ETV Bharat / bharat

ହରିୟାଣାରେ ତୃତୀୟ ସାମୁଖ୍ୟ ପ୍ରସ୍ତୁତି, ସମ୍ମାନ ଦିବସ ରାଲିରେ ଯୋଗଦେଲେ ବିରୋଧୀ ନେତା - ହରିୟାଣାରେ ବିରୋଧୀ ଦଳ ନେତା ଏକତ୍ରିତ

ଲୋକସଭା ନିର୍ବାଚନ ୨୦୨୪ରେ ତୃତୀୟ ସାମୁଖ୍ୟ ପାଇଁ ଜୋରଦାର ପ୍ରସ୍ତୁତି(Third Front preparation in Haryana) । ହରିୟାଣାର ଏକ ସମ୍ମାନ ଦିବସ ରାଲି ଆରମ୍ଭ ହୋଇଥିଲା(samman divas rally in Hariyana) । ରାଲିରେ ବିପକ୍ଷର ହେବିୱେଟ୍‌ ଯୋଗେଁ ଦେଇଥିଲେ । ଅଧିକ ପଢ଼ନ୍ତୁ

ହରିୟାଣାରେ ତୃତୀୟ ସାମୁଖ୍ୟ ପ୍ରସ୍ତୁତି, ସମ୍ମାନ ଦିବସ ରାଲିରେ ଯୋଗଦେଲେ ବିପକ୍ଷର ବଡ଼ ନେତା

author img

By

Published : Sep 25, 2022, 8:37 PM IST

ଚଣ୍ଡିଗଡ଼: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ରେ ତୃତୀୟ ସାମୁଖ୍ୟ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି(Third Front preparation in Haryana) । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀଲାଲଙ୍କ ରବିବାର ୧୦୯ତମ ଜନ୍ମ ଜୟନ୍ତୀ ଥିଲା । ଏହି ଅବସରରେ ହରିୟାଣାର ଏକ ସମ୍ମାନ ଦିବସ ରାଲି ଆରମ୍ଭ ହୋଇଥିଲା(samman divas rally in Hariyana) । ଏହି ରାଲିରେ ବିପକ୍ଷର ହେବିୱେଟ୍‌ ଯୋଗ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଏନ୍‌ସିପି ପ୍ରମୁଖ ଶରଦ ପୱାର, CPI ମୁଖ୍ୟ ସୀତାରାମ ୟେଚୁରୀ, ଜେଡିୟୁର କେସି ତ୍ୟାଗୀ, ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଏହି ରାଲିରେ ଦେଶର ୧୦ ବଡ଼ ରାଜ୍ୟର ବିଜେପି ବିରୋଧୀ ନେତାଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । ଦେବୀଲାଲଙ୍କ ଜୟନ୍ତୀ ଅବସରରେ ବିପକ୍ଷର ବଡ଼ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବା ନିଶ୍ଚିତ ଭାବରେ ତୃତୀୟ ସାମୁଖ୍ୟ ଭାବରେ ପ୍ରତିପାଦିତ ହେଉଛି । ଏହାକୁ ନେଇ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକ ଦଳ ନେତା ଅଭୟ ଚୌଟାଲା କହିଥିଲେ ଯେ, "ବର୍ତ୍ତମାନଠାରୁ ସମସ୍ତ ନେତା ଗୋଟିଏ ମଞ୍ଚରେ ନଜର ଆସିବେ । କଂଗ୍ରେସ୍‌କୁ ଏହି ତୃତୀୟ ସାମୁଖ୍ୟରୁ ଅଲଗା ଦେଖାଯାଉନାହିଁ । ବର୍ତ୍ତମାନଠାରୁ ତୃତୀୟ ସାମୁଖ୍ୟକୁ ନେଇ କୌଣସି ଚର୍ଚ୍ଚା କରିବା ଠିକ୍‌ ହେବ ନାହିଁ ।

ଏହାକୁ ନେଇ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳର ଆଉ ଜଣେ ନେତା ଗୁରମିତ୍‌ ସିଂହ କହିଛନ୍ତି, "2024 ଲୋକସପବା ନିର୍ବାଚନ ପାଇଁ ବିରୋଧୀଙ୍କ ଏହା ପ୍ରସ୍ତୁତି । ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳ ବିପକ୍ଷର ବଡ଼ ନେତାଙ୍କୁ ଗୋଟିଏ ମଞ୍ଚକୁ ଡାକି ତୃତୀୟ ସାମୁଖ୍ୟ ପାଇଁ ଗୋଟିଏ ପ୍ରଚେଷ୍ଟା କରିଛି । ଏହି ପ୍ରଚେଷ୍ଟା କେତେ ଫଳପ୍ରଦ ହେବ ତାହା ସମୟ କହିବ ।"

ସେପଟେ ସମ୍ମାନ ରାଲିରେ ବିରୋଧୀ ପକ୍ଷର ବଡ଼ବଡ଼ ନେତା ଏକାଠି ହେବାକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ମୁଖପାତ୍ର କେବଳ ଢିଙ୍ଗୋରା । ସେ କହିଛନ୍ତି, "ଏମାନେ କେବେ ବି ୟୁପିଏକୁ ସମର୍ଥନ ଦେଇ ନାହାନ୍ତି । ସବୁବେଳେ ଏନ୍‌ଡିଏକୁ ନେଇ ଏହି ନେତାଏ ସମର୍ଥନ କରି ଆସିଛନ୍ତି । ଏଭଳି ଲୋକ ତୃତୀୟ ସାମୁଖ୍ୟ କଥା କହିଲେ କେବଳ ବିଜେପିକୁ ଫାଇଦା ହେବ । ବର୍ତ୍ତମାନ ସ୍ଥିତିରେ ତୃତୀୟ ସାମୁଖ୍ୟ ନୁହେଁ, ବରଂ କଂଗ୍ରେସକୁ ସମର୍ଥନ କରିବାର ଆବଶ୍ୟକତା ରହିଛି । କିନ୍ତୁ ଏଭଳି ନେତାଙ୍କଠାରୁ ସେଭଳି କିଛି ଆଶା କରିବା ବେଇମାନୀ ହେବ ।"

୨୦୨୪ ନିର୍ବାଚନରେ କଂଗ୍ରେସ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ମୈଦାନକୁ ଓହ୍ଲାଇବ । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍‌ସିପି ମୁଖ୍ୟ ଶରଦ ପୱାର ଭଳି ବଡ଼ ନେତା ମଧ୍ୟ ୨୦୨୪ରେ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁବେ । ଏଭଳି ସ୍ଥିତିରେ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳର ତୃତୀୟ ସାମୁଖ୍ୟ ପ୍ରତିଷ୍ଠା କରିବା ପ୍ରୟାସ କେତେ ଦୂର ସଫଳ ହେବ ତାହା ଆକଳନ କରିବା ମୁସ୍କିଲ୍‌ ।

ହରିୟାଣାରେ ଅନୁଷ୍ଠିତ ହୋଇଥିବା ରାଲିରେ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଲୋକଦଳ ସୁପ୍ରିମୋ ଓମ୍‌ ପ୍ରକାଶ ଚୌଟାଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ନିମନ୍ତ୍ରଣ ଦେଇଥିଲେ । ତେବେ ଆୟୋଜିତ ରାଲିରେ ଏମାନେ ଯୋଗ ଦେଇ ପାରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.