ନୂଆଦିଲ୍ଲୀ: କୋରୋନା କେତେ ବିକଟାଳ , କିଭଳି ଭୟଙ୍କର ହୋଇପାରେ ଏହାର ପରିଣାମ । ତାକୁ ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି ଦିଲ୍ଲୀର ଗର୍ଭବତୀ ଡାକ୍ତର (ଡେନଟିଷ୍ଟ) ଡିମ୍ପଲ ଅରୋରା ଚାୱାଲା । ଏ ଭିଡିଓ ଯେତିକି ଦୃଦୟବିଦାରକ ସେତିକି ଦୁଃଖଦାୟକ । 7 ମାସର ଗର୍ଭବତୀ ହୋଇ ବି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପଛକୁ ହଟୁନଥିଲେ ଡିମ୍ପଲ । ଶେଷରେ ଦୁନିଆ ଛାଡି ଯିବା ପୂର୍ବରୁ ବି କୋରୋନା ମୁକାବିଲା ନେଇ ଦେଇଯାଇଛନ୍ତି ସଚେତନ ବାର୍ତ୍ତା ।
‘‘ କୋରୋନାରୁ ହାଲୁକାରେ ନିଅନ୍ତୁ ନାହିଁ , ସବୁବେଳେ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ନିୟମ ପାଳନ କରନ୍ତୁ । ମୁଁ ଆଶା କରୁଛି କି ମୋ ଭଳି ଅବସ୍ଥା କାହାର ନ ହେଉ । ବିଶେଷ କରି ଗର୍ଭବତୀ ସମୟରେ । ମୁଁ ଚାହୁନି କି କାହାର ବି ଏଭଳି ସ୍ଥିତି ହେଉ । ପ୍ଲିଜ ନିଜ ପରିବାରକୁ କୁହ କି କୋରୋନାକୁ ହାଲୁକାରେ ନ ନିଅ । ପ୍ଲିଜ ଅଣଦେଖା କରନାହିଁ । ମାସ୍କ ପିନ୍ଧି ବାହାରକୁ ବାହାରନ୍ତୁ , କାହା ସହ କଥା ହେବା ସମୟରେ ବି ମାସ୍କ ବାହାର କରନ୍ତୁ ନାହିଁ । ’’ ଜୀବନ ଯୁଦ୍ଧରେ ହାରିବା ପୂର୍ବରୁ ଡିମ୍ପଲ ଏପ୍ରିଲ 17 ରେ ଏହି ଭିଡିଓ କରିଥିଲେ । ମଦର୍ସ ଡେ ରେ ତାଙ୍କ ସ୍ବାମୀ ଏହି ଭିଡିଓକୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ ।
ଡିମ୍ପଲଙ୍କୁ ଏପ୍ରିଲ 11 ରେ କୋରୋନା ହୋଇଥିଲା । ଏପ୍ରିଲ 26 ରେ ତାଙ୍କର ହେଦାନ୍ତ ହେଲା । ଏଥିସହ ତାଙ୍କ ଗର୍ଭରେ ବଢୁଥିବା ଛୁଆ ବି ଦୁନିଆ ଦେଖିବା ପୂର୍ବରୁ ଆଖି ବୁଜିଦେଇଛି । ଦୀପିକାଙ୍କ ପୂର୍ବରୁ ଗୋଟିଏ ସାଢେ 3 ବର୍ଷର ପୁଅ ଅଛି ।