ETV Bharat / bharat

Jharkhand Foundation Day: ସାମିଲ ହେବେନି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ - ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝାଡ଼ଖଣ୍ଡ ଗସ୍ତରେ ପରିବର୍ତ୍ତନ (President Draupadi Murmu Jharkhand Visit)। ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ହେବେ ନାହିଁ ସାମିଲ । ଅଧିକ ପଢନ୍ତୁ

Jharkhand Foundation Day: ସାମିଲ ହେବେନି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

author img

By

Published : Nov 13, 2022, 9:13 PM IST

ରାଞ୍ଚି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝାଡ଼ଖଣ୍ଡ ଗସ୍ତ (President Draupadi Murmu Jharkhand Visit)କୁ ନେଇ କିଛି ପରିବର୍ତ୍ତନ କରାଯାଇଛି । ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ଝାଡ଼ଖଣ୍ଡର ମୋରହାବାଦୀ ମୈଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ପ୍ରତିଷ୍ଠା ଦିବସରେ ଯୋଗଦେବେ ନାହିଁ (President will not attend Jharkhand Foundation Day celebration) । କିନ୍ତୁ ପୂର୍ବ ଯୋଜନା ଅନୁସାରେ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା ।

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା
ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା

ପୂର୍ବ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ରାଷ୍ଟ୍ରପତି (President Draupadi Murmu) ଆସନ୍ତାକାଲି ତଥା ୧୪ ତାରିଖରେ ଦେବଘରରେ ଥିବା ବାବା ମନ୍ଦିରରେ ପୂଜା କରିବା ପରେ ରାଞ୍ଚି ଅଭିମୁଖେ ଯାତ୍ରା କରିଥାନ୍ତେ । ଏହାପରେ ରାଜଭବନରେ ରାତ୍ରିଯାପନ କରିବା ସହିତ ରାଜ୍ୟର ପ୍ରମୁଖ ରାଜନେତାଙ୍କ ସହିତ ରାତ୍ରିଭୋଜନ ମଧ୍ୟ କରିଥାନ୍ତେ । ମାତ୍ର ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ୧୫ ତାରିଖରେ ରାଞ୍ଚି ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ (Freedom Fighter Birsa Munda) ଜନ୍ମସ୍ଥଳୀ ଉଲିହାତୁକୁ ଯାତ୍ରା କରିବେ ।

ଏହା ବି ପଢନ୍ତୁ- WATCH VIDEO: ରାସ୍ତାରେ ଚାଲିବା ବେଳେ ଉପରୁ ଖସିଲା ବାଲିବସ୍ତା, ଯୁବକ ଗୁରୁତର

ଏହାପରେ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ସମାରୋହ (Birth Anniversary of Freedom Fighter Birsa Munda)ରେ ସାମିଲ ହୋଇ ହେଲିକପ୍ଟର ଯୋଗେ ରାଞ୍ଚି ଏୟାରପୋର୍ଟରେ ପହଞ୍ଚି ପୁଣି ଜବଲପୁରକୁ ଗସ୍ତ କରିବେ । ମୋରହାବାଦୀରେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଞ୍ଚି ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ମାର୍ଗକୁ ସୁସଜ୍ଜିତ କରାଯାଉଛି । ଏହାସହିତ ଉକ୍ତ ରାସ୍ତାକୁ ସ୍ପେଶାଲ ସିକ୍ୟୁରିଟି ଯାଞ୍ଚ ମଧ୍ୟ କରିଛି । ସେପଟେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ବିଟ କରି ନିଜର ଖୁସିବ୍ୟକ୍ତ କରିଛନ୍ତି । ମାତ୍ର ହଠାତ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀରେ ପରିବର୍ତ୍ତନକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.