କୋଲକାତା: ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଜାରି ରହିଛି ମତଗଣନା । ହେଲେ ପଶ୍ଚିମବଙ୍ଗ ଉପରେ ରହିଛି ସବୁଠୁ ଅଧିକ ଫୋକସ । ବର୍ତ୍ତମାନସୁଦ୍ଧା ଟ୍ରେଣ୍ଡ୍ ଚାଲିଥିବାବେଳେ ଚିତ୍ର ସ୍ପଷ୍ଟ ହୋଇପାରିନାହିଁ ।
ନିର୍ବାଚନ ପ୍ରଚାର ସମୟରୁ ବିଜେପି ଯଦିଓ 200 ପାର୍ କରିବାର ଦାବି କରିଆସୁଥିଲା, ହେଲେ ଅନ୍ୟପକ୍ଷେ ଦୁଇ ଅଙ୍କ ଅତିକ୍ରିମ କରିବା ବିଜେପି ପାଇଁ କଷ୍ଟ ହେବ ବୋଲି ଦାବି କରିଥିଲେ ଦଳର ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ଆଉ ଯଦି ତାହା ନହୁଏ, ତେବେ ସେ ରଣନୀତିକାର କାମ ଛାଡି ଦେବେ ବୋଲି କହିଥିଲେ ।
କେବଳ ଏତିକି ନୁହେଁ, ପ୍ରଶାନ୍ତ ଟ୍ବିଟ କରି କହିଥିଲେ ଯେ ଦୟା କରି ଏହି ଟ୍ବିଟ ସେଭ୍ କରି ରଖନ୍ତୁ । ଯଦି ବିଜେପି ଏହାଠାରୁ ଭଲ ପ୍ରଦର୍ଶନ କରେ ତେବେ ନିଶ୍ଚିତ ଭାବେ ସେ ଏହି କାମ ଛାଡି ଦେବେ ବୋଲି ଜୋର ଦେଇ କହିଥିଲେ ପ୍ରଶାନ୍ତ ।
ଏକ୍ଜିଟ ପୋଲରେ ବିଜେପି 100 ଆସନରୁ ପାର୍ କରିବ ବୋଲି ଆକଳନ କରାଯାଇଥିଲା । ପ୍ରଶ୍ନ ଉଠିଥଲା କଣ କରିବେ ପ୍ରଶାନ୍ତ କିଶୋର ? ହେଲେ ବର୍ତ୍ତମାନର ଟ୍ରେଣ୍ଡ୍ରେ ବିଜେପି ଶତକ ତଳକୁ ଖସିବା ପ୍ରଶାନ୍ତଙ୍କ ଭବିଷ୍ୟବାଣୀ ସତ ହୋଇପାରେ ବୋଲି ଅନୁମେୟ ।