ETV Bharat / bharat

ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ପରବର୍ତ୍ତୀ CJI ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି - ପ୍ରଧାନ ବିଚାରପତି ହେବେ ଡିଓ୍ବାଇ ଚନ୍ଦ୍ରଚୂଡ

ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ କଲେ ରାଷ୍ଟ୍ରପତି (President Appoints Justice DY Chandrachud) । ନଭେମ୍ବର ୯ରେ ନେବେ ବିଧିବଦ୍ଧ ଶପଥ । ଉତ୍ତରାଧିକାରୀ ଭାବେ ନାମ ସୁପାରିଶ କରିଥିଲେ ସିଜେଆଇ ୟୁୟୁ ଲଳିତ । ଅଧିକ ପଢନ୍ତୁ

ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପରବର୍ତ୍ତୀ CJI ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

author img

By

Published : Oct 17, 2022, 8:22 PM IST

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (CJI) ଭାବେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି (President Appoints Justice DY Chandrachud)। ନଭେମ୍ବର ୯ରେ ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବା ସହ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତଙ୍କ ଠାରୁ ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡ ଏହି ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଅନୁସାରେ, ଅକ୍ଟୋବର 11 ତାରିଖରେ ବିଦାୟୀ ପ୍ରଧାନ ବିଚାରପତି (CJI) ଜଷ୍ଟିସ ୟୁ.ୟୁ ଲଲିତ ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଥିଲେ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ 2024 ମସିହା ନଭେମ୍ବର 10 ତାରିଖ ଯାଏ ରହିବ । ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଜଷ୍ଟିସ ଚନ୍ଦ୍ରଚୂଡ ନ୍ୟାୟିକ ବ୍ୟବସ୍ଥାର ସର୍ବୋଚ୍ଚ ପଦବୀରେ ରହିବେ । ପୂର୍ବରୁ 1978 ରୁ 1985 ପର୍ଯ୍ୟନ୍ତ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ୟୁ.ଭି ଚନ୍ଦ୍ରଚୂଡ ମଧ୍ୟ ଦେଶର ୧୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ ।

ସର୍ବୋଚ୍ଚ ଅଦାଲତରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ ନିଜର ଉଦାରବାଦୀ ଏବଂ ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ପରିଚିତ । ତାଙ୍କ ଦ୍ବାରା ପ୍ରଦତ୍ତ କିଛି ରାୟରେ ମଧ୍ୟ ଏହି ଆଭିମୁଖ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ । ୨୪ ସପ୍ତାହ ମଧ୍ୟରେ ଅବିବାହିତା ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ବୈଧ ବୋଲି ରାୟ ଦେଇଥିବା ଖଣ୍ଡପୀଠରେ ସେ ସଦସ୍ୟ ଥିଲେ । ସେହିପରି ସବୁ ବୟସର ମହିଳା କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିବାର ଅଧିକାରକୁ ସମର୍ଥନ କରିଥିବା ଖଣ୍ଡପୀଠର ମଧ୍ୟ ସେ ସଦସ୍ୟ ବିଚାରପତି ଭାବେ ଶୁଣାଣିରେ ଅଂଶଗ୍ରହଣ କରିଥିଲେ । ବହୁଚର୍ଚ୍ଚିତ ଅଯୋଧ୍ୟା-ବାବ୍ରି ମସଜିଦ ମାମଲାରେ ମଧ୍ୟ ସେ ଖଣ୍ଡପୀଠର ସଦସ୍ୟ ବିଚାରପତି ଭାବେ ରାୟ ଶୁଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.