ETV Bharat / bharat

କେଉଁ ଭ୍ୟାକ୍ସିନ ବୁଷ୍ଟର ଡୋଜ ଦିଆଯିବ କହିଲେ VK Paul ? OmiSure ସ୍ପଷ୍ଟ କରିବ Omicron

ଯେଉଁ ଭ୍ୟାକ୍ସିନ ନେଇଥିବେ ସେହି ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଦିଆଯିବ କହିଲେ ନୀତି ଆୟୋଗ ଅଧ୍ୟକ୍ଷ । ସେପଟେ ଓମିକ୍ରନ ପରୀକ୍ଷଣ କିଟ୍ OmiSureକୁ ICMR ର ଅନୁମୋଦନ । ଅଧିକ ପଢନ୍ତୁ

author img

By

Published : Jan 5, 2022, 9:01 PM IST

ଯେଉଁ ଭ୍ୟାକ୍ସିନ ନେଇଥିବେ ସେହି ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଦିଆଯିବ: VK Paul

ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନର ଯେଉଁ ଟିକା ନେଇଥିବେ ତା'ର ବୁଷ୍ଟର ଡୋଜ୍ ଦିଆଯିବ । ଦେଶରେ ଓମିକ୍ରନ ଆକ୍ରାନ୍ତ ଏବଂ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବୁଷ୍ଟର ଡୋଜ୍ ଦେବାକୁ ଆଲୋଚନା ଚାଲିଥିବା ଦେଶର କୋଭିଡ ପ୍ୟାନେଲ ମୁଖ୍ୟ ତଥା ନୀତି ଆୟୋଗ ଅଧ୍ୟକ୍ଷ ଭିକେ ପଲ (Niti Aayog Chairman Dr VK Paul) କହିଛନ୍ତି ।

ପଲ୍ କହିଛନ୍ତି ଯେ, କୋଭିଡ-୧୯ ଭ୍ୟାକ୍ସିନ ଡୋଜର ସମାନ୍ ବୁଷ୍ଟର ଡୋଜ୍ ଦିଆଯିବ । ଯେଉଁମାନେ କୋଭାକ୍ସିନ ନେଇଥିବେ, ସେମାନଙ୍କୁ କୋଭାକ୍ସିନ ଏବଂ ଯେଉଁମାନେ କୋଭିସିଲ୍ଡର ୨ ଟି ଡୋଜ୍ ନେଇଥିବେ ସେମାନଙ୍କୁ କୋଭିସିଲ୍ଡ ବୁଷ୍ଟର ଡୋଜ୍ ଦିଆଯିବ ।

ଅନ୍ୟପଟେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) କୋରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଚିହ୍ନଟ କରିବା ପାଇଁ ଏକ ପରୀକ୍ଷଣ କିଟ୍ ଅନୁମୋଦନ କରିଛି । ଏହି କିଟ୍ ଟାଟା ମେଡିକାଲ୍ ଏବଂ ଡାଇଗ୍ନୋଷ୍ଟିକ୍ ଦ୍ୱାରା ନିର୍ମିତ ଏବଂ ଏହାର ନାମ ଓମିସିୟୋର(OmiSure) ରଖାଯାଇଛି । ପରୀକ୍ଷଣ ଜାରି ରଖିବା ପରେ RT-PCR କିଟ୍, OmiSure କୁ ପୂର୍ବରୁ ICMR କୁ ଅନୁମୋଦନ ପାଇଁ ପଠାଯାଇଥିଲା । ପରେ ଏହି କିଟ୍ ଓମିକ୍ରନ ଚିହ୍ନଟ ପାଇଁ ବ୍ୟବହାରକୁ ଅନୁମୋଦନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.