ହାଇଦ୍ରାବାଦ: ଅନେକ ଭାରତୀୟ ଦେଶ ଛାଡି ବାହାରେ ରୁହନ୍ତି । ହେଲେ ଦେଶକୁ କେବେ ଭୁଲନ୍ତି ନାହିଁ । ତାଙ୍କ ଶରୀର କେବଳ ଦେଶ ବାହାରେ ଥାଏ ହେଲେ ହୃଦୟ ଭାରତରେ ଥାଏ । ଭାରତ ବାହାରେ ବାସ କରୁଥିବା ଭାରତୀୟଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଅନେକ ସମୟରେ ଦେଶ ଗର୍ବିତ ହୋଇଛି । ପ୍ରବାସରେ ପ୍ରବାସୀଙ୍କ ଦେଶପ୍ରେମର ବହୁ ଉଦାହରଣ ମଧ୍ୟ ରହିଛି । ଭାରତର ବିକାଶରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ପାଳନ କରିବା ପାଇଁ ଜାନୁଆରୀ ୯ ତାରିଖକୁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ (Pravasi Bharatiya Divas)। ଭାରତ ସରକାରଙ୍କ ସହିତ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଯୋଗଦାନକୁ ମଜବୁତ କରିଥାନ୍ତି ପ୍ରବାସୀ ଭାରତୀୟ ବା ଏନଆରିଆଇ (Non-Resident Indian) ।
ଦେଶ ବାହାରେ ରହୁଥିବା ଭାରତୀୟଙ୍କ ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସ୍ବୀକୃତି ଦେବାକୁ ଓ ଦେଶର ବିକାଶରେ ସେମାନଙ୍କ ଭାଗିଦାରୀ ବଢାଇବାକୁ ଏହି ଦିବସକୁ ସରକାର ମାନ୍ୟତା ଦେଇଛନ୍ତି । ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଘୋଷଣା କରିବା ସହ ପ୍ରବାସୀ ଭାରତୀୟଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଦେଶରୁ ବହୁ ଲୋକ କର୍ମସଂସ୍ଥାନ ପାଇଁ ଦେଶ ବାହାରେ ରହୁଛନ୍ତି । ଓଡିଶାରେ ମଧ୍ୟ ଏହାର ସଂଖ୍ୟା କିଛି କମ ନୁହେଁ । ବହୁ ଦେଶରେ ଓଡିଆମାନେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ ହୋଇ ଓଡିଶାକୁ ଗୌରବାନ୍ବିତ କରିଛନ୍ତି । ପ୍ରବାସରେ ଥାଇ ବି ଜନ୍ମମାଟିକୁ ଭୁଲି ନାହାନ୍ତି ।
ଭାରତୀୟ ସଂସ୍କୃତି, ସଭ୍ୟତା ଓ କଳାର ପ୍ରଚାର ପ୍ରସାର ପାଇଁ ସେମାନେ କୁଣ୍ଠାବୋଧ କରି ନାହାନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଥିବା ସମୟରେ ପ୍ରଥମେ ଅହିଂସା ଆନ୍ଦୋଳନ ସତ୍ୟାଗ୍ରହ ସମୟରେ ଭାରତରେ ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା । ସତ୍ୟାଗ୍ରହର ମୂଳଦୁଆ ପ୍ରବାସରେ ହିଁ ପଡିଥିଲା । ଯାହାର ପରିଣାମ ଇଂରେଜମାନେ ଭାରତ ଛାଡିଥିଲେ । କଳ୍ପନା ଚାୱଲା, ମନୁ ପ୍ରକାଶ, ନରିନ୍ଦର ସିଂ କାପନ୍ୟାସ, ସଲମାନ ରୁଶିଦେ, ବିନୋଦ ଖୋସଲା ଭଳି ଅନେକ ପ୍ରବାସୀ ଭାରତୀୟ ଦେଶକୁ ଗର୍ବିତ କରିଛନ୍ତି । ପ୍ରବାସରେ ଭାରତୀୟଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ଦିନଟି ପାଳନ କରାଯାଏ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ