍ତ ଶିକ୍ଷକଙ୍କୁ ସମ୍ମାନିତ କରି ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ‘‘ଆଜି ମୁଁ ସେହି ସମସ୍ତ ଶିକ୍ଷକଙ୍କୁ ପ୍ରଣାମ ଜଣାଉଛି ଯିଏ କେବଳ ମୋତେ ବଢାଇ ନାହାନ୍ତି ଭଲ ପାଇବା ଦେଇଛନ୍ତି ଓ ସଂଘର୍ଷ ପାଇଁ ପ୍ରେରଣା ଦେଇଛନ୍ତି । ପରିବାର ଓ ଶିକ୍ଷକଙ୍କ ମାର୍ଗ ଦର୍ଶନରେ ମୋ ଗାଁରେ ମୁଁ କଲେଜ ଯାଇଥିବା ପ୍ରଥମ ଝିଅ ହୋଇପାରିଛି । ମୋ ଜୀବନ ଯାତ୍ରାରେ ଯେଉଁଠାରେ ପହଞ୍ଚିଛି ତା ପାଇଁ ସମସ୍ତ ଶିକ୍ଷକଙ୍କ ନିକଟରେ କୃତଜ୍ଞ ।’’

ସେ ଆହୁରି କହିଛନ୍ତି, ''ଆମ ସଂସ୍କୃତିରେ ଶିକ୍ଷକଙ୍କୁ ପୂଜା କରାଯାଏ । ମୁଁ ବି ଏହା ମାନେ ଜଣେ ନିଷ୍ଠାବାନ ଶିକ୍ଷକଙ୍କୁ ନିଜ ଜୀବନରେ ଯେଉଁଭଳି ସାର୍ଥକତା ଅନୁଭବ ହୁଏ ତାର କୌଣସି ତୁଳନା ନାହିଁ । ମୁଁ ବି ମୋ ଜୀବନରେ ସେହି ସମୟକୁ ଅଧିକ ମହତ୍ତ୍ବ ଦିଏ ଯାହା ଶିକ୍ଷା ସହିତ ଜଡିତ । ମୋତେ ରାଇରଙ୍ଗପୁରରେ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ ଶିକ୍ଷୟିତ୍ରୀ ରୂପରେ ଯୋଗ ଦେବାର ଅବସର ମିଳିଥିଲା । ମୁଁ ବିଶ୍ବାସ କରେ କି ଯଦି ସ୍କୁଲ ସ୍ତରରେ ଶିକ୍ଷା ମଜବୁତ ନ ହୁଏ ତେବେ ଉଚ୍ଚ ଶିକ୍ଷାସ୍ତର ଭଲ ହୁଏ ନାହିଁ ।''

ଏହା ବି ପଢନ୍ତୁ...ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ

ବିଜ୍ଞାନ, ସାହିତ୍ୟ ତଥା ସାମାଜିକ ଶାସ୍ତ୍ରର ମୌଳିକ ପ୍ରତିଭାର ବିକାଶ ମାତୃଭାଷା ଦ୍ବାରା ଅଧିକ ବିକଶିତ ହୋଇଥାଏ । ଆମ ମାଆ ହିଁ ପ୍ରଥମେ ଜୀବନ ଶିକ୍ଷା ଦେଇଥାନ୍ତି । ତେଣୁ ପ୍ରକୃତ ଦକ୍ଷତାକୁ ବିକଶିତ କରିବାକୁ ମାତୃଭାଷା ସହାୟକ ହୋଇଥାଏ। ମାଆଙ୍କ ପରେ ଶିକ୍ଷକ ହିଁ ଆମକୁ ଜୀବନରେ ଶିକ୍ଷା ଦେଇଥାନ୍ତି । ଯଦି ଶିକ୍ଷକ ମାତୃଭାଷାରେ ପଢାଇବେ ତେବେ ବିଦ୍ୟାର୍ଥୀ ସୌଜନତାର ସହିତ ନିଜ ପ୍ରତିଭାର ବିକାଶ କରିପାରିବେ । ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଉଚ୍ଚ ଶିକ୍ଷା ପାଇଁ ଭାରତୀୟ ଭାଷା ପ୍ରୟୋଗ ଉପରେ ଜୋର ଦିଆଯାଇଥିବା କହିଛନ୍ତି ରାଷ୍ଟ୍ରପତି ।

ବିଜ୍ଞାନ ଓ ଅନୁସନ୍ଧାନ ପ୍ରତି ଶିକ୍ଷାର୍ଥୀଙ୍କ ରୁଚି ବଢାଇବା ଶିକ୍ଷକଙ୍କ ଦାୟିତ୍ବ । ଭାରତର ବିଦ୍ୟାଳୟ ବ୍ୟବସ୍ଥା ବିଶ୍ୱର ସବୁଠାରୁ ବଡ ଶିକ୍ଷା ବ୍ୟବସ୍ଥା । 15 ଲକ୍ଷରୁ ଅଧିକ ବିଦ୍ୟାଳୟରେ ପ୍ରାୟ 97 ଲକ୍ଷ ଶିକ୍ଷକ 26 କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଶିକ୍ଷକମାନେ ଆମର ଶିକ୍ଷା ବ୍ୟବସ୍ଥାର ପ୍ରାଣ ଶକ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Last Updated : Sep 6, 2022, 6:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.