ETV Bharat / bharat

କଂଗ୍ରେସ ଏକ କନଫ୍ୟୁଜଡ ଦଳ: ପ୍ରହଲ୍ଲାଦ ଯୋଶୀ

author img

By

Published : Jan 31, 2022, 2:32 PM IST

ବିଧାନସଭା ନିର୍ବାଚନୀ ମୁହାଁ ଉତ୍ତରାଖଣ୍ଡରେ ସରଗରମ ରହିଛି ରାଜନୀତି ପାଣିପାଗ । ଏହି ପ୍ରରିପେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତଥା ଭାରତୀୟ ଜନତା ଦଳର ଉତ୍ତରାଖଣ୍ଡ ନିର୍ବାଚନ ଦାୟିତ୍ବରେ ଥିବା ପ୍ରହଲାଦ ଯୋଶୀ କହିଛନ୍ତି ଯେ ଦୀର୍ଘ ଦିନ ଧରି କ୍ଷମତାରେ ରହିବା ପରେ ମଧ୍ୟ ରାଜ୍ୟର ବିକାଶ କରିବାରେ ବିଫଳ କଂଗ୍ରେସ । ଅଧିକ ପଢନ୍ତୁ

କଂଗ୍ରେସ  ଏକ ଦ୍ବନ୍ଦ ଦଳ
କଂଗ୍ରେସ ଏକ ଦ୍ବନ୍ଦ ଦଳ

ଡେରାଡୁନ: ବିଧାନସଭା ନିର୍ବାଚନୀ ମୁହାଁ ଉତ୍ତରାଖଣ୍ଡରେ ସରଗମର ରହିଛି ରାଜନୀତି ପାଣିପାଗ । ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର । ଲୋକଙ୍କ ମନ ଜିଣିବାକୁ ପରସ୍ପରର ଭୁଲ ଖୋଜିବାରେ ଲାଗିପଡିଛନ୍ତି ଦଳ । ଏହି ପ୍ରରିପେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତଥା ଭାରତୀୟ ଜନତା ଦଳର ଉତ୍ତରାଖଣ୍ଡ ନିର୍ବାଚନ ଦାୟିତ୍ବରେ ଥିବା ପ୍ରହଲାଦ ଯୋଶୀ କହିଛନ୍ତି ଯେ ଦୀର୍ଘ ଦିନ ଧରି କ୍ଷମତାରେ ରହିବା ପରେ ମଧ୍ୟ ରାଜ୍ୟର ବିକାଶ କରିବାରେ ବିଫଳ କଂଗ୍ରେସ ।

ତେଣୁ କଂଗ୍ରେସ ହେଉଛି 'ଅଲ ଇଣ୍ଡିଆ କନଫ୍ୟୁଜଡ ଦଳ’ ବୋଲି କହିଛନ୍ତି ପ୍ରହଲ୍ଲାଦ ଯୋଶୀ (Pralhad Joshi calls Congress All India Confused Party) । ରାଜ୍ୟରେ କଂଗ୍ରେସ ଦୀର୍ଘ ଦିନ ହେବ କ୍ଷମତାରେ ରହିଥିଲା । ଉତ୍ତରାଖଣ୍ଡ ପାଇଁ ସେମାନେ ବହୁତ କିଛି କରିପାରିଥାନ୍ତେ ହେଲେ ସେମାନେ ସେମାନେ ଜୁମ୍ମା (ଶୁକ୍ରବାର) ରେ ଏକ ସାପ୍ତାହିକ ଛୁଟିଦିନ ବିଷୟରେ କହୁଥିଲେ ଏବଂ ବର୍ତ୍ତମାନ ଚାର ଧାମ ବିଷୟରେ ଚିନ୍ତା କରୁଛନ୍ତି। କଂଗ୍ରେସ ଅଲ ଇଣ୍ଡିଆ କନଫ୍ୟୁଜଡ ଦଳରେ ପରିଣତ ହୋଇଛି ବୋଲି ଯୋଶୀ କହିଛନ୍ତି ।

ସେ ଆହୁରି କହଛନ୍ତି କଂଗ୍ରେସ ଏକ ଦଳ ନୁହେଁ ବରଂ ଏକ ଦ୍ବନ୍ଦପୂର୍ଣ୍ଣ ଦଳ। ଧାରା 370 ହେଉ, ଭାରତୀୟ ସୈନିକ କିମ୍ବା ଉତ୍ତରାଖଣ୍ଡ କୌଣସି ବିଷୟ ଉପରେ ସେମାନଙ୍କର ସ୍ପଷ୍ଟତା ନାହିଁ । ସେମାନେ ସର୍ବଦା ଦ୍ବନ୍ଦରେ ଅଛନ୍ତି। ଅଲ ଇଣ୍ଡିଆ କନଫ୍ୟୁଜଡ୍ ପାର୍ଟି ଦିଗହରା ହୋଇପଡିଛି ବୋଲି କହିଛନ୍ତି ପ୍ରହଲ୍ଲାଦ ଯୋଶୀ ।

ଖାଲି ସେତିକି ନୁହେଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ରାଜ୍ୟର ଆଲମୋରା ଜିଲ୍ଲାରେ ପ୍ରଚାର କରିବା ସମୟରେ ପୂର୍ବ ସରକାରଙ୍କୁ ନିନ୍ଦା କରିଛନ୍ତି। ଉତ୍ତରାଖଣ୍ଡକୁ ଦେଶରେ 1 ନମ୍ବର କରିବା ପାଇଁ ଆମର ଏକ ଦୂରଦୃଷ୍ଟି ରହିଛି। 2017 ପୂର୍ବରୁ ଏଠାରେ ସରକାର ଆଖି ବନ୍ଦ କରି ଦେଇଛନ୍ତି ତୁମେ ଯାହା ଚାହଁ ତାହା ଲୁଟି ପାରିବ । ଆସନ୍ତାକାଲିଠୁ ବିଜେପି ତାର ମେଗା ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି ।

ପ୍ରକାଶ ଥାଉ, ୭୦ଟି ଆସନରେ ଫେବ୍ରୁଆରୀ ୧୪ରେ ଉତ୍ତରାଖଣ୍ଡ ନିର୍ବାଚନ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.