ETV Bharat / bharat

Kargil Vijay Diwas: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 26, 2022, 10:15 AM IST

Updated : Jul 26, 2022, 11:34 AM IST

ପ୍ରତିବର୍ଷ 26 ଜୁଲାଇକୁ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ । ଭାରତ ଇତିହାସରେ ଏହା ଏକ ଐତିହାସିକ ଦିନ । ଏଦିନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: 1999 କାର୍ଗିଲ ଯୁଦ୍ଧ ଭାରତ ଇତିହାସରେ ନୂଆ ଇତିହାସ ସୃଷ୍ଟି କରିଥିଲା । ଆଜିକୁ ଠିକ ୨୨ ବର୍ଷ ତଳେ ଏସିଆ ମହାଦେଶର ଦୁଇ ପାରମ୍ପରିକ ଶତ୍ରୁ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଆଜିର ଦିନରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ଫରଫର ହୋଇ ଉଡିଥିଲା ତ୍ରିରଙ୍ଗା । ଶୁଭିଥିଲା ଭାରତ ମାତା କି ଜୟ । ସେହି ଦିନକୁ ମନେ ପକାଇ କର୍ଗିଲ ବିଜୟ ଦିବସ ପାଳୁଛି ଦେଶ । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

  • कारगिल विजय दिवस हमारे सशस्त्र बलों की असाधारण वीरता, पराक्रम और दृढ़ संकल्प का प्रतीक है। भारत माता की रक्षा के लिए अपने प्राण न्योछावर करने वाले सभी वीर सैनिकों को मैं नमन करती हूं। सभी देशवासी, उनके और उनके परिवारजनों के प्रति सदैव ऋणी रहेंगे। जय हिन्द!

    — President of India (@rashtrapatibhvn) July 26, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ରାଷ୍ଚ୍ରପତି କହିଛନ୍ତି, "କାର୍ଗିଲ ବିଜୟ ଦିବସ ଆମର ସଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ, ପରାକ୍ରମ ଏବଂ ନିଷ୍ଠାର ପ୍ରତୀକ । ସମସ୍ତ ସାହସୀ ସେନାଙ୍କୁ ପ୍ରଣାମ ଜଣାଇଛନ୍ତି ରାଷ୍ଚ୍ରପତି । ଏହା ସହ ଭାରତ ମାତାର ସୁରକ୍ଷା ପାଇଁ ଜୀବନ ଦେଇଥିବା ସେନା ଓ ସେମାନଙ୍କ ପରିବାର ନିକଟରେ ଦେଶବାସୀ ସର୍ବଦା ଋଣି ।"

  • कारगिल विजय दिवस मां भारती की आन-बान और शान का प्रतीक है। इस अवसर पर मातृभूमि की रक्षा में पराक्रम की पराकाष्ठा करने वाले देश के सभी साहसी सपूतों को मेरा शत-शत नमन। जय हिंद! pic.twitter.com/wIHyTrNPMU

    — Narendra Modi (@narendramodi) July 26, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍‌ରେ ଲେଖିଛନ୍ତି, "କାର୍ଗିଲ ବିଜୟ ଦିବସ ଭାରତମାତାର ଗର୍ବ ଏବଂ ଗୌରବର ପ୍ରତୀକ । ଏହି ଅବସରରେ, ଦେଶର ସମସ୍ତ ସାହସୀ ପୁତ୍ରମାନଙ୍କୁ ମୋର ନମସ୍କାର, ଯେଉଁମାନେ ମାତୃଭୂମିର ପ୍ରତିରକ୍ଷା କ୍ଷେତ୍ରରେ ନିଜର ବୀରତ୍ୱ ଦେଖାଇଛନ୍ତି ।"

  • On Kargil Vijay Diwas, India salutes the bravery, courage and sacrifice of our armed forces. They fought valiantly in extremely harsh conditions to defend our motherland. Their act of valour & indomitable spirit will remain etched forever as a defining moment in India’s history. pic.twitter.com/XSE24gM20r

    — Rajnath Singh (@rajnathsingh) July 26, 2022 " class="align-text-top noRightClick twitterSection" data=" ">

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, "ଆମର ସଶସ୍ତ୍ର ବାହିନୀର ସାହସିକତା, ସାହସ ଏବଂ ବଳିଦାନକୁ ଅଭିବାଦନ ଜଣାଉଛି । ମାତୃଭୂମିକୁ ରକ୍ଷା କରିବା ପାଇଁ ସେମାନେ କଠିନ ପରିସ୍ଥିତିରେ ବୀରତ୍ୱର ଯୁଦ୍ଧ ଲଢିଥିଲେ । ସେମାନଙ୍କର ସାହସିକତା ଏବଂ ଅବିସ୍ମରଣୀୟ ଅବଦାନ ଭାରତର ଇତିହାସରେ ଏକ ନିର୍ଦ୍ଦିଷ୍ଟ ମୂହୁର୍ତ୍ତ ଭାବରେ ସବୁଦିନ ପାଇଁ ଚିରସ୍ଥାୟୀ ରହିବ ବୋଲି କହିଛନ୍ତି ରାଜନାଥ ।"

ଏହା ବି ପଢନ୍ତୁ...Kargil Vijay Diwas: ଯେବେ କାର୍ଗିଲ ଶୀର୍ଷରେ ଫରଫର ଉଡିଲା ତ୍ରିରଙ୍ଗା...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇ କହିଛନ୍ତି, "ଭାରତୀୟ ସଶସ୍ତ୍ର ବାହିନୀର ଅଦମ୍ୟ ସାହସ ଏବଂ ବୀରତ୍ୱର ପ୍ରତୀକ ଅଟେ କାର୍ଗିଲ ବିଜୟ ଦିବସ । ଆଜି ଆମର ସେନାଙ୍କ ବୀରତ୍ୱକୁ ସମ୍ମାନ ଏବଂ ସ୍ମରଣ କରିବା ସହିତ ଗର୍ବ କରିବାର ଦିନ । ସାହସିକତା ଦେଖାଇ କାର୍ଗିଲରୁ ଶତ୍ରୁମାନଙ୍କୁ ଘଉଡାଇବା ପୁଣି ତ୍ରିରଙ୍ଗା ଉଡାଇଥିବା ସେନାଙ୍କୁ ପ୍ରଣାମ ଜଣାଇଛନ୍ତି ଗୃହମନ୍ତ୍ରୀ ।"

  • Tributes to all the bravehearts who fought with unparalleled valour and made supreme sacrifice for the country in #KargilWar. On #KargilVijayDiwas, join the nation to offer homage to all the martyrs who put nation above everything to protect every inch of our motherland. pic.twitter.com/yC9XTV4Cxl

    — Naveen Patnaik (@Naveen_Odisha) July 26, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ କରି ନବୀନ କହିଛନ୍ତି ସମସ୍ତ ସାହାସୀ ଯୋଦ୍ଧାଙ୍କୁ ମୋର ପ୍ରଣାମ ଯିଏ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଛନ୍ତି । ମାତୃଭୂମିର ପ୍ରତିଟି ଇଞ୍ଚର ସୁରକ୍ଷା ପାଇଁ ସେମାନେ ଜୀବନ ଉତ୍ସର୍ଗ କରିଛନ୍ତି ତାଙ୍କର ଏ ତ୍ୟାଗ ପାଇଁ ଦେଶ ସର୍ବଦା ଋଣି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କାର୍ଗିଲ ବିଜୟ ଦିବସରେ ସେନାଙ୍କୁ ସ୍ମରଣ କରି ସେମାନଙ୍କ ବଳିଦାନକୁ ମନେ ପକାଇଛନ୍ତି । "ଭାରତୀୟ ସେନାର ବୀରତ୍ୱ ହେଉଛି ଭାରତର ଆତ୍ମସମ୍ମାନ ଏବଂ ଦୃଢ ନେତୃତ୍ୱର ପ୍ରତୀକ । ମୁଁ ସାହସୀ ଯୋଦ୍ଧାମାନଙ୍କୁ ପ୍ରଣାମ କରେ, ଯେଉଁମାନେ ମାତୃଭୂମି ପାଇଁ ସବୁକିଛି ଉତ୍ସର୍ଗ କରି କାର୍ଗିଲର ଅପହଞ୍ଚ ପାହାଡରେ ପୁଣି ଥରେ ତ୍ରିରଙ୍ଗା ଉଡାଇଥିବା ସେହି ଯୋଦ୍ଧାଙ୍କୁ ପ୍ରଣାମ ଜଣାଇବା ସହ ସେମାନଙ୍କ ଉତ୍ସର୍ଗ, ବୀରତ୍ୱ ଏବଂ ବଳିଦାନ ପାଇଁ ଜାତି ସର୍ବଦା ଋଣି ରହିବ ।" ଏହା କହିଛନ୍ତି ଧର୍ମେନ୍ଦ୍ର ।

  • #कारगिल_विजय_दिवस भारतीय सेना के अद्भुत पराक्रम, भारत के स्वाभिमान एवं दृढ़ नेतृत्व का प्रतीक है। मातृभूमि के लिए अपना सर्वस्व अर्पण कर करगिल की दुर्गम पहाड़ियों पर पुनः तिरंगा लहराने वाले शूरवीरों को नमन करता हूँ। देश ऐसे सपूतों के समर्पण, शौर्य और बलिदान का सदैव ऋणी रहेगा। pic.twitter.com/qPsCUaY6aW

    — Dharmendra Pradhan (@dpradhanbjp) July 26, 2022 " class="align-text-top noRightClick twitterSection" data=" ">

Last Updated : Jul 26, 2022, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.