ETV Bharat / bharat

ଚର୍ଚ୍ଚାରେ ପ୍ରଣବ ଦା'ଙ୍କ ପୁସ୍ତକ, ପ୍ରକାଶନ ଉପରେ ଆପତ୍ତି ଜାହିର କଲେ ପୁଅ ଅଭିଜିତ

author img

By

Published : Dec 15, 2020, 7:50 PM IST

ପ୍ରକାଶ ହେବା ପୂର୍ବରୁ ବେଶ ଚର୍ଚ୍ଚାରେ ରହିଛି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ଲିଖିତ ପୁସ୍ତକ 'ଦ ପ୍ରେସିଡେନ୍ସିଆଲ ଇୟର୍ସ' । ଲିଖିତ ସହମତି ବିନା ପୁସ୍ତକର ପ୍ରକାଶନ ନ କରିବାକୁ ପ୍ରକାଶକଙ୍କୁ ଅନୁରୋଧ କରିଛନ୍ତି ପ୍ରଣବଙ୍କ ପୁଅ ଅଭିଜିତ । ଅଧିକ ପଢନ୍ତୁ...

ଚର୍ଚ୍ଚାରେ ପ୍ରଣବ ଦା'ଙ୍କ ପୁସ୍ତକ, ପ୍ରକାଶନ ଉପରେ ଆପତ୍ତି ଜାହିର କଲେ ପୁଅ ଅଭିଜୀତ

ନୂଆଦିଲ୍ଲୀ: ଖୁବ ଶୀଘ୍ର ପ୍ରକାଶ ହେବାକୁ ଯାଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ଲିଖିତ ପୁସ୍ତକ 'ଦ ପ୍ରେସିଡେନ୍ସିଆଲ ଇୟର୍ସ' । ପ୍ରକାଶ ହେବା ପୂର୍ବରୁ ବେଶ ଚର୍ଚ୍ଚାରେ ରହିଛି ଏହି ପୁସ୍ତକ । କିଛି ଦିନରୁ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରିଥିବା ଏହି ପୁସ୍ତକ ପ୍ରକାଶନକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ପ୍ରଣବ ଦା'ଙ୍କ ପୁଅ ଅଭିଜିତ ମୁଖାର୍ଜୀ ।

ବାପା ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକର ପ୍ରକାଶନ ଉପରେ ଆପତ୍ତି ଜାହିର କରିବା ସହ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା କିଛି ବିଷୟକୁ ପ୍ରେରିତ ଆଖ୍ୟା ଦେଇଛନ୍ତି ପ୍ରଣବ । ଲିଖିତ ସହମତି ବିନା ପୁସ୍ତକର ପ୍ରକାଶନ ନ କରିବାକୁ ପ୍ରକାଶକଙ୍କୁ ଅନୁରୋଧ କରିଛନ୍ତି ପ୍ରଣବଙ୍କ ପୁଅ ଅଭିଜିତ । ଏନେଇ ସେ ରୂପା ପ୍ରକାଶନକୁ ଏକ ଚିଠି ମଧ୍ୟ ଲେଖିଛନ୍ତି ।

ଗଣମାଧ୍ୟମରେ ଆଲୋଚନାରେ ପୁସ୍ତକର କିଛି ଅଂଶ ଅନୁଯାୟୀ ଏଥିରେ ମୁଖାର୍ଜୀ ରାଷ୍ଟ୍ରପତି ଭାବେ ନିଜ ଅନୁଭବ ଓ କଂଗ୍ରେସ ନେତୃତ୍ବ ସମ୍ପର୍କରେ ଅନେକ କଥା ଉଲ୍ଲେଖ ରହିଛି । ଏଥିରେ ପ୍ରଣବ ଲେଖିଛନ୍ତି ଯେ, ତାଙ୍କ ରାଷ୍ଟ୍ରପତି ହେବା ପରେ କଂଗ୍ରେସ ନିଜ ରାଜନୀତି ଦିଗରୁ ବିପଥଗାମୀ ହୋଇଗଲା । କିଛି ଦଳୀୟ ସଦସ୍ୟ ଏହା ମଧ୍ୟ ମାନୁଥିଲେ ଯେ ଯଦି ପ୍ରଣବ 2004ରେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତାହେଲେ ଦଳକୁ 2014 ନିର୍ବାଚନରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିନଥାନ୍ତା ।

ପ୍ରଣବ ଦା' ନିଜ ଦେହାନ୍ତ ପୂର୍ବରୁ 'ଦ ପ୍ରେସିଡେନ୍ସିଆଲ ଇୟର୍ସ' ପୁସ୍ତକ ଲେଖିସାରିଥିଲେ । ରୂପା ପ୍ରକାଶନ ଦ୍ବାରା ପ୍ରକାଶିତ ଏହି ପୁସ୍ତକ ଜାନୁଆରୀ 2021ରେ ପାଠକଙ୍କ ପାଇଁ ଉପଲବ୍ଧ ହେବ । କୋରୋନା ସଂକ୍ରମଣ ପରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତ 31 ଜୁଲାଇରେ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.