ETV Bharat / bharat

ପାୱାରଙ୍କୁ ଭେଟିଲେ ପିକେ, 2024 ପାଇଁ ବିରୋଧୀଙ୍କ ଏକଜୁଟ ରଣନୀତି !

ମହାରାଷ୍ଟ୍ର ରାଜନୀତିରେ ଗତ କିଛି ସମୟରୁ ହଟଚମଟ ଖବର ସାମ୍ନାକୁ ଆସିଛି । ଏନସିପି ମୁଖିଆ ଶରଦ ପାୱାରଙ୍କୁ ଭେଟିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ଅଧିକ ପଢନ୍ତୁ...

ପାୱାରଙ୍କୁ ଭେଟିଲେ ପିକେ, 2024 ପାଇଁ ବିରୋଧୀଙ୍କୁ ଏକଜୁଟ ରଣନୀତି !

author img

By

Published : Jun 11, 2021, 10:20 PM IST

ମୁମ୍ବାଇ: ଦିଲ୍ଲୀ ଦରବାରରେ ହଲଚଲକୁ ନେଇ ସସପେନ୍ସ ଉପରୁ ପରଦା ଉଠୁନଥିବା ବେଳେ ମହାରାଷ୍ଟ୍ର ରାଜନୀତିରେ ଗତ କିଛି ସମୟରୁ ହଟଚମଟ ଖବର ସାମ୍ନାକୁ ଆସିଛି । ଜଣେ ପରେ ଜଣେ ନେତା ପରସ୍ପର ସହ ଭେଟୁଥିବାରୁ ଅନେକ ପ୍ରକାର ଅଟକଳ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ଭେଟିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ।

ଭାରତୀୟ ଜନତା ପାର୍ଟିର ବଢୁଥିବା ଶକ୍ତିର ମୁକାବିଲା କରିବା ପାଇଁ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ହେଲେ ନେତା ଶୂନ୍ୟ ବିରୋଧୀଙ୍କୁ ମେଣ୍ଟ ପାଇଁ ଆବଶ୍ୟକ ରହିଛି ଜଣେ ମାର୍ଗଦର୍ଶକ । ଆଉ ପ୍ରଶାନ୍ତ କିଶୋର ହିଁ ଏକମାତ୍ର ବ୍ୟକ୍ତି ଯିଏ ଏହି କାର୍ଯ୍ୟକୁ ସଠିକ ରୂପେ ସମ୍ପାଦନ କରିପାରିବେ । ଅନ୍ୟପକ୍ଷେ ଜାତୀୟ ରାଜନୀତିରେ ଏନସିପି ମୁଖ୍ୟ ଶରଦ ପାୱାର ଏବେ ବିରୋଧୀଙ୍କୁ ଏକଜୁଟ କରିବାରେ ସାଜିଛନ୍ତି ବଡ ଚେହେରା ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରଣନୀତିଜ୍ଞ ଭାବରେ କାର୍ଯ୍ୟ ନ କରିବାକୁ ଘୋଷଣା କରିଥିବା ପ୍ରଶାନ୍ତ କିଶୋର ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ, 2024ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ବିରୋଧୀ ଦଳର ଚେହେରା କିଏ ହେବ ସେନେଇ ଆଲୋଚନା ହୋଇଛି । ଏହି ସମୟରେ ପ୍ରଶାନ୍ତ କିଶୋର ଏବଂ ପାୱାରଙ୍କ ମଧ୍ୟରେ ସାକ୍ଷାତକାରକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଇପାରେ ।

ଯଦିଓ ଏନସିପି ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ପ୍ରଶାନ୍ତ କିଶୋରଙ୍କ ସହ ଏହି ସାକ୍ଷାତକାରକୁ ଅଣରାଜନୈତିକ ଆଖ୍ୟା ଦେଇଛନ୍ତି । ତଥାପି ଏଥିରୁ 2024ର ରାଷ୍ଟ୍ରୀୟ ରଣନୀତିର ବାସ୍ନା ବାରି ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.